ଆଇପିଏଲ ଖେଳିବାକୁ ନେଇ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସାମ୍ନାରେ କଠିନ ପରିସ୍ଥିତି ! କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଆସିଲା କିଛି ନୂଆ ନିୟମ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ନୂଆଦିଲ୍ଲୀ:ଭାରତରେ ଆଇପିଏଲର ୧୪ତମ ସିଜନ ଖେଳାଯିବ,ଯାହାକୁ ନେଇ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି|କରୋନା ଯୋଗୁଁ ୨୦୨୦ରେ ଆଇପିଏଲ ଭାରତ ପରିବର୍ତ୍ତେ ଦୁବାଇରେ ହୋଇଥିଲା|ଏବେ ପୁଣି ଆଇପିଏଲକୁ ନେଇ ଚର୍ଚ୍ଚା ଜୋର ଧରିଲାଣି, ଯେଉଁଥିପାଇଁ ୧୬ଫେଵୃଆରିରେ ଖେଳାଳିଙ୍କ ନିଲାମ ହେବ|

କିଛି ଦଳ ବହୁତ ଖେଳାଳିଙ୍କୁ ବିଦାୟ କରିଛନ୍ତି, ଯାହାଫଳରେ ଦଳରେ ବଦଳାବଦଳି ଦେଖିବାକୁ ମିଳିବ|ଆଇପିଏଲରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଵଡ ଭାଗିଦାରୀ ହୋଇଥାଏ,ମାନେ ବିଗତ ସିଜନରେ ଦୁଇଟି ଦଳର କ୍ୟାପଟେନ ଏହି ଦେଶର ଥିଲେ|ଏହିଥର ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଆଇପିଏଲ ଖେଳିବା ନେଇ କଠିନ ସ୍ଥିତିର ସାମ୍ନା କରିବାକୁ ପଡିପାରେ|

Google

ଵଡ ଖବର ଆସୁଛି ଯେ କ୍ରିକେଟ ଅଷ୍ଟ୍ରେଲିଆ ଏହି ବର୍ଷ ହେବାକୁ ଥିବା ଆଇପିଏଲ ୨୦୨୧ରେ ଭାଗ ନେବାକୁ ଥିବା ନିଜ ଖେଳାଳିଙ୍କୁ ତାଙ୍କର ଯୋଗ୍ୟତା ଅନୁସାରେ ଏନଓସି ଦେବ|ସିଏର ଅନ୍ତରିମ ଚେୟାରମେନ ନିଲ ‌ହାକେଲ ବୁଧବାର ଏହା କହିଛନ୍ତି|ଆଇପିଏଲର ପୂର୍ବ ସିଜନରେ ୧୯ ଅଷ୍ଟ୍ରେଲିଆ ଖେଳାଳି ଭାଗ ନେଇଥିଲେ|

ଆଇପିଏଲର ଆସନ୍ତା ସିଜନ ଅପ୍ରେଲ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ବୋଲି ସମ୍ଭାବନା ରହିଛି|ନିକ ହାକେଲ ସିଡନୀ ମର୍ନିଙ୍ଗ ହେରାଲ୍ଡରେ କହିଛନ୍ତି ଆଇପିଏଲ ପୂର୍ବ ବର୍ଷ ନିଜର ସୁରକ୍ଷିତ ବାତାବରଣ ସୃଷ୍ଟି କରିଥିଲା|ଆମ ପାଖକୁ ଯେତେବେଳେ ଆବେଦନ ଆସିଵ ସେତେବେଳେ ଆମେ ଏହି ମାମଲାରେ ଯୋଗ୍ୟତା ଆଧାରରେ ବିଚାର କରିବୁ|

ପ୍ଲେୟର୍ସ ଏଜେଣ୍ଟ ବୁଧବାର କହିଛନ୍ତି ଯେ କ୍ରିକେଟ ଅଷ୍ଟ୍ରେଲିଆର ଅଧିକାରିଙ୍କ ବ୍ରେକ ସମୟରେ ଆଇପିଏଲର ଆୟୋଜନ କରାଯିବ ଓ କ୍ରିକେଟ ବୋର୍ଡ ଆରମ୍ଭରୁ ସଙ୍କେତ ଦେଇଛି ଯେ ଏହା ଏନଓସି ଉପରେ ହସ୍ତାକ୍ଷର କରିବ, ଯେପର୍ଯ୍ୟନ୍ତ ବ୍ୟକ୍ତିଗତ ଆହତ ମୁଦ୍ଦା ଉପରେ ବିଚାର କରାଯାଇନାହିଁ|ଅଷ୍ଟ୍ରେଲିଆ ମାର୍ଚ୍ଚରେ ହେବାକୁଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ରଦ୍ଦ କରିଦେଇଛି

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *