ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜ ଟିମର ଧମାକା । ଏସିଆରେ ସବୁଠାରୁ ବଡ଼ ଟାର୍ଗେଟକୁ କଲା ହାସଲ,ଜାଣନ୍ତୁ ପୁରା ଖବର

ୱେଷ୍ଟଇଣ୍ଡିଜ ବାଂଲାଦେଶ ବିପକ୍ଷରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇତିହାସ ରଚି ଦେଇଛି । ବାଂଲାଦେଶର ଚତଗାଓଁ ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ 395 ରନର ଲକ୍ଷ୍ୟକୁ ହାସଲ କରି ନିଜ ନାମରେ ବହୁତ ରେକର୍ଡ଼ ସୃଷ୍ଟି କରିସାରିଛି । ଏସିଆରେ ଏତେ ବଡ଼ ଲକ୍ଷ୍ୟକୁ ପିଛା କରି ଜିତିବାରେ ୱେଷ୍ଟଇଣ୍ଡିଜ ପ୍ରଥମ ଦଳ ହୋଇସାରିଛି । ଏହାବ୍ୟତୀତ ଦଳ ଓଭରଅଲ ପାଞ୍ଚଟି ବଡ଼ ରେକର୍ଡ଼ ହାସଲ କରିବା ନିଜ ନାମରେ କରିଛି ।

ଏହି ବିଜୟୀ ଦଳର ହିରୋ ଥିଲେ କାଇଲ ମେୟର୍ସ । ଏହା ତାଙ୍କର ଡେବ୍ୟୁ ମ୍ୟାଚ ଥିଲା ଓ ସେ ନଟଆଉଟ ରହି 210 ରନ କରି ନିଜ ଦଳକୁ ବିଜୟୀ କରାଇଥିଲେ । ସେ 310 ବଲରୁ 20 ଚୌକା ଓ 7ଟି ଛକା ମାରିଥିଲେ ।

ସେ ଚତୁର୍ଥ ଉଇକେଟରେ ନୁକ୍ରମାହ ବୋନରଙ୍କ ସହିତ 216 ରନର ଭଗିଦାରୀ କରିଥିଲେ । ଏହାପରେ ଖେଳ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯାଇଥିଲା । ଚତୁର୍ଥ ପାଳିରେ ଦ୍ଵିଶତକ ମାରିବାରେ ସେ ଷଷ୍ଠ ବ୍ୟାଟ୍ସମ୍ୟାନ ହୋଇଗଲେ।

ଏହାପୂର୍ବରୁ ବାଂଲାଦେଶ ଟସ ଜିତି ବ୍ୟାଟିଂ ଫଇସଲା କରିଥିଲା । ପ୍ରଥମ ପାଳିରେ ବାଂଲାଦେଶ 430 ରନ କରିଥିଲେ । ଜବାବରେ ୱେଷ୍ଟଇଣ୍ଡିଜ 259 ରନ କରିଥିଲେ । ଏହାପରେ ବାଂଲାଦେଶ ନିଜର ଦ୍ଵିତୀୟ ପାଳି 223 ରନ କରି ଘୋଷଣା କରିଥିଲା ଓ ୱେଷ୍ଟଇଣ୍ଡିଜ ଦଳ ସାମ୍ନାରେ 395 ରନର ବିଜୟ ଲକ୍ଷ୍ୟ ଥିଲା । ଯାହାକୁ ଭ୍ରମଣକାରୀ ଦଳ 7 ଉଇକେଟ ହରାଇ ଜିତିନେଇଥିଲା ।

59 ରନରେ ପଡିଥିଲା 3 ଉଇକେଟ :-

395 ରନର ପିଛା କରି ୱେଷ୍ଟଇଣ୍ଡିଜ ଦଳ ମାତ୍ର 59 ରନରେ ନିଜର 3 ଉଇକେଟ ହରାଇ ଦେଇଥିଲା । ଏହାପରେ ବୋନର୍ସ ଓ ମେୟର୍ସ ପାଳି ସମ୍ଭାଳିଥିଲେ ଓ ଦଳକୁ ବିଜୟୀ ବନାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *