ଭାରତ ବନାମ ଇଂଲଣ୍ଡ : ଏହି ପାଞ୍ଚଟି ଭୁଲ ପାଇଁ ଟିମ ଇଣ୍ଡିଆ ହାରିଲା,ଜାଣନ୍ତୁ ସେହି ୫ କାରଣ ?

ଭାରତୀୟ ଟିମକୁ ଇଂଲଣ୍ଡ ହାତରେ ପ୍ରଥମ ଟେଷ୍ଟରେ ପରାଜୟର ସାମ୍ନା କରିବାକୁ ପଡିଲା | ଚେନ୍ନାଇରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟିମ ଭାରତୀୟ ଟିମ ଉପରେ ପ୍ରତ୍ୟେକ କ୍ଷେତ୍ରରେ ଭାରି ପଡିଲା | ମ୍ୟାଚର ଶେଷ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ସଂପୂର୍ଣ୍ଣ ଭାବେ ଶ୍ୱାସରୁଦ୍ଧ ହୋଇଥିଲେ | ଅଜିଙ୍କ୍ୟ ରହାଣେଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ଫେରିଥିବା ଭାରତୀୟ ଟିମକୁ ଘରେ ବିରାଟଙ୍କ ଅଧୀନରେ ପରାଜୟ ସହ ସିରିଜର ଆରମ୍ଭ କରିବାକୁ ପଡିଲା |

ପ୍ଲେଇଂ XI ର ଚୟନ :-

ଚେନ୍ନାଇ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଟିମ ପରିଚାଳନାର ଏକ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥିଲା | ଟିମରେ ଶେଷ ସୁଯୋଗରେ କୁଳଦୀପ ଯାଦବଙ୍କ ସ୍ଥାନରେ ରିଜର୍ଭ ଖେଳାଳି ଶାହବାଜ ନଦିମଙ୍କୁ ସାମିଲ କରାଗଲା |

DRS ରେ ବିରାଟ ବଞ୍ଚିତ :-

ବିରାଟ କୋହଲି ରିଭ୍ୟୁ ନେବାରେ ସବୁବେଳେ ଅସହଜ ଦେଖାଯାନ୍ତି | ଯେଉଁପରି ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି DRS କୁ ନେଇ ସର୍ବଦା ସଫଳ ରହୁଥିଲେ, ବିରାଟ ସମ୍ପୂର୍ଣ୍ଣ ଭାବେ ତାଙ୍କ ବିପରୀତ ବୋଲି ଲାଗନ୍ତି | ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ବିରାଟଙ୍କ ଏହି ଦୁର୍ବଳତା ସ୍ପଷ୍ଟ ଦେଖାଯାଇଥିଲା | ସେ ଖୁବ କମ ସମୟ ମଧ୍ୟରେ ତିନୋଟି ଡିଆରଏସ ନେଇଥିଲେ ଏବଂ ତିନିଜଣ ହିଁ ତାଙ୍କ ସପକ୍ଷରେ ଯାଇ ନଥିଲେ |

ଠିକ ସମୟରେ ନୁଆଁ ବଲ ନ ନେବା :-

ମ୍ୟାଚର ଦ୍ୱିତୀୟ ଦିନ ଖେଳରେ ବିରାଟ ନୁଆଁ ବଲ ନେବାରେ ଡେରି କରିଥିଲେ | ଟିମ ଇଣ୍ଡିଆ ପାଖରେ ଶେଷ ଘଣ୍ଟାରେ ନୁଆଁ ବଲ ନେବାର ବିକଳ୍ପ ରହିଥିଲା, କିନ୍ତୁ କୋହଲି ଏଠାରେ ମଧ୍ୟ ଏହାକୁ ହରାଇ ଥିଲେ | କୋହଲିଙ୍କୁ ଲାଗିଥିଲା ଯେ ପୁରୁଣା ବଲରୁ ତାଙ୍କ ସ୍ପିନର ୱିକେଟ ବାହାର କରିନେବେ, କିନ୍ତୁ ଏପରି କିଛି ବି ହୋଇନଥିଲା |

ରୁଟଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା ନ କରିବା :-

ଚେନ୍ନାଇରେ ଚାଲିଥିବା ଟେଷ୍ଟ ମ୍ୟାଚ‌ରେ ଇଂଲଣ୍ଡକୁ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇବାକୁ ପୁରା ଶ୍ରେୟ କ୍ୟାପଟେନ ଜୋ ରୁଟ‌ଙ୍କ ଉପରକୁ ଯାଇଥାଏ | ସେ ନିଜର ୧୦୦ତମ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରି ୨୧୮ ରନର ମାରାଥନ ଇନିଂସ ଖେଳିଥିଲେ | କୋହଲି ମଧ୍ୟ ରୁଟଙ୍କ ଉପରେ କୌଣସି ଚାପ ପକାଇବାକୁ ଚେଷ୍ଟା କରିନଥିଲେ ଏବଂ ତାଙ୍କୁ ଖୋଲା ଭାବରେ ଖେଳିବାର ସ୍ୱାଧୀନତା ଦେଇଥିଲେ | କୋହଲି ରୁଟଙ୍କ ବିପକ୍ଷରେ ନିଜ ପ୍ରମୁଖ ବୋଲରଙ୍କଠାରୁ ବିଶେଷ କରି ଅଶ୍ୱିନଙ୍କ ବ୍ୟବହାର କମ କଲେ |

ଇଂଲଣ୍ଡକୁ ହାଲୁକା ଭାବିବା :-

ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ଫେରିଥିବା ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷ ନିଜର ସବୁ ଷ୍ଟାର ଖେଳାଳିଙ୍କ ସହ ଚେନ୍ନାଇରେ ପ୍ରଥମ ଟେଷ୍ଟକୁ ଫେରିଥିଲେ | କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଟିମ ଇଂଲଣ୍ଡକୁ ହାଲୁକା ଭାବେ ନେଇଥିଲା | ଭାରତୀୟ ଟିମ ଇଂଲଣ୍ଡର ଅଭିଜ୍ଞ ସ୍ପିନ ବୋଲରମାନଙ୍କୁ ସେମାନଙ୍କ ଉପରେ ପ୍ରାଧାନ୍ୟ ଦେବାର ସୁଯୋଗ ଦେଇଥିଲା ଏବଂ ନିଜେ ମଧ୍ୟ ଅନେକ ଭୁଲ କରିଥିଲେ | ତାର ଫଳାଫଳ ମଧ୍ୟ ସେମାନଙ୍କୁ ହିଁ ଭୋଗିବାକୁ ପଡିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *