ଅବିଶ୍ୱସନୀୟ ଇନିଙ୍ଗ୍ସ : ଦିନିକିଆ ମ୍ୟାଚରେ ୨୧ ବର୍ଷର ଯୁବକ ହାସଲ ତ୍ରିଶତକ, ମାରିଲେ ୨୬ଟି ଛକା,ଜାଣନ୍ତୁ ସେ ଖେଳାଳୀଙ୍କୁ ଓ ତାଙ୍କର ଏହି ରେକର୍ଡ ବିଷୟରେ

ଟେଷ୍ଟ କ୍ରିକେଟ ମ୍ଯାଚରେ ଦ୍ଵିତୀୟ ତୃତୀୟ ଶତକ ଆପଣ ବହୁତ ଦେଖିଥିବେ କିନ୍ତୁ ଯେତେବେଳେ କେହି ଦିନକିଆ ମ୍ଯାଚରେ ତୃତୀୟ ଶତକ କରିଦିଅନ୍ତି ତେବେ ତାହା ଆଶ୍ଚର୍ଯ୍ୟକର ହୋଇଯାଏ। ଆଶ୍ଚର୍ଯ୍ୟକର ଏଥିପାଇଁ ହୋଇଥାଏ କାରଣ ଏମିତି କରିବା ବହୁତ କଷ୍ଟକର ଅଟେ।

କେବେ କେବେ ଏମିତି ସୁଯୋଗ ମଧ୍ୟ ଆସେକି ସମ୍ପୂର୍ଣ ଦଳ ୨୦୦ରନ ମଧ୍ୟରେ ଆଉଟ ହୋଇଯାନ୍ତି। ଭାରତରେ ଘରୋଇ କ୍ରିକେଟରେ ଏକ ରୁ ବଢି ଅନେକ ପ୍ରତିଭା ଅଛନ୍ତି, ଯେଉଁମାନଙ୍କର ଖେଳ ଦେଖି ଲୋମ ଟାଙ୍କୁରି ଯାଏ। ୨୧ ବର୍ଷର ଜଣେ ପୁଅ ଏମିତି କରନାମା କରିଦେଖାଇଛନ୍ତି। ଯାହାକୁ କ୍ରିକେଟପ୍ରେମୀ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

୨୧ ବର୍ଷର କର୍ଣ୍ଣାଟକର ବ୍ୟାଟ୍ସମ୍ୟାନ ଲବନୀଥ ସିସୋଡିଆ ସମୁଦାୟ ୧୨୯ଟି ବଲର ସାମ୍ନା କରି ୩୧୨ରନ କରିଦେଇଛନ୍ତି। କର୍ଣ୍ଣାଟକର ବାମହାତୀ ବ୍ୟାଟ୍ସମ୍ୟାନ ଲବନୀଥ ଏକ କର୍ପୋରେଟ ଦିନକିଆ ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ଶତକ କରିଛନ୍ତି।

ଆନ୍ତର୍ଜାତୀୟ ସ୍ତରରେ ଦିନକିଆରେ ରୋହିତ ଶର୍ମାଙ୍କ ନାମରେ ସବୁଠୁ ବଡ ସ୍କୋର ସାମିଲ ଅଛି। ସେ ୨୬୪ରନ କରିଥିଲେ। ଏହା ସହିତ ଲବନୀଥ ସିସୋଡିଆଙ୍କ ତୃତୀୟ ଶତକ ତୁଳନା କରାଯାଇପାରିବ ନାହିଁ। କାରଣ ଏକ ଲୋକାଲ ଟୁର୍ଣ୍ଣାମେଣ୍ଟ ଓ ଆନ୍ତର୍ଜାତୀୟ କ୍ରିକେଟର ଚାପ ଅଲଗା ହୋଇଥାଏ। ଏଥିରେ କ୍ଵାଲିଟିରେ ମଧ୍ୟ ଫରକ ଦେଖାଯାଏ। କିନ୍ତୁ ଉଭୟ ଇନିଙ୍ଗ୍ସରେ କିଛି ବିସ୍ଫୋଟକ ବ୍ୟାଟିଂ ସମାନ ଥିବ।

ଇନିଙ୍ଗ୍ସରେ ପିଟିଲେ ସମୁଦାୟ ୨୬ଟି ଛକା:-

ଲବନୀଥ ସିସୋଡିଆ କର୍ପୋରେଟ ଦିନକିଆ ମ୍ଯାଚରେ ୧୨୯ଟି ବଲରୁ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୩୧୨ରନ କରିଥିଲେ। ଏହି ଇନିଙ୍ଗ୍ସରେ ସେ ୨ ଡର୍ଜନରୁ ଅଧିକ ଛକା ପିଟିଛନ୍ତି। ସେ ସମୁଦାୟ ୨୬ଟି ଛକା ପିଟିଛନ୍ତି। ଏହି ମ୍ଯାଚରେ ତାଙ୍କ ବିପକ୍ଷ ଦଳର ବଲର ଫେଲ ମାରୁଥିବାର ଦେଖାଯାଇଥିଲା। ଯଦି ଗୋଟିଏ ଦଳର ବ୍ୟାଟ୍ସମ୍ୟାନ ଏକଲା ଏତେ ରନ କରିଦେବେ ତେବେ ବିପକ୍ଷ ଦଳ ନିଶ୍ଚୟ ରନ ପାଇଁ ଦେବାଳିୟା ହୋଇଯିବେ।

କର୍ଣ୍ଣାଟକର ଧୁରନ୍ଦର ଖେଳାଳୀ ଲବନୀଥ:-

ବାମହାତୀ ବ୍ୟାଟ୍ସମ୍ୟାନ ଲବନୀଥ କର୍ଣ୍ଣାଟକ କ୍ରିକେଟର ଜଣେ ଷ୍ଟାର ଖେଳାଳୀ ଅଟନ୍ତି। ସେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୧୯ ଓ ୨୦୨୦ରେ କର୍ଣାଟକ ଦଳର ଅଂଶ ଥିଲେ। ସେଥିରେ ସେ କୌଣସି ପ୍ରକାର ପ୍ରଭାବ ଦେଖାଇ ପାରିନଥିଲେ। ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ନିକଟରେ କର୍ଣ୍ଣାଟକ ଡିଭିଜନ କ୍ରିକେଟରେ ପାଦ ଦେଇଥିଲେ।

ସେହିପରି, ଲବନୀଥଙ୍କୁ ଲମ୍ବା ଇନିଙ୍ଗ୍ସ ଖେଳିବାକୁ ମଜା ଲାଗିଥାଏ। ଏମିତି କରିବା ତାଙ୍କର ପୁରୁଣା ଅଭ୍ଯାସ ଅଟେ। କର୍ପୋରେଟ ଦିନକିଆ ଟୁର୍ଣ୍ଣାମେଣ୍ଟରେ ୩୧୨ରନର ଇନିଙ୍ଗ୍ସ ଖେଳିବା ପୂର୍ବରୁ କୁଚ ବିହାର ଟ୍ରଫିରେ ମଧ୍ୟ ବଡ ଇନିଙ୍ଗ୍ସ ଖେଳିସାରିଛନ୍ତି। ୨୦୧୮-୧୯ରେ କୁଚ ବିହାର ଟ୍ରଫିରେ ଲବନୀଥ ପଞ୍ଜାବର ମଜବୁତ ବୋଲିଂ ଆକ୍ରମଣ ବିରୁଦ୍ଧରେ ୨୩୪ରନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *