ଭାଲେଣ୍ଟାଇନ ପାଇଁ ଭଡ଼ାରେ ମିଳୁଛି ବୟଫ୍ରେଣ୍ଡ

ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭାଲେଣ୍ଟାଇନ(ପ୍ରେମ ଜାହିର କରିବାର ଦିନ) ସପ୍ତାହ। ଫେବୃଆରୀ ୧୪ ତାରିଖ ପାଇଁ ଉଭୟ ପ୍ରେମିଯୁଗଳ ମାନେ ପ୍ରସ୍ତୁତି ଆରମ୍ଭ ମଧ୍ୟ କରିସାରିଲେଣି। ୭ ଫେବୃଆରୀରୁ ଆରମ୍ଭ କରି ଫେବୃଆରୀ ୧୪ ପର୍ଯ୍ୟନ୍ତ ପ୍ରେତ୍ୟେକ ଦିନ କିଛି ନା କିଛି ଘଟିଥାଏ। ଯେପରିକି ପ୍ରୋପୋଜ ଡେ, ଚକୋଲେଟ ଡେ, ହଗ୍ ଡେ ଇତ୍ୟାଦି। ଉଭୟ ପ୍ରେମୀ ଯୁଗଳ ପ୍ରେମ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି, ସେମାନେ ଏହି ଦିନ ଗୁଡ଼ିକୁ ପାଳନ କରି ନିଜ ପ୍ରେମ ସମ୍ପର୍କକୁ ମଜଭୁତ କରିଥାନ୍ତି। କିନ୍ତୁ, ଏହିପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଏହି ଦିନ ଗୁଡ଼ିକରେ ନୂତନ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଏହି ବ୍ୟକ୍ତି ଜଣଙ୍କ ଗତ ୩ବର୍ଷ ଧରି ଭାଲେଣ୍ଟାଇନ ଡେ’ରେ ଭଡାଟିଆ ପ୍ରେମିକ ସଜିଥାନ୍ତି। ଆଉ ସେହି ଭଡାଟିଆ ପ୍ରେମିକ ଜଣକ ହେଉଛନ୍ତି ଶକୁଲ। ହ୍ୟୁମାନ୍ସ ଅଫ ବମ୍ବେର ଏକ ପ୍ରତ୍ରିକାରେ ସେ ଲେଖିଛନ୍ତି ଯେ, ତାଙ୍କର କୌଣସି ପ୍ରେମିକା ନାହାନ୍ତି। ଆଉ ସାଙ୍ଗ ମାନଙ୍କ ସହିତ ଡେଟରେ ଯାଆନ୍ତି, ସେହି ସମୟରେ ସେ ଦୁଃଖ ଅନୁଭବ କରୁଥିଲେ। ଏହି କାରଣ ପାଇଁ ପରେ ସେ ଏକୁଟିଆ ଯାଉଥିଲେ।

ଭାଲେଣ୍ଟାଇନ ଡେ ଅନୁସାରେ, ମୁଁ ଗାର୍ଲଫ୍ରେଣ୍ଡ ତିଆରି କରିବାରେ କେତେ ଦୁର୍ବଳ ଜଣାପଡିଥାଏ। ଯେତେବେଳେ କୌଣସି କପୁଲ ଜଣେ ଅନୁ ଜଣକୁ ପ୍ରୋପୋଜ କରିଥାଏ, ସେହି ସମୟରେ ମୋତେ ବହୁତ କଷ୍ଟ ଅନୁଭବ ହୁଏ। ଏହି କାରଣ ପାଇଁ ମୁଁ ବହୁତ ଝିଅକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେମାନେ ମୋ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କେବଳ ବନ୍ଧୁତ୍ୱ କରିବା ପାଇଁ କହିଛନ୍ତି। ଏହା ପରେ ମୁଁ ଝିଅ ମାନଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲି। ଯେଉଁମାନେ ଏହି ଭାଲେଣ୍ଟାଇନ ଡେ’ରେ ଏକାକୀ ରୁହନ୍ତି ଓ ସାଥୀ ଖୋଜିବାକୁ ଚାହାନ୍ତି ବୋଲି ଜାଣିପାରିଲି।

ଗତ ୩ବର୍ଷ ଧରି ଶକୁଲ ଭଡ଼ାରେ ପ୍ରେମିକ ହୋଇଆସୁଛନ୍ତି। ଶକୁଲ କହିଛନ୍ତି ଯେ, ଗତ ୩ ବର୍ଷ ମଧ୍ୟରେ ମୁଁ ୪୫ ଜଣ ମହିଳାଙ୍କ ସହିତ ଡେଟରେ ମଧ୍ୟ ଯାଇଛି। ଯେତେବେଳେ ମହିଳା ମନେ ଏକୁଟିଆ ରହିଥାନ୍ତି, ସେହି ସମୟରେ ସେମାନେ ଏକୁଟିଆ ରହୁଥିବା ଯୁବକକୁ ବାଛିଥାଆନ୍ତି। ଶକୁଲ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ସୁଖ ଅନୁଭବ କରିଥାନ୍ତି। ଆଉ ଏବେ ମୁଁ ସାଥିର ଅଭାବ ଅନୁଭବ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *