ରିଲାଏନ୍ସ ଜିଓର ଧମାକାଦାର ପ୍ଲାନ, ୮୦ ଟଙ୍କାରୁ କମରେ ମିଳୁଛି 3G ଡାଟା ସହିତ ଅନଲିମିଟେଡ଼ ଫ୍ରି କଲିଙ୍ଗ

ରିଲାଏନ୍ସ ଜିଓ ରିଚାର୍ଜ ପ୍ଲାନ :-

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ବର୍ତ୍ତମାନ ନୂତନ ପ୍ଲାନ ରଖିଛି | ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଖୁବ କମ ସମୟରେ ୟୁଜର୍ସଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି | ତେବେ ଆଜି ଆମେ ଆପଣଙ୍କୁ ରିଲାଏନ୍ସ ଜିଓର ସେହି ରିଚାର୍ଜ ପ୍ୟାକ ବିଷୟରେ କହିବାକୁ ଯାଉଛୁ, ଯାହା ବିଶେଷ କରି ଜିଓ ଫୋନ ୟୁଜର୍ସଙ୍କ ପାଇଁ ଅଟେ | ଆପଣଙ୍କୁ କହିରଖୁଛୁ ଯେ ଜିଓ ଫୋନ ଗ୍ରାହକଙ୍କ ପାଇଁ ଏକ ନୁଆଁ ପ୍ଲାନ ‘ALL In One’ ଉପସ୍ଥାପନ କରାଯାଇଛି | ଯେଉଁଥିରେ ଜିଓ ଫୋନର ଗ୍ରାହକ ଯେକୌଣସି ନେଟୱାର୍କକୁ ଅନଲିମିଟେଲ କଲିଂର ସୁବିଧାର ଲାଭ ଉଠାଇପାରିବେ | ତେବେ ଚାଲନ୍ତୁ ଜାଣିବା ଚମତ୍କାର ପ୍ଲାନଗୁଡିକ ବିଷୟରେ …

ରିଲାଏନ୍ସ ଜିଓର ୧୮୫ ଟଙ୍କା ଥିବା ପ୍ଲାନ :-

କମ୍ପାନୀ ତରଫରୁ ଜିଓ ଫୋନର ଗ୍ରାହକଙ୍କ ପାଇଁ ଏକ ଚମତ୍କାର ପ୍ୟାକ ଲଞ୍ଚ କରିଛି | ଏଥିରୁ ଗୋଟିଏ ସାମିଲ ଅଛି ୧୮୫ ଟଙ୍କା ପ୍ରିପେଡ ରିଚାର୍ଜ ପ୍ୟାକ | ଏହି ପ୍ଲାନରେ ଜିଓର ଗ୍ରାହକମାନଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିଥାଏ, ଅର୍ଥାତ ଗ୍ରାହକ ମୋଟ ୫୬ ଜିବି ଡାଟାର ଲାଭ ଉଠାଇ ପାରିବେ | ଏହି ପ୍ଲାନର ଭାଲିଡିଟି ୨୮ ଦିନ ଅଟେ | ପ୍ରତିଦିନ ମିଳୁଥିବା 2GB ଡାଟା ଲିମିଟ ଶେଷ ହେବା ପରେ ସ୍ପିଡ଼ ହ୍ରାସପାଇ 64 Kbps ରହିଥାଏ | ଏହା ବ୍ୟତୀତ ଏହି ପ୍ଲାନରେ ଜିଓ ଫୋନ ୟୁଜର୍ସ ଅନଲିମିଟେଡ଼ କଲିଂର ସୁବିଧା ପାଇପାରିବେ | ଏହା ବ୍ୟତୀତ ପ୍ରତିଦିନ ୧୦୦ ଟି SMS ର ସୁବିଧା ମଧ୍ୟ ଦିଆଯାଇଥାଏ | ଜିଓ ଟିଭି ସହିତ ଜିଓ ଆପ୍ସର ସବସ୍କ୍ରିପସନ ମଧ୍ୟ ଫ୍ରିରେ ମିଳିଥାଏ |

Google

ରିଲାଏନ୍ସ ଜିଓର ୧୫୫ ଟଙ୍କାର ପ୍ଲାନ :-

ସେହିପରି ଯଦି ୧୫୫ ଟଙ୍କାର ରିଚାର୍ଜ ପ୍ୟାକ ବିଷୟରେ କଥା ହେବା, ତେବେ ଏଥିରେ ଜିଓ ଫୋନର ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା ମିଳିଥାଏ, ଅର୍ଥାତ ମୋଟ ୨୮ ଜିବି ଡାଟା ପାଇପାରିବେ | ଏହି ପ୍ୟାକର ଭାଲିଡିଟି ମଧ୍ୟ ୨୮ ଦିନ ଅଟେ | ଏହି ପ୍ଲାନରେ ଜିଓର ଗ୍ରାହକମାନେ ପ୍ରତିଦିନ ୧୦୦ ଟି SMS ମଧ୍ୟ ପାଇପାରିବେ | ଯଦି କଲିଂ ବିଷୟରେ କଥା ହେବା, ତେବେ ଅନଲିମିଟେଡ଼ କଲିଂର ସୁବିଧା କରାଯାଇଛି | ଆପଣଙ୍କୁ କହିରଖୁଛୁ ଯେ ୧ ଜିବି ଡାଟା ସରିବା ପରେ ଲିମିଟ ହ୍ରାସପାଇ 64 Kbps ରହିଯାଇଥାଏ | ଏହା ବ୍ୟତୀତ ଜିଓ ଆପ୍ସର ସବସ୍କ୍ରିପସନ ମଧ୍ୟ ଫ୍ରିରେ ମିଳିଥାଏ |

ରିଲାଏନ୍ସ ଜିଓର ୭୫ ଟଙ୍କାର ରିଚାର୍ଜ ପ୍ଲାନ :-

ଜିଓର ୭୫ ଟଙ୍କା ଥିବା ପ୍ରିପେଡ ପ୍ଲାନରେ ଜିଓ ଫୋନର ଗ୍ରାହକଙ୍କୁ 3G ଡାଟା ସହିତ ଅନଲିମିଟେଡ଼ କଲିଂ ଅଫର କରାଯାଇଥାଏ | ଏହି ରିଚାର୍ଜ ପ୍ଲାନର ଭାଲିଡିଟି ୨୮ ଦିନ ପର୍ଯ୍ୟନ୍ତ ଅଟେ | ଏହି ପ୍ଲାନରେ ଜିଓର ଗ୍ରାହକମାନେ ପ୍ରତିଦିନ ୫୦ଟି SMS ର ଲାଭ ମଧ୍ୟ ପାଇପାରିବେ | ଏହା ବ୍ୟତୀତ ଜିଓ ଆପ୍ସର ସବସ୍କ୍ରିପସନ ମଧ୍ୟ ଫ୍ରିରେ ମିଳିଥାଏ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *