ଖୁବଶିଘ୍ର ଘରେ ବସି ପାଇ ପାରିବେ ଡ୍ରାଇଭିଙ୍ଗ ଲାଇସେନ୍ସ, ଦେବାକୁ ପଡ଼ିବ ନାହିଁ ଡ୍ରାଇଭିଙ୍ଗ ଟେଷ୍ଟ,ଜାଣନ୍ତୁ କିପରି

ଲର୍ଣ୍ଣିଙ୍ଗ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାପାଇଁ ଯେବେଠାରୁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଛି, ସେବେଠାରୁ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି | ଏପରିକି ଲୋକଙ୍କୁ ୩-୪ ମାସ ପରର ତାରିଖ ଦିଆଯାଉଛି | ଏପରି କୋଭିଡ ଗାଇଡଲାଇନର ନିୟମ ଯୋଗୁଁ ହେଉଛି | କିନ୍ତୁ ବର୍ତ୍ତମାନ ସରକାର ଦୀର୍ଘ ଦିନର ଅପେକ୍ଷାକୁ ଦୂର କରିବା ପାଇଁ ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି | କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏଥିପାଇଁ ଏକ ଡ୍ରାଫ୍ଟ ଜାରି କରି ଲୋକଙ୍କଠାରୁ ପରାମର୍ଶ ମାଗିଛି |

ବୁଲିବାକୁ ପଡିଥାଏ ଆରଟିଓ ଚକ୍କରରେ :-

ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ଆରଟିଓ ପାଖକୁ ଯିବାକୁ ପଡୁଥିଲା, ପରେ ସରକାର ଅନଲାଇନ ଆପାର୍ଟମେଣ୍ଟ ନେଇ ଡ୍ରାଇଭିଂ ଟେଷ୍ଟ ଦେବାର ପ୍ରକ୍ରିୟା ଆରମ୍ଭ କରିଥିଲେ | କିନ୍ତୁ ଯେତେବେଳେ ମହାମାରୀ ଆରମ୍ଭ ହେଲା ସେତେବେଳେ ଲକଡାଉନ ହେତୁ କାମ ଅଟକି ରହିଲା ଏବଂ ଅପେକ୍ଷା ଅଧିକ ସମୟ କରିବାକୁ ପଡିଲା | ପରେ କୋଭିଡ ନିୟମ ହେତୁ ସୀମିତ ସଂଖ୍ୟାରେ ଲୋକଙ୍କୁ ଟେଷ୍ଟ ପାଇଁ ଡକାଗଲା, ଯେଉଁଥିପାଇଁ ୱେଟିଂ ପିରିୟଡ଼ ବଢିଚାଲିଛି |

ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଆରଟିଓରେ ଅନଲାଇନ ଟେଷ୍ଟ ଏବଂ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିଥାଏ | ଏହି ଟେଷ୍ଟ ପାସ କରିବା ପରେ ହିଁ ଲର୍ଣ୍ଣିଙ୍ଗ ଡ୍ରାଇଭିଂ ଲାଇସେନ୍ସ ଦିଆଯାଇଥାଏ | ଯଦି ଏହି ଟେଷ୍ଟରେ ଫେଲ ହୋଇଯାନ୍ତି, ତେବେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଜାରି କରାଯାଇନଥାଏ | ଲର୍ଣ୍ଣିଙ୍ଗ ଡିଏଲ ତିଆରି କରିବା ପରେ ଛଅ ମାସ ମଧ୍ୟରେ ପରମାନେଣ୍ଟ ଡିଏଲ କରିବାକୁ ପଡିଥାଏ |

ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେକ୍ଟରରୁ ଶିଖନ୍ତୁ ଡ୍ରାଇଭିଙ୍ଗ :-

ସେହିପରି ସରକାର ଚାହୁଁଛନ୍ତି ଡ୍ରାଇଭିଂ ଲାଇସେନ୍ସ କରିବାର ନିୟମକୁ ସହଜ କରାଯାଉ | ସରକାର ଯେଉଁ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଛନ୍ତି, ତାହା ଲାଗୁ ହେବାପରେ ନୂତନ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଖୁବ ସହଜ ହୋଇପାରେ | ଏହା ପରେ ଆବେଦନକାରୀଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାର ଅସୁବିଧାରୁ ମୁକ୍ତି ମିଳିଯିବ |

କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାରି ଡ୍ରାଫ୍ଟରେ ଲେଖିଛନ୍ତି ଯେ ଯଦି ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ଡ୍ରାଇଭିଂ ଶିଖିଛନ୍ତି, ତେବେ ତାକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ ଦେବାର ଆବଶ୍ୟକତା ନାହିଁ | ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଯୋଗ୍ୟ ବିବେଚିତ କରାଯିବ | ସରକାର ବର୍ତ୍ତମାନ ଏହି ପ୍ରସଙ୍ଗରେ ପରାମର୍ଶ ମାଗିଛନ୍ତି | ସରକାର ଚାହୁଁଛନ୍ତି ଯେ ସଡକ ଦୁର୍ଘଟଣାକୁ ରୋକିବା ଏବଂ ଯଦି ତାଲିମପ୍ରାପ୍ତ ଡ୍ରାଇଭରମାନେ ଗାଡି ଚଳାଇବେ, ତେବେ ଦୁର୍ଘଟଣାରେ ଯଥେଷ୍ଟ ହ୍ରାସ କରାଯାଇପାରିବ |

୧୬ ଟି ସୁବିଧା ଅନଲାଇନ :-

ସେହିପରି ସଡକ ପରିବହନ ମନ୍ତ୍ରଣାଳୟ ଅନଲାଇନରେ ୧୬ ଟି ସୁବିଧା କରିବାକୁ ପ୍ରସ୍ତୁତି କରୁଛି | ଏଥିରେ ଲର୍ଣ୍ଣିଙ୍ଗ ଡ୍ରାଇଭିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସର ନବୀକରଣ, ନକଲି ଡ୍ରାଇଭିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡି ପଞ୍ଜିକରଣ ସାର୍ଟିଫିକେଟରେ ଠିକଣାର ପରିବର୍ତ୍ତନ, ଇନ୍ଟରନ୍ୟାଶନାଲ ଡ୍ରାଇଭିଂ ପରମିଟ, ଅସ୍ଥାୟୀ ଯାନ ପଞ୍ଜିକରଣ, ପଞ୍ଜୀକରଣ ପାଇଁ କୌଣସି ଆପତ୍ତି ପ୍ରମାଣପତ୍ର ବ୍ୟତୀତ ଗାଡି ଟ୍ରାନ୍ସଫର ଭଳି ସେବାଗୁଡିକ ସାମିଲ ଅଛି |

ଦେବାକୁ ପଡିବ ଆଧାର କାର୍ଡ :-

ସେହିପରି ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡିର ରେଜିଷ୍ଟ୍ରେସନ କରାଇବା ପାଇଁ କୌଣସି ଅନ୍ୟ ଡକ୍ୟୁମେଣ୍ଟ ଦେବାର ଆବଶ୍ୟକତା ରହିବ ନାହିଁ | parivahan.gov.in କୁ ଯାଇ ନିଜ ଆଧାର କାର୍ଡକୁ ଭେରିଫାଇ କରିବାକୁ ପଡିବ | ଯାହା ପରେ ଉପରୋକ୍ତ ୧୬ ଟି ସୁବିଧାଗୁଡ଼ିକର ଲାଭ ଉଠାଇହେବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *