ଆଇପିଏଲ ୨୦୨୧ ନିଲାମରେ ନଜରକୁ ଆସିବେନି ଏହି ବଡ ଖେଳାଳି, ଦେଖନ୍ତୁ କେଉଁ କେଉଁ ଖେଳାଳୀ ନିଲାମରେ ସାମିଲ ହୋଇ ନାହାନ୍ତି !

ଆଇପିଏଲ ୨୦୨୧ରେ ଓଲଟା ଗଣିବା ଆରମ୍ଭ ହୋଇଛି|ଏହି ବର୍ଷ ନିଲାମିରେ ମୋଟ୍ ୧୦୯୭ ଖେଳାଳି ସାମିଲ ହେବେ, ଯେଉଁଥିରେ ଷ୍ଟିଭ ସ୍ମିଥ,ଗ୍ଲେନ ମ୍ୟାକ୍ସୱଲ ଭଳି ଵଡ ନାମ ମଧ୍ୟ ଦଳର ସନ୍ଧାନରେ ରହିବେ|ଆଇପିଏଲ ନିଲାମି ୧୮ଫେଵୃଆରୀ ଅପରାହ୍ନ ୩ଟାରୁ ଆରମ୍ଭ ହେବ|ବିଦେଶୀ ଖେଳାଳି ବ୍ୟତୀତ ସଚିନ ତେନ୍ଦୁଲକର, ଶ୍ରୀସନ୍ଥଙ୍କ ନାମ ରହିବ|ଅର୍ଜୁନ ପ୍ରଥମଥର ଏହି ନିଲାମିରେ ଭାଗ ନେଵେ|ଏହି ମହାନ ଟି-୨୦ରେ ବହୁ ଲୋକ ଭାଗନେଵା ପାଇଁ ଇଛୁକ ଥିଲାବେଳେ କେତେକ ଏହାକୁ ଦୁରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି|ଆସନ୍ତୁ ଜାଣିବା

ମିଚେଲ ଷ୍ଟାର୍କ

ଏହି ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲରେ ଭାଗ ନନେବାକୁ ମନସ୍ଥ କରିଛନ୍ତି|ସେ ଶେଷଥର ଆଇପିଏଲରେ ୨୦୧୫ ରେ ଖେଳିଥିଲେ|ସେ ଭାରତ ବିପକ୍ଷ ମ୍ୟାଚରେ ଆଶାଜନକ ପ୍ରଦର୍ଶନ କରିପାରିନଥିଲେ ଓ ଏବେ ଫର୍ମରେ ମଧ୍ୟ ନଥିବା ନଜରରେ ଆସିଥିଲେ|ଜେ ରୁଟ

ଏହି ଇଂଲଣ୍ଡ ଖେଳାଳୀ ମଧ୍ୟ ଆଇପିଏଲ ଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି|ତାଙ୍କର ବ୍ୟକ୍ତିତ୍ଵ ଟେଷ୍ଟରେ ରହିଥିଲା ବେଳେ ଟି-୨୦ରେ ନାହିଁ|ତେଣୁ ସମସ୍ତ ଫ୍ରାଞ୍ଚାଇଜ୍ ନେବାକୁ ଭାବି ଥାନ୍ତି|

ଟମ ବେଣ୍ଟନ:

ଇଂଲଣ୍ଡର ଟପ୍ ବୋଲର ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ବୋଲର ଆଇପିଏଲରୁ ଦୂରରେ ରହିବା ଆଶ୍ଚର୍ଯ୍ୟଜନକ|ସେ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ତରଫରୁ ନାମାଙ୍କନ କରିଥିଲେ କିନ୍ତୁ ଅଧିକ ମ୍ୟାଚ ଖେଳିପାରିନଥିଲେ|ପୂର୍ବ ୧ ବର୍ଷ ପର୍ଯ୍ୟନ୍ତ ତାଙ୍କର ପ୍ରଦର୍ଶନ ଭଲ ଥିଲା ବେଳେ ଦୁରରେ ରହିବା ଆଶ୍ଚର୍ଯ୍ୟଜନକ|

ହୈରି ଗର୍ନି

ପୂର୍ବଥର ଆଇପିଏଲରୁ ଆହତ ହେବା ପରେ ସେ ଏଥର ଆଇପିଏଲରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି|ସେ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳିଥିଲେ ଓ ଶେଷ ସିଜନର ଏକ ଅଂଶ ଥିଲେ|ସେ ଇଂଲଣ୍ଡର ବେଷ୍ଟ ଟି-୨୦ବୋଲର ମଧ୍ୟରୁ ଅନ୍ୟତମ ଓ ବିଗବଶ୍ ଲିଗରେ ଭଲ ପ୍ରଦର୍ଶନ କରିଥିଲେ|

ଜେମ୍ସ ପୈଟିଙ୍ଗସନ

ପୂର୍ବବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଭଲ ଵୋଲିଙ୍ଗ କରିଥିବା ଏହି ବୋଲର ଆଇପିଏଲରୁ ଦୁରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି|ମୁମ୍ବାଇ ଏହି ଖେଳାଳିକୁ ରିଲିଜ କରିଛି|ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର ଶେଷ ସିଜନରେ ମୁମ୍ବାଇକୁ ଚାମ୍ପିଅନ ବନାଇବାରେ ଟ୍ରେଣ୍ଟ ବୋଲ୍ଟ ଓ ବୁମରା ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *