ଝିଅକୁ ଟିକେଟ ନମିଳିବାରୁ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ରାଜନାଥ ସିଂ ଠାରୁ ଆରମ୍ଭ କରି ଅମିତ ସାହା ପର୍ଯ୍ୟନ୍ତ ଉଚ୍ଚବର୍ଗିୟ ଲୋକଙ୍କୁ କଲେ ଟାର୍ଗେଟ,ଜାଣନ୍ତୁ ପୁରା ଖବର

ଗୁଜରାଟରେ କିଛିଦିନ ମଧ୍ୟରେ ସ୍ଥାନୀୟ ସ୍ତରୀୟ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ପ୍ରଦେଶ ବିଜେପିର କଳହ ସାମ୍ନାକୁ ଆସିଛି|ଝିଅକୁ ନିର୍ବାଚନରେ ଟିକେଟ ନମିଳିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ବିଜେପିର ରାଜଥାନ ସିଂ ଠାରୁ ନେଇ ଅମିତ ଶାହା ପର୍ଯ୍ୟନ୍ତ ଓ ବିଜୟବର୍ଗୀୟ ସମ୍ବନ୍ଧରେ ପ୍ରଶ୍ନ ଉଠାଇଛନ୍ତି|ସେ ବିବିସିକୁ ଦେଇଥିବା ଇଣ୍ଟରଭ୍ୟୁରେ ଭାଇ, ପାରିବାରିକ ସମ୍ପର୍କ,ବିଜେପିରେ ପରିବାରବାଦ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଖୋଲିକି କହିଛନ୍ତି|

ସେ କହିଛନ୍ତି ପାର୍ଟି ଯେଉଁ ନିୟମ ବନାଇଥାଏ,ତାହା ସମସ୍ତ କାର୍ଯକର୍ତା ଉପରେ ଲାଗୁ ହୋଇଥାଏ|ଯଦି ରାଜନାଥ ସିଂହଙ୍କ ପୁଅ ସାଂସଦ ହୋଇପାରେ, ମଧ୍ୟପ୍ରଦେଶର ବିଜୟବର୍ଗୀୟଙ୍କ ପୁଅ ବିଧାୟକ ହୋଇପାରେ,ଓ ଗୃହମନ୍ତ୍ରୀଙ୍କ ପୁଅ ଜୟ ,ଯାହାର କ୍ରିକେଟ ସହ କୈାଣସି ସମ୍ବନ୍ଧ ନାହିଁ ଓ ଉପଲବ୍ଧି ନାହିଁ ତାକୁ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଦାୟିତ୍ଵ ଦିଆଗଲା|ଜୟ ସିଂ ଏବେ ବିସିସିଆଇର ସେକ୍ରେଟାରୀ ଥିଲାବେଳେ ଏସିଆନ କ୍ରିକେଟ କାଉସିଲର ଅଧ୍ୟକ୍ଷ ଅଟନ୍ତି|

ଇଣ୍ଟରଭ୍ୟୁ ସମୟରେ ସେ କହିଛନ୍ତି ଯେ ଯେତେବେଳେ ନରେନ୍ଦ୍ର ଭାଇ ଦେଶର ପ୍ରଧାନମନ୍ତ୍ରୀ ହେଇଥିଲେ ମୋତେ ଜଣାନାହିଁ ତାଙ୍କ ଘରର ଝରକା କେମିତି ଦେଖାଯାଏ? ମୋତେ ଯେତେବେଳେ ଜଣାନାହିଁ ମୋ ଛୁଆକୁ କେମିତି ଜଣା ପଡିବ|ଆମେ ତାଙ୍କ ସହ ମିଳିପାରିବୁ ଯେତେବେଳେ ସେ ଆମକୁ ଆମନ୍ତ୍ରଣ କରିବେ|ଯଦି ସେ ଡକାଇବେ ନାହିଁ ଆମେ ଅପେକ୍ଷା କରିବୁ ନାହିଁ|

ସେ କହିଛନ୍ତି ଯେତେବେଳେ ସେ ମୋଦିଙ୍କ ସହ ମିଳିଥାନ୍ତି,ସେ ପରିବାର ସଦସ୍ୟ ଠାରୁ ଦୁରରେ ରହିଥାନ୍ତି|ଯଦି କିଛି ବର୍ଷ ପୂର୍ବରୁ ଫଟୋ ଦେଖିବେ ତେବେ ମା ବାପା ବ୍ୟତୀତ ଆଉ କାହାର ଫଟୋ ଦେଖିବାକୁ ମିଳେନାହିଁ|

ସେ କହିଛନ୍ତି ଭାରତ ସରକାର ପରିବାରର ଭାଷା ସ୍ଥିର କରିଛନ୍ତି|ଯାହାର ନାମ ରାଶନ କାର୍ଡରେ ରହିଛି ସେ ପରିବାରର ସଦସ୍ୟ|ଯେହେତୁ ମୋଦୀଙ୍କ ନାମ ଏଥିରେ ନାହିଁ ସେ କଣ ତାଙ୍କ ପରିବାରର ସଦସ୍ୟ ବୋଲି ପ୍ରଶ୍ନ କରିଛନ୍ତି|ଯେଉଁ ରାସନ କାର୍ଡରେ ମୋଦିଙ୍କ ନାମ ରହିଛି ସେ ଅହମଦାବାଦର ରାଣୀ, ତେଣୁ ରାଣୀଙ୍କ ଲୋକ ତାଙ୍କ ପରିବାରର ସଦସ୍ୟ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *