ଆସନ୍ତା ୧୫ରେ ହେବ ଓଡ଼ିଶା ବନ୍ଦ,ଜାଣନ୍ତୁ କଣ ପାଇଁ ?

ଆସନ୍ତା ୧୫ ତାରିଖରେ କଂଗ୍ରେସ ରାଜ୍ୟ ବନ୍ଦ ଡାକରା ଘୋଷଣା କରିଛି। ସକାଳ ୭ଟା ସମୟରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାଜ୍ୟ ବନ୍ଦ ଡାକରା ଘୋଷଣା କରିଛନ୍ତି, କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜ୍ୟରେ ଆଇନଶୃଙ୍ଖଳା, ତୈଳଦର ବୃଦ୍ଧି ଅଡି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି। କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ବନ୍ଦ ସମୟରେ କେବଳ ଜରୁରୀ କାଳୀନ ସେବା ଚାଲିପାରିବ। ଛାତ୍ରଛାତ୍ରୀମାନଙ୍କୁ କୌଣସି ସ୍ଥାନରେ ବାଧା ଦିଆଯିବ ନାହିଁ। ଆଉ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ଜାଗାରେ ଅଟକାଯିବ ନାହିଁ।

Google

ଗଣମାଧ୍ୟମକୁ ପିସିସି ସଭାପତି କହିଛନ୍ତି ଯେ, ପେଟ୍ରୋଲ,ଡିଜେଲର ଅଧିକ ମାତ୍ରାରେ ଦରବୃଦ୍ଧି ସହିତ ଦେଶରେ ନାରୀ ନିର୍ଯାତନା, ଚାଷୀ ସମସ୍ୟା,ରାଜନୈତିକ ହିଂସାକାଣ୍ଡ ଆଦି ବହୁ ମାତ୍ରାରେ ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାରରୁ ୧୩୦ ଡଲାର ମଧ୍ୟରେ ଥିବା ସମୟରେ ଜନସାଧାରଣ ୮୦ ଟଙ୍କାରୁ କମ ଦାମରେ ତୈଳ କିଣୁଛନ୍ତି। ଆଉ ଏବେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୬୦ ଡଲାର କମ ଅଛି। କିନ୍ତୁ, ଓଡ଼ିଶାରେ ପେଟ୍ରୋଲ ଦାମ ୯୦ ଟଙ୍କା ଥିବା ସମୟରେ ଡିଜେଲ ମୂଲ୍ୟ ୮୭ ଟଙ୍କାକୁ ଛୁଇଁଛି। ଏହି ତୈଳ ଦର ବୃଦ୍ଧି କାରଣରୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାରେ ତୈଳ ଦର ୧୦ ଟଙ୍କା କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବିଷୟରେ କୌଣସି ପଦକ୍ଷେପ ନେଲେ ନାହିଁ। କେନ୍ଦ୍ର ସରକାର ତୈଳ ଦର ସହିତ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଢ଼ାଇବାରେ ଲାଗିଛନ୍ତି।

Google

ରାଜ୍ୟସରକାର ଓଡ଼ିଶାରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛନ୍ତି। ଏହି ବିଷୟରେ ଅତି ଶୀଘ୍ର କୌଣସି ପଦକ୍ଷେପ ନିଆନଗଲେ, ଆନ୍ଧ୍ର ଓଡ଼ିଶାରୁ ୨୧ଟି ଗାଁକୁ ନିଜ ଅଧିନକୁ ନେଇଯିବ। ରାଜ୍ୟସରକାର ଉଚିତ୍ ପଦକ୍ଷେପ ନେଇନଥିବାରୁ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରି ମହାନଦୀ ପାଣି ଅଟକାଇ ଦେଇଛନ୍ତି। ଏହା ସହିତ ରାଜ୍ୟରେ ନାରୀ ନିର୍ଯାତନା,ବେକାରୀ ସମସ୍ୟା, ଶିଶୁ ଅପହରଣ,ରାଜନୈତିକ ହିଂସା ଆଦି ବଢ଼ିବାରେ ଲାଗିଛି। ଏହି ସବୁ କାରଣ ପାଇଁ କଂଗ୍ରେସ ତରଫରୁ ରାଜ୍ୟ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ୧୫ ତାରିଖରେ ରାଜ୍ୟ ବନ୍ଦ ଡାକରାକୁ ସଫଳ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି, କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *