ଉତ୍ତରାଖଣ୍ଡରେ ଗ୍ଲାସିୟର୍‌ ଫାଟିଲା : ପ୍ରବଳ ବନ୍ୟା,୧୫୦ ମୃ-ତ ଆଶଙ୍କା, ୧୦ ଶ-ବ ଉଦ୍ଧାର, ମାଟିରେ ମିଶିଗଲା ବିଦ୍ୟୁତ୍‌ ପ୍ରକଳ୍ପ,ଜାଣନ୍ତୁ ପୁରା ଖବର

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି। ଆଜି ସକାଳେ ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ନନ୍ଦା ଦେବୀ ଗ୍ଲାସିୟର ହିମସ୍ଖଳନ ହେତୁ, ୧୭୦ରୁ ଅଧିକ ଲୋକ ଭାସିଯାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କର ମୃ-ତ ଦେହ ଉଦ୍ଧାର କରାଯାଇଥିବା ସମୟରେ ୧୫୦ରୁ ଅଧିକ ଲୋକ ନି-ଖୋ-ଜ ଅଛନ୍ତି। ଋଷିଗଙ୍ଗା ନଦୀରେ ନିର୍ମାଣ ହେଉଥିବା ଏକ ବିଦ୍ୟୁତ୍ ପ୍ରକଳ୍ପ ଭାସିଯାଇଛି। ଏହି ବିଦ୍ୟୁତ୍ ପ୍ରକଳ୍ପରେ କାମ କରୁଥିବା ୧୫୦ ଜଣ ଶ୍ରମିକ ମଧ୍ୟ ଭାସିଯାଇଥିବା ଆଶଙ୍କା କରାଯାଉଛି। ଏହି ନଦୀ କୂଳରେ ବସବାସ କରୁଥିବା କିଛି ଗାଁ ମଧ୍ୟ ନଦୀ ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି। ଆଇଟିବିପିର ଯବାନ ସହିତ ଏନଡିଆରଏଫ ଦଳ,ବାୟୁସେନା ଓ ସ୍ଥଳସେନା ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘ-ଟ-ଣା ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପାର୍ଶ୍ବରେ, ମୃ-ତକ-ଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଓ ଆ-ହ-ତ ପରିବାରକୁ ୫୦ ହଜାର ଟଙ୍କା ସହାୟତା ପାଇଁ ଘୋଷଣା ମଧ୍ୟ କରାଯାଇଛି। ଆଉ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତ ମୃ-ତକ-ଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା କରିବା ପାଇଁ ଘୋଷଣା ମଧ୍ୟ କରିଛନ୍ତି।

Google

ଭାରତୀୟ ସେନାଙ୍କ କହିବା ଅନୁସାରେ, ଆଜି ସକାଳେ ଚାମୋଲି ଜିଲ୍ଲାର ଯୋଶୀମଠ ପାଖରେ ଥିବା ନନ୍ଦା ଦେବୀ ଗ୍ଲାସିୟର ହଠାତ୍ ଫାଟିଯାଇଥିଲା। ଗ୍ଲାସିୟର ଫାଟିବା ଦ୍ୱାରା ଦିନ ୧୦.୩୦ ମିନିଟ ସମୟରେ ଋଷିଗଙ୍ଗାରେ ପ୍ରବଳ ବନ୍ୟା ହୋଇଥିଲା। ଏହି କାରଣ ପାଇଁ, ଋଷିଗଙ୍ଗା ନଦୀର ରାଇନି ଗାଁ ପାଖରେ ନିର୍ମାଣଧିନ ଏକ ବିଦ୍ୟୁତ୍ ପ୍ରକଳ୍ପ ଭାସିଯାଇଥିଲା। ଆଉ ଏହି ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟରତ ଭାବରେ ଥିବା ୧୫୦ ଜଣ ଶ୍ରମିକ ଏହି ହିମସ୍ରୋତରେ ଭାସିଯାଇଥିଲେ।

Google

ଏହି ହିମସ୍ରୋତ ପାଇଁ ଶତାଧିକ ଘର ଧ୍ବଂସ ହୋଇଥିବାରୁ ଅଧିକ ମୃ-ତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଋଷିଗଙ୍ଗା ତଳପାର୍ଶ୍ୱରେ ଥିବା ଧଉଳିଗଙ୍ଗା ନଦୀରେ ମଧ୍ୟ ବନ୍ୟା ହୋଇଥିଲା। ଏହି ବନ୍ୟା ଦ୍ଵାରା ସ୍ଥାନୀୟ ଅଞ୍ଚଳରୁ ୫ଜଣ ଲୋକଙ୍କ ସହିତ ୩୦୦ରୁ ଅଧିକ ଛେଳି ଓ ମେଣ୍ଢା ଭାସିଯାଇଛନ୍ତି। ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ୧୬ଜଣ ଶ୍ରମିକ ଏକ ଟନେଲରେ ଫସିରହିଥିଲେ। ସେହି ୧୬ ଜଣ ଶ୍ରମିକଙ୍କୁ ଆଇଟିବିପି ଦଳର ଯବାନମାନେ ଉଦ୍ଧାର କରିଛନ୍ତି। ଏହିପରି ଭାବରେ ନି-ଖୋ-ଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଇଟିବିପିର ୨୫୦ ଯବାନ ସହିତ ଭାରତୀୟ ବାୟୁସେନାର ୩ଟି ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଏନଡିଆରଏଫ ଦଳର ସଦସ୍ୟ ସହିତ ରାଜ୍ୟର ପୋଲିସ ଓ ରାଜ୍ୟ ଦୁର୍ବିପାକ ପରିଚାଳନା ଦଳର ସଦସ୍ୟମାନେ ଉପକୂଳବାସିମାନଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ଉଦ୍ୟମ କରୁଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *