ଭାରତ ବନାମ ଇଂଲଣ୍ଡ: ଦମଦାର ଫର୍ମରେ ଥିବା ଜୋ ରୁଟ ରଚିଲେ ଇତିହାସ, ଏମିତି ରେକର୍ଡ କରିବାରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ,ଜାଣନ୍ତୁ ଏହି ରେକର୍ଡ ବିଷୟରେ

ଇଂଲଣ୍ଡର ଅଧିନାୟକ ଜୋ ରୁଟଙ୍କ ଫର୍ମ ପୂର୍ବଭଳି ଅଛି। ଭାରତ ବିରୁଦ୍ଧରେ ଚେନ୍ନାଇରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ସେ ନିଜର ଶତକ ସମ୍ପୂର୍ଣ କରିଛନ୍ତି। ଶ୍ରୀଲଙ୍କାରେ ଲଗାତାର ଦୁଇଟି ମ୍ଯାଚରେ ଦୁଇଟି ଶତକ କରିବା ପରେ ରୁଟ ଭାରତରେ ମଧ୍ୟ ଭଲ ପ୍ରଦର୍ଶନ ସହ ଇନିଙ୍ଗ୍ସ ଆରମ୍ଭ କରିଛନ୍ତି। ସେ ଇନିଙ୍ଗ୍ସର ଆରମ୍ଭରେ ନିଜର ଶତକ ପୂରଣ କରିଛନ୍ତି।

୩୦ବର୍ଷୀୟ ରୁଟ ନିଜର ଟେଷ୍ଟ କ୍ଯାରିୟରରେ ୧୦୦ତମ ମୁକାବିଲାରେ ଏହି ଶତକ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ଯାରିୟରର ୨୦ତମ ଶତକ ଅଟେ। ଭାରତରେ ତାଙ୍କର ଦ୍ଵିତୀୟ ଶତକ ଅଟେ କିନ୍ତୁ ଭାରତ ବିରୁଦ୍ଧରେ ଏହା ତାଙ୍କର ପଞ୍ଚମ ଶତକ ଅଟେ। ଇଂଲଣ୍ଡର ଅଧିନାୟକ ଭାରତ ବିରୁଦ୍ଧରେ ଖେଳା ଯାଇଥିବା ସମସ୍ତ ସାତୋଟି ଟେଷ୍ଟ ମୁକାବିଲାରେ ୫୦ରୁ ଅଧିକ ସ୍କୋର କରିଛନ୍ତି। ୮୩୦୦ରୁ ଅଧିକ ଟେଷ୍ଟ ରନ କରିଥିବା ରୁଟ ଏହା ପୂର୍ବରୁ ନାଗପୁରରେ (୭୩, ୨୦), ରାଜକୋଟ(୧୨୪,୪), ବିଶାଖପାଟଣା(୫୩,୨୫), ମୋହାଲୀ(୧୫,୭୮), ମୁମ୍ବାଇ(୨୧,୭୭), ଚେନ୍ନାଇ(୮୮,୬) ରନ କରିଥିଲେ।

ରୁଟ ଆଉ ଏକ ଖାସ ଉପଲବ୍ଧି ନିଜ ନାମରେ କରିଛନ୍ତି। ସେ ବର୍ତ୍ତମାନ ନିଜର ୯୮ତମ, ୯୯ତମ ଓ ୧୦୦ତମ ଟେଷ୍ଟ ମ୍ଯାଚରେ ଶତକ କରିଥିବା ଦୁନିଆର ପ୍ରଥମ ଖେଳାଳି ହୋଇଗଲେ। ଏହା ପୂର୍ବରୁ ସେ ଶ୍ରୀଲଙ୍କା ବିରୁଦ୍ଧରେ ଶେଷ ହୋଇଥିବା ସିରିଜରେ ଦୁଇଟି ମ୍ଯାଚରେ ଗୋଟିଏ ଦ୍ଵିଶତକୀୟ (୨୨୮) ଓ ଏକ ଶତକ(୧୮୬) କରିଥିଲେ।

ରୁଟ ନିଜର ୧୦୦ତମ ଟେଷ୍ଟ ମ୍ଯାଚରେ ଶତକ କରିଥିବା ଦୁନିଆର ୧୦ମ ଓ ଇଂଲଣ୍ଡର ତୃତୀୟ କ୍ରିକେଟର(କୋଲିନ କୋଡ୍ରେ ଓ ଏଲେକ ଷ୍ଟିବର୍ଟଙ୍କ ପରେ) ହେଲେ। ଅନ୍ୟ ଖେଳାଳୀଙ୍କ କଥା କହିଲେ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଙ୍ଗ ନିଜର ୧୦୦ତମ ମ୍ଯାଚର ଦୁଇଟି ଇନିଙ୍ଗ୍ସରେ ଶତକ କରିଥିଲେ। ତାଙ୍କ ବ୍ଯତୀତ ଇଞ୍ଜାମାମ ଉଲ ହକ, ଜାବେଦ ମିଆଁଦାଦ, ହାଶିମ ଅମଲା, ଗ୍ରୀମ ସ୍ମିଥଙ୍କ ପରି ଖେଳାଳୀମାନେ ମଧ୍ୟ ଏହି କରନାମା କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *