ଭାରତ ବନାମ ଇଂଲଣ୍ଡ : ରୋହିତ ଶର୍ମା ଓ ଋଷଭ ପନ୍ତଙ୍କୁ ନେଇ ଟ୍ରୋଲ କଲେ ବୀରେନ୍ଦ୍ର ସେହ୍ୱାଗ,ଜାଣନ୍ତୁ କାରଣ ?

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇ ଠାରେ ଖେଳାଯାଉଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ 555 ରନରେ 8 ଉଇକେଟ ହରାଇ ବହୁତ ମଜବୁତ ସ୍ଥିତିରେ ରହିଛି । ଦଳର ଅଧିନାୟକ ଜୋ ରୁଟ ନିଜର 100 ତମ ମ୍ୟାଚରେ ଦ୍ଵିଶତକ ହାସଲ କରିଛନ୍ତି । ସେ ମୋଟ 5 ଥର ଏହିପରି ଦ୍ଵିଶତକ ହାସଲ କରି ପ୍ରଥମ ବ୍ୟାଟ୍ସମ୍ୟାନ ହୋଇସାରିଛନ୍ତି କିନ୍ତୁ ଇଂଲଣ୍ଡ ଖେଳାଳି ଜ୍ୟାକ ଲିଚଙ୍କୁ ନେଇ ବୀରେନ୍ଦ୍ର ସେହ୍ୱାଗ ଦୁଇ ଭାରତୀୟ ଖେଳାଳି ଋଷଭ ପନ୍ତ ଓ ରୋହିତ ଶର୍ମାଙ୍କୁ ଟ୍ରୋଲ କରିଛନ୍ତି ।

ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଡମିନକ ବେସ ଓ ଜ୍ୟାକ ଲିଚ ନଟଆଉଟ ରହିଥିଲେ । କିନ୍ତୁ 8 ଉଇକେଟ ପତନ ପରେ ଇଂଲଣ୍ଡ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଜ୍ୟାକ ଲିଚ ଯେତେବେଳେ ପଡିଆ ଭିତରକୁ ପ୍ରବେଶ କରୁଥିଲେ ସେତେବେଳେ ରୋହିତ ତାଙ୍କୁ ବହୁତ ଧ୍ୟାନର ସହିତ ଦେଖୁଥିଲେ । ଏହାକୁ ନେଇ ସେହ୍ୱାଗ ଟ୍ୱିଟ କରିଥିଲେ କି, ରୋହିତ ଲିଚଙ୍କୁ ଏମିତି ଦେଖୁଛନ୍ତି ଯେମିତି ଗଳିରୁ ଗୋଟିଏ ବରଯାତ୍ରୀ ବାହାରୁଛି ।

ଭାରତୀୟ ଦଳର ବୋଲର ମାନେ ଦ୍ଵିତୀୟ ଦିନର ଖେଳରେ ବି ଉଇକେଟ ପାଇଁ ବ୍ୟାକୁଳ ହୋଇଥିଲେ । ଜୋ ରୁଟ ଓ ବେନ ଷ୍ଟୋକସ 125 ରନ କରିଦେଇଥିଲେ । ଏହାପରେ ଷ୍ଟୋକସ ନିଜର ଉଇକେଟ ନଦୀମଙ୍କୁ ଦେଇଥିଲେ । ଏହାପରେ ଅଧିନାୟକ ଜୋ ରୁଟ ଓ ଓଲି ପୋପ ମିଳିତ ଭାବରେ 86 ରନର ଭାଗିଦାରୀ କରିଥିଲେ ଓ ଇଂଲଣ୍ଡ ଦଳକୁ 450 ରନରେ ପହଞ୍ଚାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *