୬୫୦ଟି ଗ୍ଲାସିୟର ଦୃତ ବେଗରେ ତରଳିବା ଆରମ୍ଭ କରିଛି,ବଡ଼ ଧରଣର ପ୍ରଳୟ ହେବାର ଆଶଙ୍କା, ସୂଚନା ଦେଲେ ବୈଜ୍ଞାନିକ

ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ରବିବାର ଦିନ ଚାମୋଲି ଜିଲ୍ଲାରେ ଗ୍ଲାସିୟର ଫାଟିବାରୁ ବଡ ଧରଣର ବିପତ୍ତି ସୃଷ୍ଟି ହୋଇଛି। ଏହି ଗ୍ଲାସିୟର ଫାଟିବା ପାଇଁ ୧୫୦ରୁ ଅଧିକ ଲୋକ ଭାଷୀ ଯାଇଥିବା ବେଳେ ୧୫ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଗବେଷଣା ଅନୁସାରେ, ଭବିଷ୍ୟତରେ ଆହୁରି ବଡ଼ ଧରଣର ଘଟଣା ଘଟିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆଗାମୀ ଦଶକରେ ପୃଥିବୀ ପୃଷ୍ଠରୁ ଗାୟବ ହୋଇପାରେ ହିମାଳୟ। କାରଣ, ୬୫୦ଟି ଗ୍ଲାସିୟର ଦୃତ ବେଗରେ ତରଳିବାରେ ଲାଗିଛି। ଗ୍ଲାସିୟର ତରଲିବା ପଛରେ ଗ୍ଲୋବାଲ ୱାର୍ମିଂ ଦାୟୀ ବୋଲି ବିଶେଷଜ୍ଞମାନେ ସୂଚନା ଦେଉଛନ୍ତି।

Google

୨୦୧୯ ମସିହାରେ କରାଯାଇଥିବା ଏକ ଷ୍ଟଡି ଅନୁସାରେ, ୧୯୭୫ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ୪୦୦୦ ଟନର ବରଫ ତରଳିଥାଏ। କିନ୍ତୁ, ଏହାପରେ ଗ୍ଲାସିୟର ତରଲିବା ୨ଗୁଣା ହୋଇଯାଇଛି। ଏହି ବିଷୟରେ ଅଧିକ ଜାଣିବା ପାଇଁ ବିଶେଷଜ୍ଞମାନେ ୪୦ବର୍ଷ ପୁରୁଣା ଭାରତ,ଭୁଟାନ,ନେପାଳ ଓ ଚିନ ପର୍ଯ୍ୟନ୍ତ ବ୍ୟାପିଥିବା ଗ୍ଲାସିୟର ଉପରେ ସାଟେଲାଇଟ୍ ଦ୍ଵାରା ନଜର ରଖାଯାଇଥିଲା।

ଗ୍ଲୋବାଲ ୱାର୍ମିଂର ବିପଦ ଦୃତ ଗତିରେ ବଢ଼ିବାରେ ଲାଗିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ୨୧୦୦ ମସିହା ପର୍ଯ୍ୟନ୍ତ ହିମାଳୟରୁ ଦୁଇ ତୃତୀୟାଂଶ ଗ୍ଲାସିୟର ତରଳି ଯାଇଥିବ। ଆଉ ଏହା ଭବିଷ୍ୟତରେ କରାଳ ରୂପ ମଧ୍ୟ ନେଇପାରେ। ଗ୍ଲାସିୟର ତରଲିବା ଦ୍ଵାରା ଅଧିକ କ୍ଷୟକ୍ଷତି ଭାରତ,ମିଆଁମାର,ନେପାଲ,ଚିନ,ପାକିସ୍ତାନ,ଭୁଟାନ ଓ ବାଂଲାଦେଶକୁ ହେବ। ସାଇନ୍ସ ଆଡଭାନ୍ସଜର ପତ୍ରିକା ଅନୁସାରେ, ୨ହଜାର କିଲୋମିଟରରୁ ଅଧିକ ଯାଗା ପର୍ଯ୍ୟନ୍ତ ବ୍ୟାପିଛି ହିମାଳୟ ଅଞ୍ଚଳ। ଏବଂ ଏହାର ତାପମାତ୍ରା ୧ ଡିଗ୍ରୀରୁ ଅଧିକ ବଢ଼ିସାରିଲାଣି। ନାସା ଓ ଜାପାନର ମହାକାଶ ଏଜେନ୍ସି ଜାକ୍ସାର ରିପୋର୍ଟ ଅନୁସାରେ, ହିମାଳୟ ଅଞ୍ଚଳ ବଦଳୁଛି। ଆଉ ଏହାଦ୍ବାରା ୬୫୦ଟି ଗ୍ଲାସିୟର ଦୃତ ଗତିରେ ତରଳିବାରେ ଲାଗିଛନ୍ତି, ଯାହାଦ୍ଵାରା ଭବିଷ୍ୟତରେ ପ୍ରବଳ ମାତ୍ରାରେ କରାଳ ରୂପ ନେବାର ଆଶଙ୍କା ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *