୨୮ ବର୍ଷ ପୂର୍ବରୁ ଆମର ଏହି ତିନି ଭାରତୀୟ ସ୍ପିନର ଇଂଲଣ୍ଡ ବିପକ୍ଷରେ ରଚିଥିଲେ ଇତିହାସ ,ଏଥର କଣ ହେବ ? ପଢନ୍ତୁ ପୁରା ଖବର

ଆଜିଠୁ ଠିକ 28 ବର୍ଷ ପୂର୍ବରୁ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା କୋଲକାତାରେ ଖେଳିଥିଲା । 3 ସ୍ପିନର ଓ ମଧ୍ୟମ ଗତି ଦ୍ରୁତ ବୋଲରଙ୍କ ସହିତ ଟିମ ଇଣ୍ଡିଆ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇଂଲଣ୍ଡକୁ ଚିତ କରିଦେଇଥିଲା । ଭାରତ ଏହି ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 3-0 ରେ ସ୍ପିନରଙ୍କ ପାଇଁ ଜିତିପାରିଥିଲା ।

ଚଳିତ ପ୍ରଥମ ଟେଷ୍ଟ କଥା କହିବାକୁ ଗଲେ ଭାରତୀୟ ଦଳ ନିଜର ତିନି ସ୍ପିନର ଓ ଦୁଇ ଦ୍ରୁତ ବୋଲର ସହିତ ଓହ୍ଲାଇଛି । ପ୍ରଥମ ଦୁଇଦିନରେ ଇଂଲଣ୍ଡ ଦଳ ବହୁତ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛି, ପ୍ରଥମ ଦିନର ଖେଳରେ କୌଣସି ସ୍ପିନ ବୋଲର ଭଲ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ 1993 ମସିହା ସିରିଜ କଥା କହିବାକୁ ଗଲେ ଅନୀଲ କୁମ୍ବଲେ, ଭେଙ୍କଟପତି ରାଜୁ ଓ ରାଜେଶ ଚୌହାନ ମିଳିତ ଭାବରେ ପିଚରେ ତୁଫାନ କରିଦେଇଥିଲେ । ଏହି ସିରିଜ ସମ୍ପୂର୍ଣ୍ଣ ଭାବରେ ସ୍ପିନର ନାମରେ ରହିଥିଲା ।

1993 ସିରିଜର ପ୍ରଥମ ଟେଷ୍ଟରେ 20 ଟି ଉଇକେଟରୁ 17ଟି କେବଳ ସ୍ପିନରଙ୍କ ନାମରେ ଥିଲା :-

1993 ମସିହା ସିରିଜର ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନର 20 ଟି ଉଇକେଟରୁ 17 ଉଇକେଟ ନେଇଥିଲେ । ମଧ୍ୟମ ଗତିର ଦ୍ରୁତ ବୋଲର ମାତ୍ର 3ଟି ଉଇକେଟ ନେଇଥିଲେ । ଏହି ମ୍ୟାଚରେ ଦେଖିବାକୁ ବାକି ରହିଲା ଭାରତୀୟ ବୋଲର କେଉଁଭଳି ପ୍ରଦର୍ଶନ କରୁଛନ୍ତି ।

ଯେତେବେଳେ ଦ୍ରୁତ ବୋଲର ସଫଳ ହେଉଛନ୍ତି ତାହେଲେ ସ୍ପିନରଙ୍କ କାମ କଣ ? :-

ଭାରତ ଗତ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଶାନଦାର ପ୍ରଦର୍ଶନ କରିଥିଲା । ପୁଣି ଭାରତକୁ ଆସି ସ୍ପିନରଙ୍କ ଉପରେ ଚାପ କଣପାଇଁ । ମାନାଯାଉଛି ଚେନ୍ନାଇ ପିଚ ସର୍ବଦା ସ୍ପିନରଙ୍କ ଅନୁକୂଳ ଅଟେ । ସେଥିପାଇଁ ଭାରତୀୟ ମ୍ୟାନେଜମେଣ୍ଟ ଦଳ ସ୍ପିନର ଉପରେ ଗୁରୁତ୍ୱ ଦେଇଛି ।

ଏହିସମୟରେ ଟିମ ମ୍ୟାନେଜମେଣ୍ଟ ଭାବୁଥିବ କି, ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ରିଷ୍ଟ ସ୍ପିନର କୂଲଦୀପ ଯାଦବଙ୍କୁ ସ୍ଥାନ ଦେବାର ଥିଲା । କୂଲଦୀପ ରିସ୍କ ନିଅନ୍ତି ଓ ଉଇକେଟ ମଧ୍ୟ ନେଇଥାନ୍ତି ।

ସେସମୟରେ ତିନି ଅଲଗା ଅଲଗା ସ୍ପିନର ଏବେ ଦୁଇ :-

ଭାରତ ଏହି ସିରିଜରେ ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ ଓ ସହବାଜ ନଦୀମଙ୍କୁ ଖେଳାଇଛନ୍ତି । 1993 ମସିହାରେ ତିନି ସ୍ପିନର ଥିଲେ ଅନୀଲ କୁମ୍ବଲେ, ଭେଙ୍କଟପତି ରାଜୁ, ରାଜେଶ ଚୌହାନ ଅଫ ସ୍ପିନର ।

ସେସମୟରେ ରାଜେଶ ଚୌହାନ ଡେବ୍ୟୁ କରିଥିଲେ ଏବେ ସହବାଜ ନଦୀମ :-

ଏହି ଦୁଇ ସିରିଜରେ ଦୁଇଟି ସମାନତା ରହିଛି । ସେବେ ରାଜେଶ ଚୌହାନ ଡେବ୍ୟୁ କରିଥିଲେ । ଏବେ 2021 ରେ ସହବାଜ ନଦୀମ ଡେବ୍ୟୁ କରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *