ଚାଇନା ଟୀକାର ପ୍ରଭାବ : କରୋନା ଟୀକା ଦେବାପରେ ଅଚାନକ ଅଲଗା ଭାଷାରେ କହିବାକୁ ଲାଗିଲେ ଏହି ବ୍ୟକ୍ତି,ଦେଖନ୍ତୁ ଭିଡିଓ

ବିଜନେସମ୍ୟାନ ହର୍ଷ ଗୋଏଙ୍କା ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି କାରଣରୁ ହେଡଲାଇନରେ ରହିଥାନ୍ତି | ସେହିପରି, ବର୍ତ୍ତମାନ ପୁଣି ଥରେ ସୋସିଆଲ ମିଡିଆରେ କରିଥିବା ନିଜର ଏକ ପୋଷ୍ଟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି | ହର୍ଷ ଗୋଏଙ୍କା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି | ଯାହା ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି | ଏହାସହିତ ଲୋକମାନେ ଏହା ଉପରେ ବହୁତ ଫନି କମେଣ୍ଟସ ମଧ୍ୟ କରୁଛନ୍ତି |

ହର୍ଷ ଗୋଏଙ୍କା ନିଜ ଟ୍ୱିଟର ଆକାଉଣ୍ଟରେ ଯେଉଁ ଭିଡିଓ ସେୟାର କରିଛନ୍ତି, ଏଥିରେ ଗୋଟିଏ ପାର୍ଶ୍ୱରେ ଇଞ୍ଜେକ୍ସନ ଦେଖାଯାଉଛି ଏବଂ ଅନ୍ୟ ପଟରେ ଜଣେ ବ୍ୟକ୍ତିଙ୍କ ଫଟୋ ଦେଖାଯାଉଛି | ଭିଡିଓରେ ଦେଖାଯାଉଥିବା ଏହି ବ୍ୟକ୍ତିଙ୍କ ସ୍ୱର ମଧ୍ୟ ଶୁଣାଯାଉଛି | ଯେଉଁଥିରେ ସେ କରୋନା ଟିକା ଲଗାଇବାର ନିଜ ଅନୁଭବକୁ ଅତି ମଜାଳିଆ ଶୈଳୀରେ କହୁଛନ୍ତି | ଏହି ଭିଡିଓକୁ ସେୟାର କରି ହର୍ଷ ଗୋଏଙ୍କା କ୍ୟାପସନରେ ଲେଖିଛନ୍ତି, ‘ଚୀନ ଭ୍ୟାକ୍ସିନର ପ୍ରଭାବ’ | ଭିଡିଓରେ ଆପଣ ଧ୍ୟାନର ସହ ଶୁଣନ୍ତୁ କିପରି ସେହି ବ୍ୟକ୍ତି କହୁଛନ୍ତି ଯେ, “କରୋନା ଟିକା ଲଗାଇବା ପରେ ତୁରନ୍ତ ତ କିଛି ସାଇଡ ଇଫେକ୍ଟ ହେଲାନାହିଁ କିନ୍ତୁ ପରେ ଧୀରେ-ଧୀରେ …” ଏତିକି କହି ସେହି ବ୍ୟକ୍ତିଙ୍କ ସ୍ୱର ବଦଳିଯାଏ ଏବଂ ତାଙ୍କ ମୁହଁ ମଧ୍ୟ ବଦଳିଯାଏ |

ଏହି ମଜାଳିଆ ଭିଡିଓକୁ ଲୋକମାନେ ସୋସିଆଲ ମିଡିଆରେ ବହୁତ ପସନ୍ଦ କରୁଛନ୍ତି | ଭିଡିଓକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ମଧ୍ୟ ଅଧିକ ଥର ଦେଖାଯାଇଛି | ଲୋକମାନେ ଏହି ଭିଡିଓ ଉପରେ ଅନେକ ମଜାଳିଆ କମେଣ୍ଟସ ମଧ୍ୟ କରୁଛନ୍ତି | ଜଣେ ୟୁଜର କମେଣ୍ଟ କରି କହିଛନ୍ତି,’ ଅନ୍ୟ ଭାଷା ଶିଖିବାର ସବୁଠାରୁ ସହଜ ଉପାୟ ‘ | ସେହିପରି ଅନ୍ୟ ଜଣେ କହିଛନ୍ତି,’ଏହାଠାରୁ ତ ଭଲ … ପରମାନେଣ୍ଟ ମାସ୍କ ହିଁ ପିନ୍ଧିବା ଉଚିତ ‘ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *