ଗୋଟିଏ ଛେଳି ଋଣ କଲେ ୪୦ ମାସରେ ଦେବାକୁ ପଡିବ ୪ଟି ଛୁଆ

ଆମ ସମାଜ ପାଇଁ ଚାଷୀମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ଚାଷୀମାନଙ୍କର ଆର୍ଥିକ ସ୍ଥିତି ସୁଧାରି ପାରିଲେ ଯାଇ ଆମ ସମାଜର ପକୃତ ଉନ୍ନତି ଘଟିବ। ଏହି କଥା କହିଛନ୍ତି, ମହାରାଷ୍ଟ୍ର ରାଜ୍ୟର ଅକୋଲା ଜିଲ୍ଲାର ସାଙ୍ଗଭି ମୋହାଡ଼ି ଗ୍ରାମର ନରେଶ ଦେଶମୁଖ। ତାଙ୍କ ରାଜ୍ୟରେ ଥିବା ଚାଷୀଭାଇ ମାନଙ୍କର ଉନ୍ନତି ପାଇଁ ସେ ଏକ “ଛେଳି ବ୍ୟାଙ୍କ” ପ୍ରତିଷ୍ଠା କରିଛନ୍ତି।

ନରେଶ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ନାତକ ଶିକ୍ଷା ଶେଷ ହେବା ପରେ ଚାଷକୁ ମୁଁ ମୋର ଜୀବିକା ହିସାବରେ ଗ୍ରହଣ କରିଛି। ଏହି ବୃତ୍ତିକୁ ଆସିବା ପରେ ନିଜର ସହିତ ଅନ୍ୟ ଚାଷୀଙ୍କର ଆୟ କିପରି ବୃଦ୍ଧି କରିବା ପାଇଁ ସର୍ବଦା ଚିନ୍ତା ଘାରୁଥିଲା। ଏହି ସମୟରେ ଗାଁର କିଛି ଗରିବ ଶ୍ରେଣୀର ପରିବାର ମହିଳାମାନେ ଛେଳିପାଳନ ଉପରେ ମୋର ନଜର ପଡ଼ିଥିଲା। ସେହି ଗରୀବ ପରିବାରର ସଦସ୍ୟ ମାନେ ଛେଳିପାଳନ କରି ସେଥିରୁ ମିଳୁଥିବା ଅର୍ଥ ସାହାର୍ଯ୍ୟରେ ନିଜର ପିଲାମାନଙ୍କୁ ପାଠ ପଢ଼ାଉଥିଲେ ଏବଂ କାହାରି ପାଖରୁ କୌଣସି ଅର୍ଥ ନ ଆଣି ନିଜ ପିଲାମାନଙ୍କୁ ବିବାହ କରିବା ସହିତ ଜମି ମଧ୍ୟ କିଣିଥିଲେ। ଏହି ବିଷୟରେ, କିପରି ଭାବରେ ଛେଳିପାଳନ କରାଯାଇପାରିବ ମୁଁ ଅଧିକ ଗବେଷଣା ଆରମ୍ଭ କରିଲି, ଆଉ ତା’ପରେ ୨୦୧୮ରେ ଆରମ୍ଭ କଲି “ଛେଳି ବ୍ୟାଙ୍କ”।

Google

ଏହି ବ୍ୟାଙ୍କ ସାହାର୍ଯ୍ୟରେ ଚାଷୀମାନଙ୍କୁ ଋଣ ଆକାରରେ ଛେଳି ଦିଆଯାଉଛି। ଏହି ଛେଳି ଋଣ ପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ପଞ୍ଜିକରଣ ବାବଦକୁ ୧୨୦୦ଟଙ୍କା ଦେବାକୁ ପଡିବ। ଗୋଟିଏ ଛେଳି ଋଣ ଆକାରରେ ନେଇ ଚାଷୀଙ୍କୁ ୪୦ମାସ ମଧ୍ୟରେ ୪ଟି ଛୁଆ ଫେରସ୍ତ କରିବାକୁ ପଡ଼ିବ। ଏହି ଛେଳି ବ୍ୟାଙ୍କ ଆରମ୍ଭ କରିବା ପାଇଁ ମୁଁ ମୋର ସଞ୍ଚିତ ଅର୍ଥ ଓ ଅନ୍ୟ ମାଧ୍ୟମରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେହି ଅର୍ଥ ସାହାର୍ଯ୍ୟରେ ମୁଁ ୩୪୦ଟି ଛେଳି କିଣିଥିଲି। ଆଉ ଏହି ଛେଳିକୁ ୩୪୦ଟି ପରିବାରକୁ ଋଣ ଆକାରରେ ଦେଇଛି। ଏହି ଯୋଜନା ସାହାର୍ଯ୍ୟରେ ପ୍ରତି ପରିବାର ୨ଲକ୍ଷ ୫୦ ହଜାର ଟଙ୍କା ଲାଭ ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *