କାରର ଡ୍ୟାସବୋର୍ଡରେ ଫସି ଯାଇଥିଲା ୧୮ କିଲୋ ବିଶିଷ୍ଟ ବିପଜ୍ଜନକ ସାପ,ବାହାର କରାଯିବା ପରେ ହେଲା ଏହି ଖୁଲାସା…ଦେଖନ୍ତୁ ଫଟୋ

ଆମେରିକୀୟ ରାଜ୍ୟ ଉତ୍ତର କାରୋଲିନାରେ ମଙ୍ଗଳବାର ଦିନ ଏକ ପୋଷା ବୋଆ କନଷ୍ଟ୍ରିକ୍ଟର ନିଜ ମାଲିକଙ୍କ କାରର ଡ୍ୟାସବୋର୍ଡରେ ଫସି ଯାଇଥିଲା | ଡବ୍ଲୁଏକ୍ସଆଇଆଇର ରିପୋର୍ଟ ଅନୁଯାୟୀ, ଷ୍ଟାନଲି କାଉଣ୍ଟି ଏନିମଲ ପ୍ରୋଟେକ୍ଟିଭ ସର୍ଭିସେସର ଅଧିକାରୀଙ୍କୁ ସାପ କାରର ଡ୍ୟାସବୋର୍ଡରେ ଫସି ଯାଇଥିବାର ସୂଚନା ମିଳିବାପରେ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ |

ଦି ଶାର୍ଲେଟ ଅବଜର୍ଭ ଅନୁଯାୟୀ, ସାପକୁ ବାହାରକୁ ବାହାର କରିବାପାଇଁ ଡ୍ୟାସବୋର୍ଡର କିଛି ଅଂଶକୁ ଭାଙ୍ଗିବାକୁ ପଡିଥିଲା | ଜଣେ ଫେସବୁକ ୟୁଜର ପଚାରିଛନ୍ତି, ” ସେହି ବ୍ୟୁଟିର ଓଜନ କେତେ ଥିଲା ?”, ଯେତେବେଳେ କି ଅନ୍ୟ ଜଣେ ୟୁଜର ପଚାରିଛନ୍ତି ଯେ ଉଦ୍ଧାରକର୍ମୀମାନେ ସାପକୁ କିପରି ବାହାର କଲେ |

Google

କାଉଣ୍ଟି କାର୍ଯ୍ୟକର୍ତ୍ତା ଯେମି ପାର୍କର, ଯିଏକି ସାପକୁ ଉଦ୍ଧାର କରିବା ଅଭିଯାନରେ ସାହାଯ୍ୟ କଲେ, ସେ କମେଣ୍ଟ ସେକ୍ସନରେ ମଜାଳିଆ ଶୈଳୀରେ କହିଛନ୍ତି ଯେ,’ଟିମ କେବଳ ସାପ ସହିତ ଭଲରେ କଥା ହେଲା ଏବଂ ସେ ନିଜେ ହିଁ ବାହାରି ଆସିଲା |”

ଷ୍ଟାନଲି କାଉଣ୍ଟି ସେରିଫ କାର୍ଯ୍ୟାଳୟର ଅଧିକାରୀମାନେ କହିଛନ୍ତି ଯେ ବୋଆ କନଷ୍ଟ୍ରିକ୍ଟର ନିଜ କଣ୍ଟେନରରୁ ବାହାରକୁ ବାହାରି କାରର ଡ୍ୟାସବୋର୍ଡକୁ ଚାଲିଯାଇଥିଲା | ସାପର ମାଲିକ କହିଛନ୍ତି ଯେ ଏହାର ଲମ୍ବ ୮.୫ ଫୁଟ ଏବଂ ଏହାର ଓଜନ ପ୍ରାୟ ୧୮ କିଲୋଗ୍ରାମ ଅଟେ |

କୁହାଯାଉଛି ଯେ ବୋଆ କନଷ୍ଟ୍ରକ୍ଟର ସାପର ଏକ ପ୍ରଜାତି ଅଟେ | ଯାହା ବିଷାକ୍ତ ନୁହେଁ କିନ୍ତୁ ଭାରୀ ଶାରୀରିକ ସାପ ହୋଇଥାଏ | ଯାହା ମଧ୍ୟ ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଟ୍ରପିକାଲ ଜଳବାୟୁରେ ରହିଥାନ୍ତି | ସେମାନେ ନିଜର ଶିକାରକୁ ସଂପୂର୍ଣ୍ଣ ଭାବେ ଗିଳିଦେବା ପାଇଁ ଜଣାଶୁଣା ଅଟନ୍ତି ଏବଂ ପ୍ରାୟତ ବିଦେଶୀ ଗୃହପାଳିତ ପଶୁ ଭାବରେ ରଖାଯାଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *