ଆସନ୍ତା ୮ ରୁ ସ୍ୱତନ୍ତ୍ର ବିଦ୍ୟାଳୟରେ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

Google

କରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତାକୁ ରକ୍ଷା କରି ଆସନ୍ତା ୮ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ କରାଯିବ। ଛାତ୍ରଛାତ୍ରୀ ରହିବା ପାଇଁ ହଷ୍ଟେଲ ମଧ୍ୟ ଖୋଲାଯିବ। ଗଣଶିକ୍ଷା ବିଭାଗ ଓ ବିଦ୍ୟାଳୟ ପକ୍ଷରୁ ତିଆରି କରାଯାଇଥିବା ଗାଇଡଲାଇନ ଅନୁସାରେ ପାଠପଢା ଯିବ। ଏସଏସପିଇଡି ବିଭାଗ ପକ୍ଷରୁ ଏହି ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟରେ ୮ତାରିଖ ଦିନ ସ୍ଵତନ୍ତ୍ର ବିଦ୍ୟାଳୟର ଭିନ୍ନକ୍ଷମ ପିଲାଙ୍କ ପାଇଁ ପାଠପଢା ଆରମ୍ଭ କରାଯିବ। ବାଲେଶ୍ଵର,ଗଞ୍ଜାମ, କୋରାପୁଟ,କଟକ,କଳାହାଣ୍ଡି, କନ୍ଧମାଳ,କେନ୍ଦୁଝର,ପୁରୀ,ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରେ ଥିବା ୧୬ଟି ସ୍କୁଲ ଓ ଭୁବନେଶ୍ୱରରେ ଥିବା ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Google

ନିୟମିତ ଭାବରେ ବିଦ୍ୟାଳୟ ଓ ହଷ୍ଟେଲର ପରିଚାଳନା ସହିତ ବିଦ୍ୟାଳୟର ଉପସ୍ଥାନ ଉପରେ ଯାଞ୍ଚ କରିବା ବ୍ୟବସ୍ଥାକୁ କଡାକଡି ଭାବରେ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଜାରି କରିଛନ୍ତି। ଅନ୍ୟ ପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦ୍ଵାରା କୋଭିଡ ନିୟମର ପାଳନ ସମ୍ପର୍କର ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *