ବିଦ୍ୟାଳୟରେ ୧୫୦ ଜଣ ଛାତ୍ରଛାତ୍ରୀ ସମେତ ୩୪ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ

କେରଳ ମଲାପୁରମ୍ ଜିଲ୍ଲାର ମାରାନଚେରି ସ୍ଥିତ ସରକାରୀ ବିଦ୍ୟାଳୟରେ ୧୫୦ ଜଣ ଛାତ୍ରଛାତ୍ରୀ ସମେତ ୩୪ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ଏହି ସ୍କୁଲର ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି କଥା ସମସ୍ତେ ଜାଣିବାପରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏବଂ ସମସ୍ତ ଶିକ୍ଷକ କରୋନା ପରୀକ୍ଷା କରିଥିଲେ। ମୋଟ ୬୮୪ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା। କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀର ଅଟନ୍ତି। କିନ୍ତୁ,ସେମାନଙ୍କ ମଧ୍ୟରେ କାହା ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା।

Google

ଏହି ବିଦ୍ୟାଳୟରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ପାଠ ପଢୁଛନ୍ତି। କିନ୍ତୁ, ସେମାନଙ୍କର କରୋନା ନମୁନା ଗ୍ରହଣ କରାଯାଇନାହିଁ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ମଧ୍ୟ କରୋନା ନମୁନା ପରୀକ୍ଷା କରାଯିବ।

ତିସୁର ଜିଲ୍ଲାର ଛାତ୍ରଛାତ୍ରୀ ମଧ୍ୟ ଏହି ସ୍କୁଲରେ ପାଠ ପଢ଼ୁଛନ୍ତି। ଏହି କାରଣ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଆଉ ଅନ୍ୟପାର୍ଶ୍ୱରେ କୋଭିଡ କଟକଣାକୁ ଆହୁରି କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *