ବଜେଟ ପରେ ଲଗାତାର ପଞ୍ଚମ ଦିନ ଅର୍ଥାତ ଆଜି ମଧ୍ୟ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ସୁନା ଓ ରୂପାର ମୂଲ୍ୟ

ସୁନା କିଣୁଥିବା ଲୋକଙ୍କ ପାଇଁ ଖୁସି ଖବର ରହିଛି | ବଜେଟ ପରଠାରୁ ଲଗାତାର ପଞ୍ଚମ ଦିନ ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ପାଇଥିବାର ଦେଖାଯାଉଛି | ଫେବୃଆରୀ ୧ ତାରିଖଠାରୁ ଲଗାତାର ଭାବରେ ସୁନା ଶସ୍ତା ହୋଇଆସୁଛି | ଏହି ପ୍ରଥମ ଦିନ ସୋମବାରଠାରୁ ସୁନାର ମୂଲ୍ୟରେ ଲଗାତାର ଭାବେ ହ୍ରାସ ପାଉଛି | ଏହି ସପ୍ତାହର ଶେଷ ବାଣିଜ୍ୟ ଦିନରେ ଆଜି ଶୁକ୍ରବାର ଦିନ ମଧ୍ୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଦେଖାଯାଉଛି | ଆଜି ବଜାର ଖୋଲିବା ସହିତ ହିଁ ସୁନାର ମୂଲ୍ୟରେ ୪୩୦ ଟଙ୍କା ହ୍ରାସ ପାଇଥିବା ଜଣାପଡିଛି, ସେହିପରି ରୂପା ୭୦୦ ଟଙ୍କା ପର୍ଯ୍ୟନ୍ତ ଖସିଯାଇଛି |

ଗୁରୁବାର ଦିନ ସୁନା ୩୨୨ ଟଙ୍କା ହ୍ରାସ ପାଇ ୪୭,୧୩୫ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ହୋଇଛି | ଏହାପୂର୍ବରୁ ବୁଧବାର ଦିନ ସୁନା ୧୦ ଗ୍ରାମ ପ୍ରତି ୪୭,୪୫୭ ଟଙ୍କା ଥିଲା | ଯେବେକି ମଙ୍ଗଳବାର ଦିନ ସୁନା ୧୦ ଗ୍ରାମ ପିଛା ୪୭,୬୧୯ ଟଙ୍କାରେ ବନ୍ଦ ହୋଇଥିଲା | ସେହିପରି ସୋମବାର ଦିନ ଅର୍ଥାତ ଫେବୃଆରୀ ୧ ତାରିଖ ଯାହା ଦିଲ୍ଲୀ ବୁଲିଅନ ବଜାରରେ ସୁନା ୧୦ ଗ୍ରାମ ପିଛା ୪୮,୧୮୨ ଟଙ୍କାରେ ବନ୍ଦ ହୋଇଥିଲା |

Google

ସେହିପରି ଗୁରୁବାର ଦିନ ରୂପା ୯୭୨ ଟଙ୍କା ହ୍ରାସ ପାଇ ୬୭,୧୭୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି | ରୂପାର ମୂଲ୍ୟ ବୁଧବାର ଦିନ କିଲୋଗ୍ରାମ ପିଛା ୬୮,୧୪୨ ଟଙ୍କା ରହିଥିଲା | ଏହାପୂର୍ବରୁ ମଙ୍ଗଳବାର ଦିନ ରୂପା କିଲୋଗ୍ରାମ ପିଛା ୬୯,୫୬୦ ଟଙ୍କା ରହିଥିଲା | ଯେବେକି ଫେବୃଆରୀ ୧ ତାରିଖରେ ରୂପା କିଲୋଗ୍ରାମ ପିଛା ୭୩,୨୧୯ ଟଙ୍କାରେ ବନ୍ଦ ହୋଇଥିଲା |

ସୂଚନାନୁଯାୟୀ କହିବାକୁ ଗଲେ ବିଶ୍ୱ ସ୍ତରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖାଯାଉଛି | ଅନ୍ତର୍ଜାତୀୟ ବଜାରରେ ସୁନା ହ୍ରାସ ପାଇବାସହିତ ୧,୮୨୫ ଡଲାରରେ ପ୍ରତି ଅନ୍ସ ରହିଯାଇଥିଲା, ଏହାସହିତ ରୂପା ୨୬.୬୧ ଡଲାରରେ ପ୍ରତି ଅନ୍ସରେ ଫ୍ଲାଟ କାରବାର କରୁଥିଲା |

କେବଳ ଏତିକି ନୁହେଁ, ସୁନା ନିଜର ସର୍ବୋଚ୍ଚ ମୂଲ୍ୟରୁ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ଠାରୁ ବହୁତ ତଳେ ଅଛି | ସୁନା ହ୍ରାସପାଇଁ ନିଜ ସର୍ବୋଚ୍ଚ ସ୍ତରରୁ ୧୦ ଗ୍ରାମ ପିଛା ୮୦୦୦ ଟଙ୍କା ହୋଇ ଶସ୍ତା ହୋଇଛି | ଆପଣଙ୍କୁ କହିରଖୁଛୁ ଯେ ସୁନା ଅଗଷ୍ଟରେ ୧୦ ଗ୍ରାମ ପିଛା ସର୍ବାଧିକ ୫୬,୨୦୦ ଟଙ୍କା ହୋଇଥିଲା | ୨୦୨୦ ମସିହାରେ ହିଁ ସୁନା ୨୫ ପ୍ରତିଶତ ରିଟର୍ଣ୍ଣ ଦେଇଛି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *