ଦୁନିଆର ସବୁଠାରୁ ରାଗୁଆ ଲଙ୍କା ଖାଇ ବ୍ୟକ୍ତି ଜଣକ ସୃଷ୍ଟି କଲେ ବିଶ୍ୱ ରେକର୍ଡ଼, ଯେଉଁ ଲଙ୍କାରୁ ଗୋଟିଏ ଖାଇଲେ ହୋଇପାରେ ମୃ-ତ୍ୟୁ,ଜାଣନ୍ତୁ ପୁରା ଖବର

କଣ ଆପଣ ଶୁଣିଛନ୍ତି କି, ଲଙ୍କା ଖାଇଲେ କୌଣସି ଲୋକଙ୍କ ମୃତ୍ୟୁ ହୋଇଛି ? ଆଜ୍ଞା ହଁ, ସତକଥା ଲଙ୍କା ଖାଇବା ଦ୍ୱାରା ମୃ-ତ୍ୟୁ ମଧ୍ୟ ହୋଇପାରେ, ଏକ ଲଙ୍କା ଯାହାର ନାମ ରିପର ଲଙ୍କା ଏହାକୁ ଖାଇବା ଦ୍ୱାରା ମୃତ୍ୟୁ ହୋଇପାରେ ! ଏହି ଲଙ୍କା ସାଧାରଣ ଲଙ୍କା ଠାରୁ 1500 ପ୍ରତିଶତ ଅଧିକ ରାଗ । ଏବେଏବେ କାନାଡ଼ାର ବ୍ୟକ୍ତି 10 ସେକେଣ୍ଡରେ ତିନୋଟି ରାଗ ଲଙ୍କା ଖାଇ ଗିନିଜ ରେକର୍ଡ ସୃଷ୍ଟି କରିଦେଇଛନ୍ତି ।

ଆପଣ ଏଥିରୁ ଅନ୍ଦାଜ ଲଗାଇପାରିବେ କି, ଏହି ଲଙ୍କା ଖାଇବା ଦ୍ୱାରା ଜଣେ ବ୍ୟକ୍ତି ହସ୍ପିଟାଲ ପହଞ୍ଚି ଯାଉଛି । କିନ୍ତୁ କାନାଡ଼ାରେ ରହିଥିବା ମାଇକ ଜ୍ୟାକ କେବଳ 9.72 ସେକେଣ୍ଡରେ 3ଟି ରିପର କଳା ଲଙ୍କା ଖାଇଥିଲେ ।

Google

କୁହାଯାଉଛି ଯଦି କୌଣସି ବ୍ୟକ୍ତି ଏକାଥରକେ କଳା ରିପର ଲଙ୍କା ଖାଇଦିଏ ତାହେଲେ ସେହି ବ୍ୟକ୍ତିର ସମ୍ପୂର୍ଣ୍ଣ ଭାବରେ ଶୁଖିଯାଇଥାଏ । ଲଙ୍କା ଖାଇବାପରେ ବ୍ୟକ୍ତିର ବେକ ଯନ୍ତ୍ରଣା ହେବାସହ, ଏହା କିଛିଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ରହିଥାଏ । ଏହି ଲଙ୍କା ଖାଇବାପରେ ମୁଣ୍ଡ ସିରରେ ଯନ୍ତ୍ରଣା ହେବାକୁ ଲାଗିଥାଏ ଯାହାକି ଡ଼କ୍ଟରମାନେ ମଧ୍ୟ ଚିକିତ୍ସା କରିପାରନ୍ତି ନାହିଁ । ଏହି ଲଙ୍କା ଖାଇବାଦ୍ୱାରା ଛାତିରେ ପୋଡା, ପେଟରେ ଯନ୍ତ୍ରଣା ଓ ଜ୍ୱର ବହୁତ ହୋଇଥାଏ ।

ଦୁନିଆରେ ଅଲଗା ଅଲଗା ରେକର୍ଡ଼ ସୃଷ୍ଟି କରୁଥିବା ସଂସ୍ଥା ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ଼ ନିଜ ଫେସବୁକ ହ୍ୟାଣ୍ଡଲରେ କାନାଡ଼ାର ମାଇକ ଜ୍ୟାକଙ୍କ ଲଙ୍କା ଖାଇବା ଭିଡ଼ିଓ ସୋସିଆଲ ମିଡିଆରେ ଶେୟର କରିଥିଲା । ଏହି ରେକର୍ଡ଼ ସେ ବିଗତବର୍ଷ ନଭେମ୍ବର ମାସରେ ଦର୍ଜ କରିଥିଲେ କିନ୍ତୁ ଏହି ଭିଡ଼ିଓ ଏବେ ଫେସବୁକରେ ଶେୟର କରାଯାଉଛି । ଗିନିଜ କହିବାକଥା ହେଲା, ରହି ଲଙ୍କା ସାଧାରଣ ଲଙ୍କା ଅପେକ୍ଷା 1500 ଗୁଣା ଅଧିକ ରାଗ ଅଟେ ।

ମଇକ୍ ଜ୍ୟାକ ଏହି ଲଙ୍କା ଖାଇବା ରେକର୍ଡ଼ ନିଜ ନାମରେ ଚାରିଥର କରିସାରିଛନ୍ତି । ସେ ଜାନୁଆରୀ 2019 ରେ ନିଜର ପ୍ରଥମ ରେକର୍ଡ଼ ଭାଙ୍ଗିଥିଲେ ।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *