ଆଇପିଏଲ ନିଲାମ ୨୦୨୧: କେଉଁ ଦଳ ଅର୍ଜୁନ ତେନ୍ଦୁଲକରକୁ ଦଳରେ ସାମିଲ କରିବାକୁ ଶେଷ ପର୍ଯ୍ୟନ୍ତ ଲଢ଼ିପାରେ?

ଅର୍ଜୁନ ତେନ୍ଦୁଲକର ଜାନୁଆରୀ ମାସରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କ୍ୟାରିୟର ଆରମ୍ଭ କରିଥିଲେ|ସେ ମୁମ୍ବାଇ ଦଳ ତରଫରୁ ଦୁଇଟି ମ୍ୟାଚ ଖେଳିଥିଲେ, ସେଥିରେ ସେ ୩ରନ୍ କରିଥିଲେ ଓ ଦୁଇ ୱିକେଟ୍ ହାସଲ କରିଥିଲେ|ମାନେ ସିନିୟର ଲେଭଲରେ ତାଙ୍କର ୨ଟି ଟି-୨୦ ମ୍ୟାଚର ଅଭିଜ୍ଞତା ରହିଛି|

ଅଲରାଉଣ୍ଡର ତେନ୍ଦୁଲକର ୧୮ ଫେବୃଆରୀ ୨୦୨୧ରେ ହେବାକୁ ଯାଉଥିବା ଆଇପିଏଲ ନିଲାମିରେ ନିଜର ନାମ ରେଜିଷ୍ଟ୍ରେସନ କରିଛନ୍ତି|ସେ ନିଜର ବେସ୍ ପ୍ରାଇସ୍ ୨୦ଲକ୍ଷ ସ୍ଥିର କରିଛନ୍ତି|ଜୁନିଅର ତେନ୍ଦୁଲକରଙ୍କର ଆଶା ଅଛି ଯେ ଏହି ବର୍ଷ ମେଗା ଟି-୨୦ ଟୁର୍ନାମେଣ୍ଟରେ ଖେଳିବେ|

୫ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସବୁବେଳେ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଥାଏ, ଏଥିରେ ଅର୍ଜୁନଙ୍କୁ ଏହି ଫ୍ରାଞ୍ଚାଇଜି ଠାରୁ ଆଶା କରାଯାଉଛି|ସେ ଏହି ଦଳର ନେଟ୍ ଵୋଲର ରହିସାରିଛନ୍ତି|ଯେହେତୁ ଅର୍ଜୁନ ମୁମ୍ବାଇର ସିନିୟର ଦଳର ଅଂଶ ଅଟନ୍ତି ତେଣୁ ଖାସ କଥା ଯେ ମୁମ୍ବାଇ ଜୁନିୟର ତେନ୍ଦୁଲକର ପାଇଁ ବୋଟିଙ୍ଗ କରିବ|ଅର୍ଜୁନଙ୍କ ବାପା ସଚିନ ଏହି ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି|

ଏହି ବର୍ଷ ରାଜସ୍ଥାନ ରୟାଲ୍ସ ଷ୍ଟିଭ ସ୍ମିଥ୍ ସମେତ ବହୁ ଖେଳାଳିଙ୍କୁ ରିଲିଜ କରିଛି|ଏହି ଦଳ ୟଙ୍ଗ ପ୍ଲେୟର୍ସଙ୍କୁ ସିଲେକ୍ଟ କରିବା ଭାବେ ଜଣାଶୁଣା|ଆଶା କରାଯାଏ ଭବିଷ୍ୟତର ପ୍ରସ୍ତୁତି ପାଇଁ ରାଜସ୍ଥାନ ଦଳ ଅର୍ଜୁନ ତେନ୍ଦୁଲକରଙ୍କୁ ନିଲାମିରେ କହିପାରେ ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସହ ପ୍ରତିଯୋଗିତା ହୋଇପାରେ|

ଯେତେବେଳେ ଅର୍ଜୁନ ତେନ୍ଦୁଲକର ଙ୍କର ସିଲେକ୍ସନ ମୁମ୍ବାଇର ସିନିଅର ଦଳରେ ହୋଇଥିଲା, ସେତେବେଳେ ତାଙ୍କୁ ନେଇ ନେପେଟିଜମର ଆରୋପ ଲଗାଯାଉଛି|ସୋସିଆଲ ମିଡିଆରେ ଏହି କଥା ବାର ବାର କୁହାଯାଉଛି ଯେ ଅର୍ଜୁନଙ୍କୁ ସଚିନଙ୍କ ପୁଅ ହେବାର ଫାଇଦା ମିଳୁଛି|ବହୁ ଲୋକ ଏହା ମାନୁଛନ୍ତି ଯେ ଅର୍ଜୁନଙ୍କୁ ମୁମ୍ବାଇ ଫ୍ରାଞ୍ଚାଇଜି ନେବାର ମନସ୍ଥ କରିସାରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *