ସରକାର 5G କୁ ନେଇ ଦେଲେ ବଡ ବୟାନ, ମୁକେଶ ଅମ୍ବାନିଙ୍କ Jio କୁ ଲାଗିଲା ଶକ୍ତ ଝଟକା,ଜାଣନ୍ତୁ ପୁରା ଖବର

ସରକାର ଭାରତରେ 5G କୁ ନେଇ ବଡ ବୟାନ ଦେଇଛନ୍ତି | ସରକାରଙ୍କ ଅନୁଯାୟୀ ଦେଶରେ ଏହି ବର୍ଷ 5G କୁ ରୋଲ ଆଉଟ କରିବା ସମ୍ଭବ ନୁହେଁ | ଏହାର ଆରମ୍ଭ ଭାରତରେ ୨୦୨୨ ମସିହାର ଆରମ୍ଭରେ ହୋଇପାରେ | ସଂସଦୀୟ ପ୍ୟାନେଲର ରିପୋର୍ଟ ଅନୁଯାୟୀ ଆସନ୍ତା ୬ ମାସ ପରେ ଆଉ ଏକ ସ୍ପେକ୍ଟ୍ରମ ନିଲାମ କରାଯିବ | ଏହାପରେ ହିଁ ଭାରତରେ 5G କୁ ଆସନ୍ତା ବର୍ଷ ସୁଦ୍ଧା ରୋଲ ଆଉଟ କରାଯାଇପାରିବ | ସଂସଦୀୟ ପ୍ୟାନେଲ ମୁଖ୍ୟ ତଥା ଲୋକସଭା ସାଂସଦ ଶଶି ଥରୁର କହିଛନ୍ତି ଯେ ଭାରତରେ 5G ସର୍ଭିସକୁ ଏହି କ୍ୟାଲେଣ୍ଡର ବର୍ଷ ୨୦୨୧ଶେଷ କିମ୍ବା ୨୦୨୨ ପ୍ରାରମ୍ଭ ସୁଦ୍ଧା ଚୟନ ପାଇଁ ବ୍ୟବହାର କରାଯିବାପାଇଁ ଆରମ୍ଭ କରାଯାଇପାରିବ | ଏହା ଏଥିପାଇଁ କାରଣ ହେଉଛି 4G କୁ ଭାରତରେ ଆସନ୍ତା ଅତି କମରେ ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ଉଚିତ |

ମୁକେଶ ଅମ୍ବାନୀଙ୍କୁ ଲାଗିଥାଇପାରେ ବଡ ଝଟକା :-

ସଂସଦୀୟ ପ୍ୟାନେଲ ରିପୋର୍ଟ ରିଲାଏନ୍ସ ସିଇଓ ମୁକେଶ ଅମ୍ବାନୀଙ୍କୁ ବଡ ଝଟକା ଲାଗିଥାଇପାରେ | ଏହାପୂର୍ବରୁ ମୁକେଶ ଅମ୍ବାନୀ କହିଥିଲେ ଯେ ଜିଓ ୨୦୨୧ ମସିହାର ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଭାରତରେ 5G ସର୍ଭିସକୁ ଲଞ୍ଚ କରିବ | ଅମ୍ବାନୀଙ୍କ ବୟାନ ଅନୁଯାୟୀ 5G ସର୍ଭିସରେ ଜିଓ ସବୁଠାରୁ ଆଗରେ ରହିବ | ସେହିପରି ଏହି ବର୍ଷ ଏୟାରଟେଲ ତରଫରୁ ମଧ୍ୟ 5G ସର୍ଭିସର ହାଇଦ୍ରାବାଦରେ ବ୍ୟବସାୟିକ ନେଟୱାର୍କରେ ସଫଳତାର ସହ ଟ୍ରାଏଲ କରାଯାଇଛି | ଟେଲିକମ କମ୍ପାନୀ ଏୟାରଟେଲ ଏବଂ ଜିଓ 5G ର ପ୍ରସ୍ତୁତି ପୁରା କରିଛନ୍ତି | ଏହି ଦୁଇ କମ୍ପାନୀଙ୍କୁ କେବଳ ସରକାରଙ୍କ ଅନୁମତି ନିମନ୍ତେ ଅପେକ୍ଷା ରହିଛି |

5G ସର୍ଭିସ ରୋଲଆଉଟରେ ହୋଇପାରେ ଡେରି :-

ସଂସଦୀୟ ପ୍ୟାନେଲର ରିପୋର୍ଟ ଅନୁଯାୟୀ, ଭାରତ 5G ସର୍ଭିସ pain ବାକି ଦେଶ ତୁଳନାରେ ପର୍ଯ୍ୟାପ୍ତ ପ୍ରସ୍ତୁତ ହୋଇନାହିଁ | ଏଭଳି ପରିସ୍ଥିତିରେ ଭାରତ ଅଧା ପ୍ରସ୍ତୁତି ସହ ଆଗକୁ ବଢ଼ିପାରିବ ନାହିଁ | ରିପୋର୍ଟ ଅନୁଯାୟୀ, ଯଦି ସରକାର 5G ସର୍ଭିସର ରୋଲ ଆଉଟରେ ସ୍ତକ୍ଷେପ ନକରନ୍ତି, ତେବେ ଭାରତ 2G, 3G, 4G ଭଳି 5G ର ସୁଯୋଗକୁ ପାଇପାରିବ | ଟେଲିକମ ଇଣ୍ଡଷ୍ଟ୍ରି ବଡି (COAI) ଚିନ୍ତା ପ୍ରକଟ କରି କହିଛି ଯେ ଯେତେବେଳେ ଟେଲିକମ ଅପରେଟରମାନେ ଜାନୁୟାରୀ ୨୦୨୦ ରେ 5G ଟ୍ରାଏଲର ଆପ୍ଲିକେସନ ସବମିଟ କରିଦେଇଥିଲେ, ତେବେ ଏପର୍ଯ୍ୟନ୍ତ କାହିଁକି ଟ୍ରାଏଲର ଗାଇଡଲାଇନର ତାରିଖ ଜାରି କରାଯାଇ ନାହିଁ |

Google

5G ସର୍ଭିସ ଡେରିରେ DoT କୁ ତାଗିଦ :-

ଟେଲିକମ ମିନିଷ୍ଟର ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୧ ରୁ ୩.୯୨ ଲକ୍ଷ କୋଟି ମୂଲ୍ୟର ସ୍ପେକ୍ଟ୍ରମ ନିଲାମ କରାଯିବ | ଏଥିରେ 5G ସର୍ଭିସ ପାଇଁ ଆବଶ୍ୟକ ଫ୍ରିକ୍ୱେନ୍ସି ସାମିଲ କରାଯାଇନାହିଁ | ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ସଂସଦର ସ୍ଥାୟୀ କମିଟି 5G ସେବାରେ ଡେରି ଯୋଗୁଁ ଟେଲିକମ ବିଭାଗ (DoT)ର ବିରୋଧରେ ଅସନ୍ତୋଷ ପ୍ରକାଶ କରିଛି | କମିଟି କହିଛନ୍ତି ଯେ ଯେତେବେଳେ ଅଧିକାଂଶ ଦେଶ ପରବର୍ତ୍ତୀ ପିଢ଼ିର ଟେକ୍ନୋଲୋଜିର ବ୍ୟବସାୟିକ ବ୍ୟବହାର ଆରମ୍ଭ କରିଛନ୍ତି, ସେତେବେଳେ ଭାରତରେ ଏହାର ରୋଲ ଆଉଟ କାହିଁକି ଡେରି କରାଯାଉଛି ? କୁହାଯାଉଛି ଯେ ଟେଲିକମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ ଆମେ ଦୁନିଆଁରେ ସବୁଠାରୁ ଦ୍ରୁତ ଗତିରେ ମେଡ ଇନ ଇଣ୍ଡିଆ 5G କୁ ଲାଗୁ କରିବୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *