GOLD PRICE UPDATE : ସୁନା କିଣାକିଣି ପାଇଁ ସୁବର୍ଣ୍ଣ ସୁଯୋଗ, ଲଗାତାର ପଞ୍ଚମ ଦିନରେ ମଧ୍ୟ ହ୍ରାସ ପାଇଲା ଦର

ସୁନା କିଣାକିଣି କରୁଥିବା ଲୋକଙ୍କ ପାଇଁ ଖୁସିଖବର। ବଜେଟ ପରେ ସୁନାର ମୂଲ୍ୟରେ ଲଗାତାର ହ୍ରାସ ହେଉଅଛି। ଲଗାତାର ପଞ୍ଚମ ଦିନ ଶୁକ୍ରବାର ଦିନ ମଧ୍ୟ ସୁନା ଓ ରୂପାର ମୂଲ୍ୟ ହ୍ରାସ ହୋଇଛି। ଫେବୃୟାରୀ ୧ ତାରିଖରୁ ଲଗାତାର ସୁନା ଶସ୍ତା ହେଉଅଛି। ଏହି କାରୋବାରର ସପ୍ତାହର ପ୍ରଥମ ଦିନ ସୋମବାର ରୁ କାରୋବାରର ଅନ୍ତିମ ଦିନ ଶୁକ୍ରବାର ପର୍ଯ୍ୟନ୍ତ ସୁନାର ମୂଲ୍ୟ ହ୍ରାସ ହୋଇଛି।

ଯେବେଠୁ ବଜେଟରେ ମୋଦୀ ସରକାର ସୁନା-ରୂପା ଉପରେ କଷ୍ଟମ ଡ୍ଯୁଟିକୁ ଛାଡ କରିବେ ବୋଲି ଲାଗୁ କରିଛନ୍ତି ସେବେଠୁ ସୁନାର ଚମକ ଫିକା ପଡିବାକୁ ଲାଗିଛି। ବଜେଟ ଅଧିବେଶନ ପରେ ଭାରତରେ ସୁନାର ମୂଲ୍ୟରେ ପାଖାପାଖି ୫ପ୍ରତିଶତ ହ୍ରାସ ହୋଇଛି। ଗତ ୫ଦିନରେ ସୁନାର ମୂଲ୍ୟରେ ପାଖାପାଖି ୨୫୦୦ଟଙ୍କା ହ୍ରାସ ହୋଇଅଛି।

ଶୁକ୍ରବାର ଦିନ ସୁନାର ମୂଲ୍ୟରେ ୧୬୩ଟଙ୍କା ହ୍ରାସ ହୋଇ ୪୬,୭୩୮ ଟଙ୍କା ପ୍ରତି ୧୦ଗ୍ରାମ ହୋଇଛି। ଗୁରୁବାର ଦିନ ସୁନାର ୩୨୨ ଟଙ୍କା ହ୍ରାସ ହୋଇ ୪୭,୧୩୫ ଟଙ୍କା ପ୍ରତି ୧୦ଗ୍ରାମ ହୋଇଛି। ଏହା ପୂର୍ବରୁ ବୁଧୁବାର ଦିନ ସୁନା ୪୭,୪୫୭ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ଯେତେବେଳେକି ମଙ୍ଗଳବାର ଦିନ ସୁନା ୪୭,୬୧୯ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଥିଲା। ସୋମବାର ଦିନ ଅର୍ଥାତ ଫେବୃୟାରୀ ୧ ଦିଲ୍ଲୀର ଘରୋଇ ବଜାରରେ ସୁନାର ମୂଲ୍ୟ ୪୮,୧୮୨ ଟଙ୍କା ପ୍ରତି ୧୦ଗ୍ରାମ ହୋଇଥିଲା।

ରୂପାର ମୂଲ୍ୟ ୫୩୦ଟଙ୍କାର ଲାଭ ସହିତ ୬୭,୪୮୩ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି। ଗୁରୁବାର ଦିନ ୯୭୨ଟଙ୍କାରୁ କମି ୬୭,୧୭୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି। ରୂପାର ମୂଲ୍ୟ ବୁଧୁବାର ଦିନ ୬୮,୧୪୨ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ରୂପାର ମୂଲ୍ୟ ୬୯,୫୬୦ ଟଙ୍କା ପ୍ରତି କିଲୋଗ୍ରାମ ଥିଲା। ଫେବୃୟାରୀ ଦିନ ରୂପାର ମୂଲ୍ୟ ୭୩,୨୧୯ ଟଙ୍କା ପ୍ରତି କିଲୋଗ୍ରାମ ହୋଇଥିଲା।

ସୂଚନା ମୁତାବିକ ବଇଷିକ ସ୍ତରରେ ବହୁମୂଲ୍ୟ ଧାତୁର ମୂଲ୍ୟରେ ହ୍ରାସର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳୁଛି। ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଲାଭ ସହିତ ୧୮୧୦ ଆମେରିକୀୟ ଡଲାର ପ୍ରତି ଅନ୍ସ ହୋଇଯାଇଛି। ଯେତେବେଳେକି ରୂପା ୨୬.୭୧ ଡଲାର ପ୍ରତି ଅନ୍ସ ଉପରେ ଅପରିବର୍ତ୍ତିତ ରହିଛି।

ଆପଣଙ୍କୁ ଜଣାଇଦେଉଛୁକି ସୁନାର ମୂଲ୍ୟରେ ଗତ କିଛି ଦିନ ଧରି ଲଗାତାର ହ୍ରାସ ହେଉଅଛି। ସୁନା ପୁଣିଥରେ କମିବାକୁ ଲାଗିଛି। ଗତ କିଛି ସପ୍ତାହ ଧରି ସୁନାର ଦର ଲଗାତାର ୫୦୦୦୦ ଟଙ୍କା ପ୍ରତି ୧୦ଗ୍ରାମ ଲେଖାଏଁ ଅଛି। ଯେତେବେଳେକି ଏହି ବର୍ଷ ଜାନୁୟାରୀର ଆରମ୍ଭରେ ସୁନାର ଦର ୫୧,୬୦୦ ଟଙ୍କା ଥିଲା କିନ୍ତୁ ସୁନା ବର୍ତ୍ତମାନ ୪୬୦୦୦ ଟଙ୍କା ପ୍ରତି ୧୦ଗ୍ରାମ ଲେଖାଏଁ ହୋଇଯାଇଛି। ଅର୍ଥାତ ଏହି ବର୍ଷ ଓ ଆଗାମୀ ମାସ ସୁନାର ମୂଲ୍ଯରେ ପାଖାପାଖି ୪୦୦୦ ଟଙ୍କା ହ୍ରାସ ହୋଇଛି।

କେବଳ ଏତିକି ନୁହେଁ ସୁନା ନିଜର ଉଚ୍ଚତମ ଭାଗ ୫୬,୨୦୦ ଟଙ୍କା ପ୍ରତି ୧୦ଗ୍ରାମ ତଳକୁ ଅଛି। ସୁନାର ଦର ହ୍ରାସ ହୋଇ ଉଚ୍ଚତମ ସ୍ତରରୁ ୮୦୦୦ ଟଙ୍କା ୧୦ ଗ୍ରାମ ପ୍ରତି ଶସ୍ତା ହୋଇଯାଇଛି। ସୁନା ଅଗଷ୍ଟ ମାସରେ ୫୬,୨୦୦ ଟଙ୍କା ପ୍ରତି ୧୦ଗ୍ରାମ ଲେଖାଏଁ ଥିଲା। ୨୦୨୦ରେ ସୁନା ୨୫ପ୍ରତିଶତ ରିଟର୍ନ ଦେଇଥିଲା।

Leave a Reply

Your email address will not be published. Required fields are marked *