୨୦୨୧ ଆଇପିଏଲ ଏହି ପାଞ୍ଚ ଜଣ ପ୍ରସିଦ୍ଧ ଖେଳାଳିଙ୍କ ପାଇଁ ହୋଇପାରେ ଶେଷ ଆଇପିଏଲ,ଜାଣନ୍ତୁ କିଏ କିଏ ସେହି ୫ ଜଣ ଷ୍ଟାର ଖେଳାଳି ?

ଆଇପିଏଲ 2021 ପାଇଁ ଏହିଥର ଫେବୃଆରୀ 18 ତାରିଖରୁ ନିଲାମୀ ଆରମ୍ଭ ହେବାକୁ ଯାଉଛି । ମୋଟ 1097 ଖେଳାଳି ନିଜର ନାମାଙ୍କନ କରାଇଛନ୍ତି । ଏଥିରେ 814 ଭାରତୀୟ ଓ 283 ବିଦେଶୀ ଖେଳାଳି ସାମିଲ ରହିଛନ୍ତି । ଲିଷ୍ଟରେ ସାମିଲ ହୋଇସାରିଥିବା 863 ଖେଳାଳି ହେଉଛନ୍ତି ଅନକ୍ୟାପ ଓ ବାକି 207 ଅନ୍ତରାଷ୍ଟ୍ରୀୟ ଖେଳିସାରିଛନ୍ତି । ଆଇପିଏଲର ଏହି 14 ତମ ସିଜିନରେ କେତେକ ନୂଆ ଖେଳାଳି ଖେଳିବାକୁ ଥିବାବେଳେ କିଛି ଖେଳାଳିଙ୍କ ପାଇଁ ଏହା ଶେଷ ସିଜିନ ହେବାକୁ ଯାଉଛି ।

ମହେନ୍ଦ୍ର ସିଂହ ଧୋନୀ :-

ଚେନ୍ନାଇ ସୁପର କିଙ୍ଗସକୁ ତିନିଥର ଚମ୍ପିୟାନ କରିସାରିଥିବା ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏହିବର୍ଷ ଆଇପିଏଲ ଶେଷ ଆଇପିଏଲ ହୋଇପାରେ । ତାଙ୍କ ମନକୁ ମାପିବା କଠିନ ହୋଇଥାଏ କାରଣ ତାଙ୍କର ନିଷ୍ପତ୍ତି ସର୍ବଦା ସସସ୍ପେନ୍ସ ରହିଥାଏ। ବିଗତବର୍ଷ ଚେନ୍ନାଇର ଆଇପିଏଲରେ ଖରାପ ପ୍ରଦର୍ଶନ ଥିଲା ଓ ଦଳ ଇତିହାସରେ ପ୍ରଥମଥର ଭାବରେ ପ୍ଲେଅଫ କ୍ଵଲିଫାଏ କରିପାରିନଥିଲା । ଦଳ 14ଟି ମ୍ୟାଚରେ 6ଟି ବିଜୟ ସହ କ୍ଵଲିଫାଏ କରିବାରେ ଅସମର୍ଥ ହୋଇଥିଲା । ଏମିତିରେ ସନ୍ଦେହ କରାଯାଉଥିଲା କି, ଦଳପାଇଁ ଆଗାମୀ ବର୍ଷ ଅଧିନାୟକ ପଦ ଗ୍ରହଣ କରିବେନାହିଁ କିନ୍ତୁ ଏହା ହୋଇନାହିଁ । ଏବର୍ଷ ମଧ୍ୟ ଧୋନୀ ଅଧିନାୟକ ରହିବେ ।

ରବିନ ଉଥପା :-

ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରବିନ ଉଥପାଙ୍କ ଚଳିତବର୍ଷ ଶେଷ ଆଇପିଏଲ ହୋଇପାରେ । ଏହିବର୍ଷ ଉଥପା ଚେନ୍ନାଇ ତରଫରୁ ଖେଳିବାର ନଜର ଆସିବେ । ରାଜସ୍ଥାନ ଟ୍ରେଣ୍ଡିଙ୍ଗ ନିୟମ ସହିତ ଚେନ୍ନାଇକୁ ଟ୍ରାନ୍ସଫର ହୋଇଛନ୍ତି । ବିଗତବର୍ଷ ରାଜସ୍ଥାନ ଉଥପାଙ୍କୁ 3 କୋଟି ଟଙ୍କାରେ କିଣିଥିଲେ କିନ୍ତୁ ସେ 12 ମ୍ୟାଚରୁ 196 ରନ କରିଥିଲେ ।

ହରଭଜନ ସିଂହ :-

ନିଲାମ ପୂର୍ବରୁ ଚେନ୍ନାଇ ନିଜର 6 ଜଣ ଖେଳାଳିଙ୍କୁ ରିଲିଜ କରିଥିଲା । ଏଥିରେ ହରଭଜନ ସିଂହଙ୍କ ନାମ ମଧ୍ୟ ସାମିଲ ରହିଛି । ଏହିବର୍ଷ ନିଲାମୀ ପାଇଁ ହରଭଜନ ସିଂହଙ୍କ ବେସ ପ୍ରାଇସ ୨କୋଟି ଟଙ୍କା ରଖାଯାଇଛି । ବିଗତବର୍ଷ ହରଭଜନ ସିଂହ ଆଇପିଏଲରେ ଅଂଶୀଦାର ନଥିଲେ । ସେ କୌଣସି କାରଣରୁ ନିଜ ନାମ ଆଇପିଏଲରୁ କାଢ଼ିନେଇଥିଲେ । ହରଭଜନ ଆଇପିଏଲରେ ଏକ ସ୍ପିନର ରୂପରେ ସବୁଠାରୁ ଅଧିକ ଉଇକେଟ ନେଇଛନ୍ତି । ବୋଧହୁଏ ଆଇପିଏଲର 14 ତମ ସିଜିନ ତାଙ୍କ ପାଇଁ ଶେଷ ହୋଇପାରେ ।

ଅମ୍ବାତି ରାୟୁଡୁ :-

ଅମ୍ବାତି ରାୟୁଡୁ କିଛି ବର୍ଷ ପର୍ଯ୍ୟନ୍ତ ଚେନ୍ନାଇ ଦଳରେ ସାମିଲ ରହିଲେ । ସେ କିଛି ସିଜିନ ଦଳକୁ ଜିତାଇବାରେ ସାହାର୍ଯ୍ୟ କରିଥିଲେ । କିନ୍ତୁ ବିଗତବର୍ଷ ତାଙ୍କ ଫର୍ମ ଖରାପ ରହିଥିଲା । 2019 ରେ ସେ ବିଶ୍ୱକପ ଦଳରେ ସ୍ଥାନ ନପାଇବା କାରଣରୁ ସନ୍ୟାସ ଘୋଷଣା କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ନିଜର ନାମ ଫେରାଇ ଆଣିଥିଲେ ।

ପୀୟୂଷ ଚାୱାଲା :-

ପୀୟୂଷ ଚାୱାଲାଙ୍କୁ 2019 ନିଲାମୀରେ ଚେନ୍ନାଇ ସୁପର କିଙ୍ଗସ ବହୁତ ବଡ଼ ଆଶାର ସହିତ କିଣିଥିଲା । ଚେନ୍ନାଇ ଚାୱାଲାଙ୍କୁ 6.75 କୋଟି ଟଙ୍କାରେ କିଣିଥିଲା । କିନ୍ତୁ ତାଙ୍କ ପ୍ରଦର୍ଶନ ଖରାପ ଥିଲା ଓ ସେ ମାତ୍ର 7ଟି ମ୍ୟାଚରୁ 6ଟି ଉଇକେଟ ନେଇପାରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *