ଆଇପିଏଲ ନିଲାମ ୨୦୨୧: ନିଲାମରେ ସାମିଲ ହେଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର, ଜାଣନ୍ତୁ କେତେ ରହିଛି ଅର୍ଜୁନ,ଶ୍ରୀସନ୍ତ,ହରଭଜନ ଓ ପୂଜାରାଙ୍କ ବେସ ପ୍ରାଇସ !

ଆଇପିଏଲ ୨୦୨୧ ନିଲାମୀରେ ଭାରତୀୟ ଦଳର ଦିଗ୍ଗଜ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସାମିଲ ହେବେ। ବାମ ହାତୀ ଦୃତ ବୋଲର ଅର୍ଜୁନଙ୍କ ବେସ ପ୍ରାଇସ ୨୦ଲକ୍ଷ ଟଙ୍କା। ବ୍ୟାନ ପରେ କ୍ରିକେଟ ଗ୍ରାଉଣ୍ଡକୁ ଫେରିଥିବା ଦୃତ ବୋଲର ଏସ ଶ୍ରୀସନ୍ତ ମଧ୍ୟ ନିଲାମୀରେ ଉପଲବ୍ଧ ରହିବେ। ଶ୍ରୀସନ୍ତଙ୍କ ବେସ ପ୍ରାଇସ ୭୫ଲକ୍ଷ ଟଙ୍କା। ଆସନ୍ତୁ ଜାଣିବା ଅନ୍ୟ ଖେଳାଳୀଙ୍କ ବେସ ପ୍ରାଇସ କେତେ…

ଆଇପିଏଲ ୨୦୨୧ର ନିଲାମୀରେ ସାମିଲ ହେବାକୁ ଥିବା ସମୁଦାୟ ୧୦୯୭ଜଣ ଖେଳାଳୀ ନିଜର ନାମାଙ୍କନ କରିଛନ୍ତି। ସେଥିମଧ୍ୟରୁ ୮୧୪ଜଣ ଭାରତୀୟ ଓ ୨୮୩ଜଣ ବିଦେଶୀ ଖେଳାଳୀ ଅଛନ୍ତି। ସୂଚୀରେ ସାମିଲ ହେବାକୁ ଥିବା ୮୬୩ଜଣ ଅନକ୍ୟାପ୍ଦ ଖେଳାଳୀ ଅଛନ୍ତି ଯେତେବେଳେକି ୨୦୭ଜଣ ଆନ୍ତଃରାଷ୍ଟ୍ରୀୟ ମ୍ଯାଚ ଖେଳିଥିବା ଖେଳାଳୀ ଅଛନ୍ତି।

ଏହି ବର୍ଷ ଶ୍ରୀସନ୍ତଙ୍କ ସହିତ ବାଂଲାଦେଶର ଅଲରାଉଣ୍ଡର ଶକିବ ଅଲ ହସନ ମଧ୍ୟ ନିଲାମୀ ପାଇଁ ଉପଲବ୍ଧ ରହିବେ। ଯେତେବେଳେକି ମିଚେଲ ଷ୍ଟାର୍କ ଓ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ଜଣାଇଦେଉଛୁକି ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଗତ ବର୍ଷ ସେପ୍ଟେମ୍ବରରେ ସମାପ୍ତ ହୋଇଯାଇଥିଲା। ସେ ନିକଟରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମଧ୍ୟ ଖେଳିଥିଲେ।

ଶକିବଙ୍କ ବେସ ପ୍ରାଇସ ଦୁଇ କୋଟି ଟଙ୍କା ଅଟେ। ଦୁଇ କୋଟିର ବେସ ପ୍ରାଇସରେ ଶକିବଙ୍କ ବ୍ଯତୀତ ଆଉ ୧୦ଜଣ ଖେଳାଳୀ ଅଛନ୍ତି। ଏଥିରେ ହରଭଜନ ସିଂ, ଗ୍ଲେନ ମ୍ୟାକ୍ସୱେଲ, କେଦାର ଯାଦବ, ଷ୍ଟିଭ ସ୍ମିଥ, ମୋଇନ ଅଲ୍ଲୀ, ସ୍ଯାମ ବିଲିଙ୍ଗ୍ସ, ଲିୟମ ପ୍ଲଙ୍କେଟ, ଜେସନ ରୟ, ମାର୍କ ବୁଡ ଓ କୋଲିନ ଇନଗ୍ରାମ ସାମିଲ ଅଛନ୍ତି। ଅଷ୍ଟ୍ରେଲିଆ ଟୁରରେ ବର୍ଡର ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ଚେତେଶ୍ଵର ପୂଜାରା ଓ ହନୁମା ବିହାରୀଙ୍କ ବେସ ପ୍ରାଇସ ଯଥାକ୍ରମେ ୫୦ଲକ୍ଷ ଓ ଏକ କୋଟି ଟଙ୍କା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *