ଯେଉଁ ଦିନ ଗାର୍ଲଫ୍ରେଣ୍ଡ ସହ ହେଲା ବ୍ରେକଅପ,ସେହିଦିନ ଯୁବକ ଜଣକ ଜିତିଲେ 30 କୋଟି ଟଙ୍କା,ଜାଣନ୍ତୁ ପୁରା ମାମଲା

ମଣିଷର ଭାଗ୍ୟ କେବେ ବଦଳିଯାଏ ଏହା ଜଣାପଡିନଥାଏ, ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ, ଯେଉଁଠାରେ ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ସହିତ ବ୍ରେକକପ କରିଦେଇଥିଲା । ଯୁବକଟି ସେଦିନ ବହୁତ ଟେନସନରେ ଥିଲା କିନ୍ତୁ ସେହିଦିନ ସେ କୋଟିପତି ହେବାର ଖବର ପାଇଥିଲା । ତାକୁ ଜଣାନଥିଲା କି, ସେ ଏତେ ଖୁସି ପାଇଯିବ ।

ଜାନୁଆରୀ 15 ତାରିଖରେ ହେଲା ବ୍ରେକଅପ :-

ଜନ ମୁତାବିକ, ସେ ନିଜର ଗାର୍ଲଫ୍ରେଣ୍ଡ ସହିତ ଲମ୍ବା ସମୟ ଧରି ଲିଭ ଇନରେ ରହୁଥିଲା କିନ୍ତୁ ଜାନୁଆରୀ 15 ତାରିଖରେ ଉଭୟଙ୍କ ମଧ୍ୟରେ କିଛି ଏପଟ ସେପଟ ହେବାରୁ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ଛାଡ଼ିଦେଇଥିଲେ । ଏହାପରେ ସେ ମନଦୁଃଖ କରିଥିଲେ ଓ ଏହିସମୟରେ ନିଜର ଲଟେରୀ ଖେଳୁଥିବା ସମୟରେ ସେ 3 ମିଲିୟନ ପାଉଣ୍ଡ ଜିତିଥିଲେ । ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ 30 କୋଟି ଟଙ୍କା ।

ବହୁତ ସମୟ ପର୍ଯ୍ୟନ୍ତ ଗାଧୋଇବାକୁ ଲାଗିଲେ :-

ଜନ କହିଥିଲେ, ତାଙ୍କୁ ଲାଗିଲା କି ସେ କୌଣସି ସ୍ଵପ୍ନ ଦେଖୁଛି। ଯେଉଁଥିରେ ତାଙ୍କର ଲଟେରୀ ଲାଗିଛି । ଏହାପରେ ସେ ବାଥରୁମକୁ ଗଲେ ଓ ଥଣ୍ଡା ପାଣିରେ ଗାଧୋଇବା ଆରମ୍ଭ କରିଦେଲେ । ଏହାପରେ ସେ ଦ୍ଵିତୀୟ ଥର ଆସି ଲଟେରୀ ଚେକ କରିଥିଲେ ଓ ତାଙ୍କୁ ଏହାପରେ ବିଶ୍ୱାସ ହୋଇଥିଲା କି, ଏହା ସ୍ୱପ୍ନ ନୁହେଁ ସତ ଅଟେ ଏବଂ ତାଙ୍କ ହାତରେ ଏକ ବଡ଼ ଜ୍ୟାକପଟ ଲାଗିଗଲା । ଲଟେରୀ ପାଇବାପରେ ଜନଙ୍କ ସବୁ ଦୁଃଖ ଖୁସିରେ ପରିଣତ ହୋଇଗଲା ।

ଚାରିଦିନ ପରେ ଲଟେରୀ ଅଫିସ ପହଞ୍ଚିଥିଲେ :-

ଜାନୁଆରୀ 19 ତରଖ ଦିନ ଜନ ନ୍ୟାଶନାଲ ଲଟେରୀ ଅପରେଟର ଅଫିସ ପହଞ୍ଚିଥିଲେ । ଏହାପରେ ସେ ଲଟେରୀ ସହିତ ଜିତିଥିବାର ଦାବି କରିଥିଲେ । ଯାଞ୍ଚରେ ତାଙ୍କର ସବୁ ଦସ୍ତାବିଜ ସଠିକ ହୋଇଥିଲା । ମିଡ଼ିଆ ସହିତ ଆଲୋଚନା କରି ଜନ କହିଥିଲେ, ତାଙ୍କୁ ଏବେବି ବିଶ୍ୱାସ ହେଉନଥିଲା କି, ସେ ଜିତିଯାଇଥିଲେ । ଗୋଟିଏ ସମ୍ପର୍କ ଶେଷ ହେବାପରେ ମୁଁ ଦୁଃଖୀ ଥିଲି କିନ୍ତୁ ବର୍ତ୍ତମାନ ଖୁସି ହୋଇଗଲି ।

ଚାକିରୀ ଛାଡ଼ିବି ନାହିଁ :-

ଜନ କହିଛନ୍ତି, ସେ ବର୍ତ୍ତମାନ ଫାଇନାନ୍ସ ସେକ୍ଟରରେ କାମ କରୁଛନ୍ତି, ବର୍ତ୍ତମାନ ତାଙ୍କ ହାତରେ ଏକ ବଡ଼ ରାଶି ଲାଗିଯାଇଛି କିନ୍ତୁ ତାଙ୍କର ବର୍ତ୍ତମାନ ରିଟାୟାରମେଣ୍ଟ ହୋଇନାହିଁ ଓ ସେ ଚାକିରୀ ଛାଡିବେନାହିଁ । ସେ ଜିତିଥିବା ଟଙ୍କା ନିବେଶ କରିବାସହ କିଛି ଦାନ କରିବେ ବୋଲି କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *