ଉଚ୍ଚତା ମାତ୍ର ୩ ଫୁଟ ୩ ଇଞ୍ଚ କିନ୍ତୁ ପଦବୀ ବହୁତ ଉଚ୍ଚ,ନିଜ ଦମରେ ହେଲେ ଆଇଏଏସ, ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ

ଡେରାଡୁନରେ ଜନ୍ମ ହୋଇଥିଲେ ଆରତୀ ଯାହାର ଉଚ୍ଚତା ମାତ୍ର 3 ଫୁଟ 3 ଇଞ୍ଚ :-

ଉତ୍ତରାଖଣ୍ଡର ଡେରାଡୁନ ସହରରେ ଆରତୀଙ୍କ ଜନ୍ମ ହୋଇଥିଲା । ଯାହାର ପିତାଙ୍କ ନାମ ରାଜେନ୍ଦ୍ର ଡୋଗ୍ରା ଅଟେ ଯିଏକି ଭାରତୀୟ ସେନାରେ କର୍ନେଲ ଭୂମିକାରେ କାର୍ଯ୍ୟରତ ଅଛନ୍ତି ଓ ମାତାଜୀଙ୍କ ନାମ ଶ୍ରୀମତୀ କୁମକୁମ ଡୋଗ୍ରା । ସେ ଏକ ବିଦ୍ୟାଳୟରେ ପ୍ରଧାନ ପ୍ରଧ୍ୟାପିକା ରହିଛନ୍ତି । ଯେବେ ତାଙ୍କର ଜନ୍ମ ହୋଇଥିଲା ସେତେବେଳେ ତାଙ୍କ ମାତା ପିତାଙ୍କୁ ଡ଼କ୍ଟର କହିଥିଲେ କି, ଏହି ପିଲାଟି ଶାରୀରିକ ଭାବରେ ଦୁର୍ବଳ ରହିବ । ସେଥିପାଇଁ ଆରତୀଙ୍କ ମାତା ପିତା ନିର୍ଣ୍ଣୟ ନେଇଥିଲେ କି, ସେ ଆଉ ଆଗକୁ ଫ୍ୟାମିଲି ପ୍ଳାନିଂ କରିବେନାହିଁ ଓ ସଠିକ ଭାବରେ ଝିଅର ଦେଖାଶୁଣା କରିବେ ।

ଗ୍ରାଜୁଏସନ ପରେ UPSC ପ୍ରସ୍ତୁତି ଆରମ୍ଭ କରିଦେଲେ :-

ତାଙ୍କର ପ୍ରାରମ୍ଭିକ ଶିକ୍ଷା ଉତ୍ତରାଖଣ୍ଡର ଡେରାଡୁନର ଏକ ନାମୀ ବିଦ୍ୟାଳୟ ୱେଲହାମ ଗାର୍ଲସ ସ୍କୁଲରୁ ହୋଇଥିଲା । ଏହାପରେ ସେ ଦିଲ୍ଲୀ ୟୁନିଭରସିଟି ସ୍ଥିତ ଲେଡି ଶ୍ରୀରାମ କଲେଜରେ ଆଡ଼ମିଶନ ନେଇ ଅର୍ଥଶାସ୍ତ୍ରରେ ଗ୍ରାଜୁଏସନ ସମ୍ପାଦନା କରିଥିଲେ । ଏହାପରେ ସେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପୁଣି 2006 ମସିହାରେ ପ୍ରଥମଥର ସେ UPSC ପରୀକ୍ଷାରେ ସଫଳତା ପାଇ ନିଜ ପରିବାରକୁ ଗର୍ବିତ କରିଥିଲେ ।

ସ୍ଵଛତା ପାଇଁ ଚଳାଇଥିଲେ ‘ବଙ୍କ ବିକାଣ’ ଅଭିଯାନ :-

ଯେବେ ତାଙ୍କର ପୋଷ୍ଟିଂ ବିକାନିରରେ ହେଲା ସେତେବେଳେ ସେ ସେଠାରେ ‘ବଙ୍କ ବିକାଣ’ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଦ୍ୱାରା ସେ ଲୋକମାନଙ୍କୁ ସ୍ଵଛତା ରଖିବାକୁ ନିବେଦନ କରିଥିଲେ ଓ ବାହାରେ ଶୌଚ ନଯିବାପାଇଁ ନିବେଦନ ମଧ୍ୟ କରିଥିଲେ । ସେ ଅଭିଯାନ ଦ୍ୱାରା ଗ୍ରାମରେ ଶୌଚାଳୟର ନିର୍ମାଣ କରିଥିଲେ । ଏଥିରେ ପାଖାପାଖି 195 ଗ୍ରାମପଞ୍ଚାୟତକୁ କଭର କରାଯାଇଥିଲା । ଏହି ଅଭିଯାନ ସଫଳ ଥିବାରୁ ଏହାର ଅନୁସରଣ ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟ କରିବା ଆରମ୍ଭ କରିଦେଲେ । ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅଭିଯାନକୁ ବହୁତ ପ୍ରଶଂସା କରିଥିଲେ ।

ଆରତୀଙ୍କର ଯେଉଁଠାରେ ପୋଷ୍ଟିଂ ହେଉଥିଲା ସେଠାରେ ତାଙ୍କ ଉଚ୍ଚତାକୁ ନେଇ ନେଗେଟିଭ କଥା ଶୁଣିବାକୁ ପଡୁଥିଲା ଶେଷରେ ସେ ନିଷ୍ପତ୍ତି ନେଲେ କି, ଏହି ସଂକୀର୍ଣ୍ଣ ମାନସିକତା ଯୁକ୍ତ ଲୋକଙ୍କୁ ଶିକ୍ଷା ଦେବାକୁ ହେବ ଓ ଜଣାଇଦେବାକୁ ହେବ କି, ମଣିଷ ଶାରୀରିକ ସରଞ୍ଚନା ଦ୍ୱାରା କିଛି ନୁହେଁ କେବଳ ନିଜର ଦମ ଓ ଲକ୍ଷ୍ୟକୁ ନେଇ ସେ କିଛି ବି କରିପାରେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *