୯ ମାସ ପର୍ଯ୍ୟନ୍ତ ଗର୍ଭବତୀ ଥିବାର ଅଭିନୟ କଲା ଗାର୍ଲଫ୍ରେଣ୍ଡ ,କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

ସ୍କଟଲାଣ୍ଡର ଏକ ମହିଳା 9 ମାସ ପର୍ଯ୍ୟନ୍ତ ଗର୍ଭବତୀ ଥିବାର ଅଭିନୟ କରୁଥିଲେ । ମହିଳା ଜଣକ ନିଜର ଏକ୍ସ ବୟଫ୍ରେଣ୍ଡଙ୍କୁ ଗର୍ଭବତୀ ରହିଥିବାର ମିଛ କହିଲେ । ସେ ଦୀର୍ଘ 9 ମାସ ପର୍ଯ୍ୟନ୍ତ ନକଲି ବେବି ବମ୍ପ ଲଗାଇ ନାଟକ କଲେ । ମହିଳାଙ୍କ ଏହି ଡ୍ରାମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜ୍ୟାକଲିନ ମ୍ୟାକଗୋବନ ନାମକ ଏକ ମହିଳା ନିଜର ବୟଫ୍ରେଣ୍ଡ ଜେମି ଇତକେନଙ୍କ ମାଆଙ୍କୁ ଗର୍ଭବତୀ ହେବାର ନକଲି ଫୋଟୋ ମଧ୍ୟ ଶେୟର କରିଥିଲେ । ଜ୍ୟାକଲିନ ଜେମିଙ୍କ ପରିବାରକୁ ଭରସା ଦେଲେ କି, ତାଙ୍କ ପେଟରେ ଜେମିଙ୍କ 9 ମାସର ପିଲା ବଢୁଛି ।

ଡେଲି ରିକର୍ଡସ ରିପୋର୍ଟ ଅନୁସାରେ, 36 ବର୍ଷର ଜ୍ୟାକଲିନ ହେବାକୁ ଥିବା ପିଲା ବିଷୟରେ କଥା ହୋଇ ବାରମ୍ବାର ଜେମିଙ୍କର ସମ୍ପର୍କୀୟଙ୍କ ସହିତ ମିଶୁଥିଲେ । ଜ୍ୟାକଲିନ ନିଜ ପେଟରେ ଏକ ନକଲି ବେବି ବମ୍ପ କିଣି ନିଜ କପଡ଼ା ଭିତରେ ରଖୁଥିଲେ ।

ଜ୍ୟାକଲିନ ଲୋକଙ୍କୁ ଧୋକା ଦେଇ କହିଥିଲେ କି, ସେ ମାଆ ହେବାକୁ ଯାଉଛନ୍ତି ଓ ସେ ତାଙ୍କ ପିଲାର ନାମ ନୋହା ରଖୁଛନ୍ତି। ସେ ଜେମିଙ୍କ ମାଆଙ୍କୁ କହିଥିଲେ କି, ଆପଣ ଜେଜେ ମାଆ ହେବାକୁ ଯାଉଛନ୍ତି ।

ଜ୍ୟାକଲିନ ଜେମିଙ୍କ ମାଆଙ୍କୁ କହିଲେ କି, ତାଙ୍କର ଡେଲିଭରୀ 20 ମାର୍ଚ୍ଚ 2020 କୁ ହେବ । ସେ ଜେମିଙ୍କ ମାଆଙ୍କୁ କହିଥିଲେ କି, ପିଲାର ଲାଳନ ପାଳନ ଦାୟିତ୍ବ ଉଠାଇବାକୁ ।

ଏହାପରେ ଜ୍ୟାକଲିନ ଏକଦା ନିଜ ପିଲାର ଝୁଲଣ କିଣିବାପାଇଁ ଜେମିଙ୍କୁ 2,99,888 ଟଙ୍କା ମାଗିଥିଲେ । କିଛିଦିନ ପରେ ଜ୍ୟାକଲିନ କହିଲେ, ଜେମି ତାଙ୍କର କେୟାର କରିନାହାଁନ୍ତି ଏହାପରେ ସେ ଜେମିଙ୍କ ମାଆଙ୍କୁ ଏହା ସମ୍ପର୍କରେ ଅବଗତ କରାଇଲେ ।

ଜେମି ଏହିସବୁ ଘଟଣାକୁ ନେଇ ବିରକ୍ତି ଭାବ ପ୍ରକାଶ କରୁଥିଲେ ଶେଷରେ ସେ ଜ୍ୟାକଲିନଙ୍କ ନାମରେ କୋର୍ଟରେ ଆରୋପ ଆଣିଲେ । କୋର୍ଟରେ ଜ୍ୟାକଲିନ ମାନିଥିଲା କି, ସେ ଜେମିଙ୍କ ପରିବାର ସହିତ ଧୋକା ଦେଇ ଆସୁଥିଲା କାରଣ ଜ୍ୟାକଲିନର ସମ୍ପୂର୍ଣ୍ଣ ଲକ୍ଷ୍ୟ ଜେମିଙ୍କ ଷ୍ଟକ ଓ ଟଙ୍କା ଉପରେ ଥିଲା ।

ପର୍ଥ ଥେରିକ କୋର୍ଟରେ ଏହି ମାମଲାର ଶୁଣାଣି ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା । ଜ୍ୟାକଲିନ ବୟାନ ମାଧ୍ୟମରେ ସ୍ୱୀକାର କଲେ କି, ସେ ନକଲି ବେବି ପମ୍ପ ବ୍ୟବହାର କରୁଥିଲେ । ଏହାପରେ ଜେମିଙ୍କ ଓକିଲ ଜ୍ୟାକଲିନଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ମିନତି କରିଥିଲେ ।

ଏହାପରେ ଆଗାମୀ ମାସ ଏହାର ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *