ଫୋଟରେ ଦେଖନ୍ତୁ କିପରି ନଷ୍ଟ ହୋଇଗଲା ଋଷି ଗଙ୍ଗା ପାୱାର ପ୍ରଜେକ୍ଟ, କେବଳ ରହିଗଲା କଂକ୍ରିଟ କାନ୍ଥ

ଉତ୍ତରାଖଣ୍ଡର ଚମୋଲିରେ ଗ୍ଲେଶୀୟର ଭଙ୍ଗିବା କାରଣରୁ ଯେଉଁ ବିପତ୍ତି ଆସିଛି ସେଥିରୁ ଜୀବନକୁ ରକ୍ଷା କରିବା ପାଇଁ ଚେଷ୍ଟା କରାଯାଉଛି। ୧୫ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଯେତେବେଳେ କି ଆହୁରି ୧୫୦ ରୁ ଅଧିକ ଲୋକଙ୍କର କୌଣସି ଠିକଣା ମିଳୁନାହିଁ। ଗ୍ଲେଶିୟର ଭାଙ୍ଗିବା କାରଣରୁ ବହୁତ ମାତ୍ରାରେ କ୍ଷତି ଘଟିଛି। ଏଥିରେ ଅଧିକାଂଶ କ୍ଷତି ଋଷି ଗଙ୍ଗା ପାୱାର ପ୍ରଜେକ୍ଟ ଉପରେ ପଡ଼ିଛି। ଏହାକୁ ତୋପବନର ବନ୍ଧ କୁହାଯାଏ।

ଆପଣ ଏହି ପାୱାର ପ୍ରଜେକ୍ଟର ପୂର୍ବ ଓ ବର୍ତ୍ତମାନର ଫୋଟକୁ ଦେଖି ଅନ୍ଦାଜ ଲଗାଇ ପାରୁଥିବେ କି ଗ୍ଲେଶିୟର ଫାଟିବା ପରେ ନଦୀ କିପରି ବିକରାଲ ରୂପ ଧାରଣ କରିଛି ଓ ରାସ୍ତାରେ ଯାହାବି କିଛି ଆସିଲା ତାହାକୁ ସେହି ସ୍ରୋତରେ ଭସାଇ ନେଇଗଲେ। ବର୍ତ୍ତମାନ ଏହି ଅପରେଶନାଲ ପାୱାର ପ୍ରଜେକ୍ଟ ସ୍ଥାନରେ କେବଳ କିଛି କଂକ୍ରିଟ କାନ୍ଥ ଦେଖାଯାଉଛି।

ଚମୋଲି ର ଯୋଶୀ ମଠରେ ରବିବାର ସକାଳ ପାଖାପାଖି ୧୦:୩୦ ବେଳେ ନନ୍ଦାଦେବି ଗ୍ଲେଶୀୟର ଭାଙ୍ଗିବା ପରେ ଧୌଳି ଗଙ୍ଗା ନଦୀ ବିକରାଳ ରୂପ ଧାରଣ କରିଛି ଓ ସେଥିରେ ବନ୍ୟା ଆସିଛି। ଏହି କାରଣରୁ ଧୌଳି ଗଙ୍ଗା ଓ ଋଷି ଗଙ୍ଗା ନଦୀରେ ହୋଇଥିବା ପାୱାର ପ୍ରଜେକ୍ଟ ଏହାର ପ୍ରଥମ ଶିକାର ହୋଇଛି ଓ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯାଇଛି। ବନ୍ୟାର ରାସ୍ତାରେ ଯାହାବି ଆସିଲା ତାହା ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଗଲା।

ଋଷି ଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପ ଗତ ୧୦ବର୍ଷ ଧରି ଚାଲିଥିଲା ​​ଏବଂ ଏଥିରୁ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା। ଏହା ଏକ ସରକାରୀ ନୁହେଁ ବରଂ ବେସରକାରୀ ପ୍ରକଳ୍ପ। ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ନିର୍ମାଣ ସମୟରେ ବହୁ ବିରୋଧ କରାଯାଇଥିଲା। ପରିବେଶ ପାଇଁ କାର୍ଯ୍ୟ କରୁଥିବା ଲୋକମାନେ ଏହାକୁ ବିପଜ୍ଜନକ ବୋଲି ବର୍ଣ୍ଣନା କରିଥିଲେ। କେବଳ ଏତିକି ନୁହେଁ, ଲୋକମାନେ ଏହି ପ୍ରକଳ୍ପ ବିରୋଧରେ ବିରୋଧ କରିବା ପାଇଁ କୋର୍ଟଙ୍କ ନିକଟକୁ ଯାଇଥିଲେ ଏବଂ ଏହା କୋର୍ଟରେ ବିଚାର ଚାଲିଛି।

ଋଷି ଗଙ୍ଗା ହାଇଡ୍ରୋ ପାୱାର ପ୍ରଜେକ୍ଟରୁ ୬୩୫୨୦ ମେଗାୱାଟ ବିଜୁଳୀ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିଲା। ବିପତ୍ତି ପୂର୍ବରୁ ଏଥିରୁ କେତେମାତ୍ରରେ ବିଜୁଳୀ ଉତ୍ପାଦନ ହେଉଥିଲା ତାହାର କୌଣସି ରେକର୍ଡ ଜଣାନାହିଁ। ଏହି ପ୍ରଜେକ୍ଟ ସମ୍ପୂର୍ଣ୍ଣ ରୂପରେ କ୍ଷମତାରେ ଆସିବା ମାତ୍ରେ ଦିଲ୍ଲୀ – ହରିୟାଣା ସମେତ ଅନେକ ରାଜ୍ୟର ବିଜୁଳୀ ଯୋଗାଣ କରିବାର ଯୋଜନା କରାଯାଇଥିଲା।

ରବିବାର ଦିନ ବିପର୍ଯ୍ୟୟ ଏବଂ ବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ ମୁଁ ହିମାଳୟ ଅଞ୍ଚଳରେ ଏଭଳି ବିଦ୍ୟୁତ୍ ପ୍ରକଳ୍ପକୁ ବିରୋଧ କରିସାରିଛି। ସେ ଟୁଇଟ୍ କରି ଏହି ଘଟଣାକୁ ନେଇ କହିଛନ୍ତି ଯେ ମୁଁ ଯେତେବେଳେ ମନ୍ତ୍ରୀ ଥିଲି, ସେତେବେଳେ ମୋର ମନ୍ତ୍ରଣାଳୟ ତରଫରୁ ହିମାଳୟ ଉତ୍ତରାଖଣ୍ଡର ବାଧା ବିଷୟରେ ଯେଉଁ ମାନେ ଏଫିଡେବିଟ ଦେଇଥିଲେ ସେଥିରେ ସେମାନେ ଆଗ୍ରହ ଦେଖାଇଥିଲେ। ହିମାଳୟ ଏକ ବହୁତ ସମ୍ବେଦନଶୀଳ ସ୍ଥାନ ଅଟେ ସେଥିପାଇଁ ଗଙ୍ଗା ଓ ଏହାର ମୁଖ୍ୟ ସହାୟକ ନଦୀ ଉପରେ ଏମିତି ପାୱାର ପ୍ରଜେକ୍ଟ କରିବା ଅନୁଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *