ଏହି ଟେଲିକମ କମ୍ପାନୀ ରିଚାର୍ଜ ପ୍ଲାନରେ କଲା ଧମାକା, ୧୮ ଟଙ୍କାରେ ଫ୍ରି ଭଏସ କଲ ସହିତ ଦେଉଛି ବହୁତ ସୁବିଧା,ଜାଣନ୍ତୁ ସେ ପ୍ଲାନ୍ ବିଷୟରେ

କରୋନା ଭାଇରସ ସଂକ୍ରମଣରେ ଲକଡାଉନ ସମୟରେ ଲୋକମାନେ ଯେତେବେଳେ ଘରେ କଏଦ ହୋଇ ରହିଥିଲେ, ସେତେବେଳେ ଇଣ୍ଟରନେଟର ବ୍ୟବହାର ମଧ୍ୟ ବଢିଥିଲା | ଇଣ୍ଟରନେଟ ମାଧ୍ୟମରେ ଲୋକମାନେ ନିଜ ଲୋକଙ୍କର ଭଲମନ୍ଦ ବିଷୟରେ ଜାଣିବାରେ ଲାଗିଲେ ଏବଂ ନିଜ ବିଚାରଧାରା ମଧ୍ୟ ପହଞ୍ଚାଇବାରେ ଲାଗିଲେ | ଏହି ସମୟରେ ଟେଲିକମ କମ୍ପାନୀଗୁଡିକ ଗ୍ରାହକଙ୍କୁ ପ୍ରଲୋଭିତ କରିବାପାଇଁ ନୁଆଁ ନୁଆଁ ପ୍ଲାନ ଉପସ୍ଥାପନା କରିଥିଲେ, ଯାହାକୁ ଲୋକଙ୍କର ଭଲ ପ୍ରତିକ୍ରିୟା ମଧ୍ୟ ମିଳିଲା |

ରିଲାଏନ୍ସ ଜିଓ ଏକ ଏପରି କମ୍ପାନୀ, ଯାହା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ କରିଥାଏ, କିନ୍ତୁ ବିଏସଏନଏଲ ଏକ ପଦକ୍ଷେପ ଆଗକୁ ରଖି ଏହାଠାରୁ ମଧ୍ୟ ଶସ୍ତା ପ୍ଲାନ ପ୍ରକାଶ କରିଛି | ଭାଲିଡିଟି ସହିତ ଆସୁଥିବା ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ୧୯ ଟଙ୍କାର ଅଟେ | BSNL ନିଜର ୧୮ ଟଙ୍କାର ରିଚାର୍ଜ ପ୍ଲାନରେ ପରିବର୍ତ୍ତନ କରିଛି ଏବଂ ଏଥିରେ ମିଳୁଥିବା ଲାଭକୁ ବଢ଼ାଇ ଦିଆଯାଇଛି |

ଜାଣନ୍ତୁ ଏହି ପ୍ଲାନର ଲାଭ :-

BSNLର ୧୮ ଟଙ୍କାର ସ୍ପେଶାଲ ଶୁଳ୍କ ଭାଉଚର ସମସ୍ତ ସର୍କଲ ପାଇଁ ଅଟେ | ପ୍ଲାନରେ କରାଯାଇଥିବା ପରିବର୍ତ୍ତନ ୫ ଫେବୃଆରୀରୁ ଲାଗୁ ହୋଇସାରିଛି | ଏହି ପ୍ଲାନରେ ବର୍ତ୍ତମାନ ଭଏସ କଲ, ଭିଡିଓ କଲ, ଡାଟା ଏବଂ SMS ସୁବିଧାଗୁଡ଼ିକର କମ୍ବୋ ଅଫର ମିଳିବାକୁ ଆରମ୍ଭ କଲାଣି | ପରିବର୍ତ୍ତନ ପରେ BSNLର ଏହି ପ୍ଲାନରେ ଯେକୌଣସି ନେଟୱାର୍କରେ ଟ୍ରୁଲି ଅନଲିମିଟେଡ଼ ଭଏସ କଲିଂ ସହିତ ଭିଡିଓ କଲର ଲାଭ ମିଳୁଛି | ପ୍ଲାନରେ 1GB ଡାଟା ମିଳିବ | ଏହାସହିତ 100 SMS ପଠାଇବାର ସୁବିଧା ମିଳିବ | ଏହି ପ୍ଳାନର ଭାଲିଡିଟି ୨ ଦିନ ଅଟେ |

ସେହିପରି ଏୟାରଟେଲର ସବୁଠାରୁ ଶସ୍ତା ପ୍ରିପେଡ ରିଚାର୍ଜ ପ୍ଲାନ ୧୯ ଟଙ୍କା ଅଟେ, ଯେଉଁଥିରେ ଭାଲିଡିଟି ମଧ୍ୟ ୨ ଦିନ ଅଟେ | ପ୍ଳାନରେ ଯେକୌଣସି ନେଟୱାର୍କରେ ଅନଲିମିଟେଡ଼ କଲିଂର ସୁବିଧା ମିଳିଥାଏ | କିନ୍ତୁ, BSNLର ୧୮ ଟଙ୍କିଆ ପ୍ଲାନ ତୁଳନାରେ ଏଥିରେ କେବଳ 200 MB ଡାଟା ମିଳିଥାଏ | ଏହାସହିତ ପ୍ଳାନରେ SMS ପଠାଇବାର ସୁବିଧା ମଧ୍ୟ ମିଳିନଥାଏ |

ସେହିପରି ଭୋଡାଫୋନର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ୧୯ଟଙ୍କା ଅଟେ | ଭୋଡାଫୋନ-ଆଇଡିଆ (Vi) ର ଏହି ପ୍ଳାନରେ ଯେକୌଣସି ନେଟୱାର୍କରେ ଅନଲିମିଟେଡ଼ କଲିଂର ସୁବିଧା ମିଳିଥାଏ | କିନ୍ତୁ, BSNLର ୧୮ ଟଙ୍କିଆ ପ୍ଲାନ ତୁଳନାରେ ଭୋଡାଫୋନର ଏହି ପ୍ଲାନରେ କେବଳ 200 MB ଡାଟା ମିଳିଥାଏ | ଏହାସହିତ ପ୍ଲାନରେ SMS ପଠାଇବାର ସୁବିଧା ମଧ୍ୟ ମିଳିନଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *