ଚେନ୍ନାଇରେ ରୁଟଙ୍କ ରେକର୍ଡ ପରେ ରେକର୍ଡ: ନିଜର ଶତକୀୟ ପାଳିକୁ ଦ୍ୱିଶତକରେ ପରିଣତ କଲେ ରୁଟ

ଚେନ୍ନାଇ:-ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଭାରତ ବିପକ୍ଷ ସିରିଜର ପ୍ରଥମ ଏବଂ ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ଗତକାଲି ସେ ନିଜର ୧୦୦ତମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବା ବେଳେ ଆଜି ସେ ଦ୍ୱିଶତକ ହାସଲ କରିଛନ୍ତି। ଏଥିରେ ସେ ୧୯ଟି ଚୌକା ଓ ୨ଟି ଛକା ମାରିଥିଲେ। ଏହା ସହିତ ସେ ଇଞ୍ଜମାମ ଉଲ୍ ହକ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଇଞ୍ଜମାମ ଉଲ୍ ହକ୍‌ଙ୍କ ନାମରେ ଥିଲା। ସେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟରେ ୧୮୪ ରନ୍ କରିଥିଲେ। ଟେଷ୍ଟରେ ଜୋ ରୁଟ୍‌ଙ୍କର ଏହା ହେଉଛି ୫ମ ଦ୍ୱିଶତକ।

ଏହି ରେକର୍ଡ କରିବା ପୂର୍ବରୁ ରୁଟ୍ ଆଜି ଆଉ ଏକ ରେକର୍ଡ କରିଛନ୍ତି। ଦ୍ୱିତୀୟ ଅଧିନାୟକ ଭାବରେ ସେ ତିନୋଟି ଟେଷ୍ଟ ମ୍ୟାଚରେ ଲଗାତାର ଭାବରେ ୧୫୦ ବା ତା’ଠାରୁ ଅଧିକ ରନ୍ କରି ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମହାନ କ୍ରିକେଟର ସାର୍ ଡନ୍ ବ୍ରାଡ୍‌ମ୍ୟାନଙ୍କ ନାମରେ ରହିଥିଲା। ବର୍ତ୍ତମାନ ଜୋ ରୁଟ୍ ତାଙ୍କର ସମକକ୍ଷ ହୋଇଛନ୍ତି।

Google

ସେହିପରି ସପ୍ତମ ଖେଳାଳି ଭାବରେ ସେ ଟେଷ୍ଟ୍ ମ୍ୟାଚ୍‌ରେ ଲଗାତାର ତିନି ଥର ୧୫୦ରୁ ଅଧିକ ସ୍କୋର କରିଛନ୍ତି। ତାଙ୍କ ପୂର୍ବରୁ ଟମ୍ ଲାଥମ, କୁମାର ସାଙ୍ଗାକାରା (ଲଗାତାର ୪ଟି ଶତକ), ମୁଦାସର ନଜର, ଜାହିର ଆବାସ, ଡନ୍ ବ୍ରାଡ୍‌ମ୍ୟାନ୍ ଓ ୱାଲି ହାମ୍ମୋଣ୍ଡ ଲଗାତାର ଭାବରେ ତିନୋଟି ଟେଷ୍ଟରେ ୧୫୦ରୁ ଅଧିକ ରନ କରିଥିଲେ।

ଆହୁରି ମଧ୍ୟ ୱାଲି ହାମ୍ମୋଣ୍ଡଙ୍କ ପରେ ଜୋ ରୁଟ୍‌ ହେଉଛନ୍ତି ଦ୍ୱିତୀୟ ଖେଳାଳି ଯିଏକି ବିଦେଶ ମାଟିରେ ଲଗାତାର ଭାବରେ ତିନୋଟି ଟେଷ୍ଟ ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଛନ୍ତି।

ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ରୁଟ ୨୦୦ରୁ ଅଧିକ ରନ୍ କରିଥିଲେ। ପୂର୍ବରୁ ଶ୍ରୀଲଙ୍କା ବିରୋଧରେ ଖେଳିଥିବା ଦୁଇଟି ଟେଷ୍ଟରେ ସେ ଯଥାକ୍ରମେ ୨୨୮ ଓ ୧୮୬ ରନ୍ କରିଥିଲେ।

ଏହି ଖବରକୁ ଲେଖିବା ପର୍ଯ୍ୟନ୍ତ ଚା’ ବିରତି ହୋଇଥିଲା। ରୁଟ୍ ବର୍ତ୍ତମାନ ସୁଦ୍ଧା ୨୦୯ ରନ୍ କରି ଅପରାଜିତ ରହିଛନ୍ତି। ୩୫୩ଟି ବଲ୍‌ରୁ ସେ ୧୯ ଚୌକା ଓ ୨ଟି ଛକା ମାରି ସେ ଏହି ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ସହିତ ଅଛନ୍ତି ନନ- ଷ୍ଟ୍ରାଇକ ରେ ଓଲି ପୋପ୍‌। ସେ ୨୪ ରନ କରିଛନ୍ତି। ଇଂଲଣ୍ଡ ୪ଟି ୱିକେଟ୍ ବିନିମୟରେ ୪୫୪ ରନ୍ କରିଛି।

ଗତକାଲି ରୁଟ୍ ୧୨୮ ରନରେ ଅପରାଜିତ ଥିଲେ। ଆଜି ସେ ନିଜର ଦ୍ୱିଶତକ ଅଭିମୁଖେ ଆଗେଇଛନ୍ତି। ଡୋମିନିକ୍ ସିବଲେ ଗତକାଲି ୮୭ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଆଜି ବେନ୍ ଷ୍ଟୋକ୍ସ ୮୨ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ସେ ୧୧୮ଟି ବଲ୍‌ରେ ୮୨ ରନ କରିଥିଲେ। ଏଥିରେ ସେ ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *