ସେପ୍ଟେମ୍ବର ସୁଦ୍ଧା ସମସ୍ତ ବ୍ୟାଙ୍କରେ ଲାଗୁ ହେବ ଚେକବୁକ୍ ସହିତ ଜଡିତ ଏହି ନିୟମ, ଜାଣନ୍ତୁ ଆପଣଙ୍କର କିପରି ପାଇ ପାରିବେ ଲାଭ

୨୦୨୦ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଉନ୍ନତ ଏବଂ ସୁରକ୍ଷିତ ଚେକ ସିଷ୍ଟମ, ଚେକ ଟ୍ରଙ୍କେସନ ସିଷ୍ଟମ ଯଥା ସିଟିଏସ କୁ ସାରା ଦେଶରେ ଲାଗୁ କରିବାର ଘୋଷଣା କରିଥିଲା | ଶୁକ୍ରବାର ଦିନ ମୁଦ୍ରା ନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସମସ୍ତ ଅବଶିଷ୍ଟ ୧୮,୦୦୦ ଶାଖା, ଯାହା କେନ୍ଦ୍ରୀଭୂତ କ୍ଲିୟରାନ୍ସ ସିଷ୍ଟମ ଚେକ ଟ୍ରଙ୍କେସନ ସିଷ୍ଟମ ଅଧୀନରେ ରହିଛନ୍ତି, ତାକୁ ସେପ୍ଟେମ୍ବର ସୁଦ୍ଧା ସିଟିଏସର ଅଧୀନରେ ଅଣାଯିବ | ବର୍ତ୍ତମାନ ଏହାର ଅଧୀନରେ ପ୍ରାୟ ୧,୫୦,୦୦୦ ବ୍ୟାଙ୍କ ଶାଖା ରହିଛି |

ଆସନ୍ତୁ ଜାଣିବା ଯେ ସିଟିଏସ କ’ଣ ଏବଂ ଏହା ଦ୍ୱାରା ଆପଣଙ୍କୁ କିପରି ଲାଭ ହେବ |

ବ୍ୟାଙ୍କ ଗ୍ରାହକମାନଙ୍କୁ ମିଳିଥାଏ ଲାଭ :-

ସିଟିଏସ ଅଧୀନରେ ଦେୟ ଏବଂ ଜମା ପାଇଁ କାଗଜହୀନ ଅଃଭୌତିକ ଯାଞ୍ଚ କରାଯାଇଥାଏ | ଯଦି ଆପଣ ସିଟିଏସ ଅର୍ଥାତ ଚେକ ଟ୍ରଙ୍କେସନ ସିଷ୍ଟମ ଚେକର ବ୍ୟବହାର କରନ୍ତି, ତେବେ ଆପଣଙ୍କର କାର୍ଯ୍ୟ ଶୀଘ୍ର ହୋଇଥାଏ | ଏହା ସୁରକ୍ଷିତ ଆର୍ଥିକ କାରବାରର ଏକ ପ୍ରକ୍ରିୟା ହୋଇଥାଏ | ଏହା ଏଥିପାଇଁ କାରଣ ଆପଣଙ୍କ ଚେକକୁ କ୍ଲିୟର ହେବାପାଇଁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ |

ଆସନ୍ତୁ ଜାଣିବା ସିଟିଏସ କାମ କିପରି କରିଥାଏ |

ଏହିପରି କାମ କରିଥାଏ ସିଟିଏସ :-

ଏହି ସିଷ୍ଟମ ଅଧୀନରେ ଚେକକୁ କ୍ଲିୟର କରିବାପାଇଁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଯିବା ପରିବର୍ତ୍ତେ ଏହାର ଇଲେକ୍ଟ୍ରୋନିକ ଇମେଜ ପଠାଯାଏ, ଯାହା ଦ୍ୱାରା କାମ ଆହୁରି ସହଜ ହୋଇଯାଇଥାଏ | ଏହା ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେପରି ଏମଆଇସିଆର ବ୍ୟାଣ୍ଡ ଇତ୍ୟାଦି ମଧ୍ୟ ପଠାଯାଏ | ଏହା ମାଧ୍ୟମରେ ସମୟ ମଧ୍ୟ ବଞ୍ଚିଥାଏ |

୨୦୧୦ ମସିହାରେ ଅଣାଯାଇଥିଲା ସିଟିଏସ :-

କୁହାଯାଉଛି ଯେ ଚେକ ଟ୍ରଙ୍କେସନ ସିଷ୍ଟମ ଭାରତରେ ସବୁଠାରୁ ପ୍ରଥମେ ୨୦୧୦ ରେ ଅଣାଯାଇଥିଲା | ଏହା ପରେ ଅନେକ ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା | ସିଷ୍ଟମ ଅଧୀନରେ ବ୍ୟାଙ୍କ ଚେକର ଏମଆଇସିଆର ବ୍ୟାଣ୍ଡ ଏବଂ କ୍ୟାପଚର ସିଷ୍ଟମ (ସ୍କାନର, କୋର ବ୍ୟାଙ୍କିଙ୍ଗ ଏବଂ ଅନ୍ୟାନ୍ୟ ଆପ୍ଲିକେସନ)ର ସାହାଯ୍ୟରେ ଚେକର ଫଟୋ ନେଇଥାଏ |

ସିଟିଏସର ଅନେକ ସୁବିଧା ଅଛି | ଯେପରି-

– ସିଟିଏସ ଚେକର କ୍ଲିୟରିଂ ୨୪ ଘଣ୍ଟା ମଧ୍ୟରେ ସମ୍ଭବ |

– ଏହିପରି ଚେକର ନକଲି ବ୍ୟବହାର ଅସମ୍ଭବ |

– ଚେକ ହଜିଯିବାର ସମ୍ଭାବନା ନଥାଏ |

– ଦେଶର ଯେକୌଣସି ଜାଗାରେ ଯେକୌଣସି ବ୍ୟାଙ୍କରେ କ୍ଲିୟରାନ୍ସ ସୁବିଧା ରହିଛି |

– ସବୁ ବ୍ୟାଙ୍କ ଦ୍ୱାରା ଷ୍ଟାଣ୍ଡାର୍ଡ ଚେକ ସିଷ୍ଟମକୁ ଆରମ୍ଭ କରାଯାଇଛି |

ଠକେଇଠାରୁ ବଞ୍ଚିବାପାଇଁ ହେଲ୍ପଲାଇନ ସ୍ଥାପନ କରିବ କେନ୍ଦ୍ରୀୟ ବ୍ୟାଙ୍କ :-

କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ସେ ଠକେଇ ଏବଂ ଜାଲିଆତି ବିରୋଧରେ ଡିଜିଟାଲ ପେମେଣ୍ଟ ସେବା ପାଇଁ ଏକ ଲଗାତାର ଚାଲୁଥିବା ହେଲ୍ପଲାଇନ ସ୍ଥାପନ କରିବ | ଆରବିଆଇ ଏହା ସହ କହିଛି ଯେ ସେ ଖୁବଶୀଘ୍ର ଅପରେଟର ଏବଂ ପ୍ରାଧିକୃତ ପେମେଣ୍ଟ ସିଷ୍ଟମର ଅଂଶଗ୍ରହଣକାରୀଙ୍କ ପାଇଁ ଆଉଟସୋର୍ସିଂ ନିର୍ଦ୍ଦେଶାବଳୀ ଜାରି କରିବ | ଉତ୍ତମ ଉପଭୋକ୍ତା ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସେ ତିନୋଟି ଲୋକପାଳ ଯୋଜନା – ବ୍ୟାଙ୍କିଙ୍ଗ ଲୋକପାଳ ଯୋଜନା, ଏନବିଏଫ୍ସି ପାଇଁ ଲୋକପାଳ ଯୋଜନା ଏବଂ ଡିଜିଟାଲ କାରବାର ପାଇଁ ଲୋକପାଳ ଯୋଜନାକୁ ଏକତ୍ରିତ କରିବ |

ଆରବିଆଇ କହିଛି ଯେ ବିକଳ୍ପ ବିବାଦର ସମାଧାନ ପ୍ରଣାଳୀକୁ ସରଳ ଏବଂ ଗ୍ରାହକଙ୍କ ପାଇଁ ଅଧିକ ସମ୍ବେଦନଶୀଳ କରିବା ପାଇଁ ତିନୋଟି ଲୋକପାଲ ଯୋଜନାକୁ ମିଶାଇ ‘ଏକ ରାଷ୍ଟ୍ର ଏକ ଲୋକପାଳ’ର ଦୃଷ୍ଟିକୋଣକୁ ଆପଣାଇବାର ନିଷ୍ପତ୍ତି ନିଆଯାଇଛି | ଏକତ୍ରିତ ଲୋକପାଳ ଯୋଜନା ଜୁନ ମାସରେ ହିଁ ଆରମ୍ଭ କରାଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *