ସୁନା କିଣିବାର ସର୍ବୋତ୍ତମ ସୁଯୋଗ, ୭ ମାସ ପରେ ସବୁଠୁ ନିମ୍ନସ୍ତରରେ ପହଞ୍ଚିଲା ଦର , ଜାଣନ୍ତୁ କେତେ ହେଲା ଶସ୍ତା ?

ଆଜି ୨୦୨୧ ମସିହାର ଫେବୃଆରୀ ମାସର ଦ୍ୱିତୀୟ ସପ୍ତାହର ପ୍ରଥମ ବ୍ୟବସାୟ ଦିନ ଅଟେ | ଫେବୃଆରୀ ମାସର ପ୍ରଥମ ସପ୍ତାହର ପାଞ୍ଚଟି ବ୍ୟବସାୟ ଦିନ ଅର୍ଥାତ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସୁନା ମୂଲ୍ୟରେ ଲଗାତାର ରେକର୍ଡ କରାଯାଇଥିଲା | ଏହି ପରି ଭାବରେ ସୁନା ମୂଲ୍ୟରେ ଗତ ପାଞ୍ଚ ଦିନ ମଧ୍ୟରେ ୨୧୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସର ରେକର୍ଡ କରାଯାଇଛି | ତେବେ ସୁନା ୭ ମାସର ନିଜର ସର୍ବନିମ୍ନ ସ୍ତରରେ ପହଞ୍ଚିଛି | ଏଭଳି ପରିସ୍ଥିତିରେ ଏହି ବ୍ୟବସାୟ ସପ୍ତାହରେ ମଧ୍ୟ ସୁନା ମୂଲ୍ୟରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି | ସାରା ଦେଶ ଏହି କଥା ଉପରେ ନଜର ରଖିଛି ଯେ ଆଜି ବଜାର ଖୋଲିବା ପରେ ସୁନା ମୂଲ୍ୟରେ କଣ ଖବର ରହିଛି |

ବାସ୍ତବରେ, କେନ୍ଦ୍ର ସରକାର ଯେବେଠାରୁ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି, ସେବେଠାରୁ ସୁନାର ଉଜ୍ଜ୍ୱଳତା ଲଗାତାର ଫିକା ପଡିବାରେ ଲାଗିଛି | ବଜେଟ ଉପସ୍ଥାପନା ପରେ ଫେବୃଆରୀ ୧ ଠାରୁ ଦେଶରେ ସୁନା ମୂଲ୍ୟରେ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି | ଗତ ୫ ଦିନରେ ସୁନା ପ୍ରାୟ ୨୧୦୦ ଟଙ୍କା ଶସ୍ତା ହୋଇଯାଇଛି |

ଲଗାତାର ଶସ୍ତା ହେଉଥିବା ସୁନା ଉପରେ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ସଂକ୍ରମଣର ଚିନ୍ତା ବର୍ତ୍ତମାନ ଲୋକଙ୍କ ମନରୁ ଦୂରେଇ ଯାଉଛି | ତେଣୁ, ବର୍ତ୍ତମାନ ଲୋକମାନେ ସୁରକ୍ଷିତ ବିନିଯୋଗ ଭାବରେ ସୁନା କିଣୁ ନାହାଁନ୍ତି | ଆଗାମୀ ଦିନରେ ମୂଲ୍ୟ ଆହୁରି ହ୍ରାସ ପାଇପାରେ | ଘରୋଇ ବଜାରରେ ସୁନା ମୂଲ୍ୟରେ ହ୍ରାସ ହୋଇ ଦଶ ଗ୍ରାମ ପିଛା ୪୨ ହଜାର ଟଙ୍କାକୁ ଆସିପାରେ | ଏହାସହିତ ଏହି ଲୋକମାନେ କହିଛନ୍ତି ଯେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସୁନା ଦର ହ୍ରାସର ଧାରା ଜାରି ରହିପାରେ | କିନ୍ତୁ, ଏହାର ଦୀପାବଳି ପର୍ଯ୍ୟନ୍ତ ପୁଣିଥରେ ଦଶ ଗ୍ରାମ ପିଛା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା ରହିଛି |

ଶୁକ୍ରବାର ଦିନ ସୁନା ମୂଲ୍ୟ ୧୬୩ ଟଙ୍କା ହ୍ରାସ ସହିତ ୧୦ ଗ୍ରାମ ପିଛା ୪୬,୭୩୮ ଟଙ୍କାରେ ବନ୍ଦ ହୋଇଥିଲା | ଗୁରୁବାର ଦିନ ସୁନା ୩୨୨ ଟଙ୍କା ହ୍ରାସ ହୋଇ ୧୦ ଗ୍ରାମ ପିଛା ୪୭,୧୩୫ ଟଙ୍କା ହୋଇଥିଲା | ଏହାପୂର୍ବରୁ ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ୪୭,୪୫୭ ଟଙ୍କା ରହିଥିଲା | ଯେବେକି ମଙ୍ଗଳବାର ଦିନ ସୁନା ୧୦ ଗ୍ରାମ ପିଛା ୪୭,୬୧୯ ଟଙ୍କାରେ ବନ୍ଦ ହୋଇଯାଇଥିଲା | ସେହିପରି ସୋମବାର ଦିନ ଅର୍ଥାତ ଫେବୃଆରୀ ୧ ରେ ଦିଲ୍ଲୀ ବଜାରରେ ସୁନା ୧୦ ଗ୍ରାମ ପିଛା ୪୮,୧୮୨ ଟଙ୍କାକୁ ଆସି ବନ୍ଦ ହୋଇଥିଲା |

ତେବେ ରୂପା ମୂଲ୍ୟରେ ଶୁକ୍ରବାର ଦିନ ୫୩୦ ଟଙ୍କା ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୬୭,୪୮୩ ଟଙ୍କା ହୋଇଛି | ସେହିପରି ଗୁରୁବାର ଦିନ ରୂପା ୯୭୨ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୭,୧୭୦ ଟଙ୍କାରେ ରହିଥିଲା | ରୂପାର ମୂଲ୍ୟ ବୁଧବାର ଦିନ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୮,୧୪୨ ଟଙ୍କା ହୋଇଥିଲା | ଏହାପୂର୍ବରୁ ମଙ୍ଗଳବାର ଦିନ ରୂପା କିଲୋଗ୍ରାମ ପିଛା ୬୯,୫୬୦ ଟଙ୍କା ରହିଥିଲା | ଯେବେକି ଫେବୃଆରୀ ୧ ତାରିଖରେ କିଲୋଗ୍ରାମ ପିଛା ୭୩,୨୧୯ ଟଙ୍କାରେ ବନ୍ଦ ହୋଇଥିଲା |

କେବଳ ଏତିକି ନୁହେଁ ସୁନା ନିଜର ଉଚ୍ଚତମ ମୂଲ୍ୟରୁ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ଠାରୁ ବହୁତ ତଳେ ରହିଛି | ସୁନା ହ୍ରାସ ପାଇଁ ନିଜର ଉଚ୍ଚତମ ସ୍ତରରୁ ପ୍ରାୟ ୧୦ ଗ୍ରାମ ପିଛା ୯୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇସାରିଛି | ଆପଣଙ୍କୁ କହିରଖୁଛୁ ଯେ ସୁନା ଅଗଷ୍ଟରେ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ହୋଇ ଉଚ୍ଚତମ ସ୍ତର ଛୁଇଁଥିଲା | ୨୦୨୦ ରେ ହିଁ ସୁନା ୨୫ ପ୍ରତିଶତର ରିଟର୍ଣ୍ଣ ଦେଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *