ଚୀନ ଗୁମ୍ଫାକୁ ଯାଞ୍ଚ କରିବା ସମୟରେ WHO ଟିମକୁ ମିଳିଲା କରୋନା ଭାଇରସ ବିଷୟରେ ବଡ଼ ସୂଚନା

ଚୀନର ବୁହାନ ଅଞ୍ଚଳରେ ଥିବା ଗୁମ୍ଫାରେ ରହୁଥିବା ବାଦୁଡ଼ି ମାନଙ୍କ ପାଇଁ ସାରା ଦେଶରେ କରୋନା ସଂକ୍ରମଣ ହୋଇଛି ବୋଲି ବିଶ୍ଵସ୍ବାସ୍ଥ୍ୟ ସଂଗଠନ ଟିମ ସୂଚନା ଦେଇଛି। ବିଶ୍ଵସ୍ବାସ୍ଥ୍ୟ ସଂଗଠନର ଏକ ଟିମ ସେହି ଗୁମ୍ଫାରେ ଯାଞ୍ଚ କରୁଛି। ଏହି ଟିମ ଭାଇରସ ବ୍ୟାପିବାର ସମ୍ପର୍କ ବିଷୟରେ ଜେନେଟିକ ପ୍ରମାଣ ଖୋଜୁଛି। ବିଶ୍ଵସ୍ବାସ୍ଥ୍ୟ ସଂଗଠନ ଟିମର ଜଣେ ସଦସ୍ୟ କହିଛନ୍ତି ଯେ, ଆମେ ଚୀନର ସମସ୍ତ ଗୁମ୍ଫା ଯାଞ୍ଚ କରିବାକୁ ଚାହୁଁଛୁ, ଯେଉଁ ଗୁମ୍ଫା ଗୁଡିକ ଦ୍ବାରା ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।

Image result for china caves who team

ବିଶ୍ଵସ୍ବାସ୍ଥ୍ୟ ସଂଗଠନ ଟିମ(WHO)ର ଜଣେ ସଦସ୍ୟ ପିଟର ଡ୍ୟାସଜେକ ଜଣେ ଜୁଲୋଜିଷ୍ଟ ଓ ଜନ୍ତୁରୋଗ ବିଶେଷଜ୍ଞ। ପିଟରଙ୍କ କହିବା ଅନୁସାରେ, କରୋନା ସଂକ୍ରମଣ ବିଷୟରେ ସେ ୨୦୧୯ମସିହାର ଶେଷ ସମୟରେ ନୂତନ ସୂଚନା ପାଇଥିଲେ। କିନ୍ତୁ, ସେ ଏହି ନୂଆ ସୂଚନା ବିଷୟରେ କୌଣସି ସୂଚନା ଦେବା ପାଇଁ ମନା କରିଦେଇଥିଲେ। ଆଉ ସେ କହିଛନ୍ତି ଯେ, କରୋନା ଭାଇରସ କୌଣସି ଲ୍ୟାବରେ ତିଆରି କରାଯାଇନାହିଁ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଭାଇରସର ଉତ୍ପତ୍ତି ପାଇଁ ଅନ୍ତର୍ଜାତୀୟ ସ୍ତରରେ ବହୁ ସମୟରେ ଆ-ରୋପ-ପ୍ରତ୍ୟା-ରୋପ ମଧ୍ୟ ଚାଲୁଛି। ବିଶେଷ କରି ଚିନ ଉପରେ ବହୁବାର ଆମେରିକା ଅଭିଯୋଗ ଆଣିଛି ଯେ, ମହାମାରୀ ରୋକିବାରେ ଚିନ ଅବହେଳା କରିଛି ଓ ଠିକ୍ ସମୟରେ କୌଣସି ସୂଚନା ମଧ୍ୟ ଦେଇନାହିଁ। ଆଉ ଚିନ ମଧ୍ୟ କହିଥିଲା ଯେ, ଏହି ଭାଇରସ ତା ଦେଶରୁ ନୁହେଁ ବରଂ ଅନ୍ୟ କୌଣସି ଦେଶରୁ ବ୍ୟାପି ଥାଇପାରେ ବୋଲି ସୂଚନା ଦେଇଛି। କିନ୍ତୁ, ପିଟରଙ୍କ ସୂଚନା ଅନୁସାରେ, ୨୦୦୨-୦୩ରେ ବ୍ୟାପିଥିବା ସିଭିୟର ଏକ୍ୟୁଟ ରେସ୍ପେରଟରୀ ସିଣ୍ଡ୍ରମ(SARS)ର ଉତ୍ପତ୍ତି ବିଷୟରେ ଜାଣିବା ପାଇଁ ରିସର୍ଚ୍ଚ ଟିମରେ ସାମିଲ ଥିଲେ। ଆଉ ସେହି ସମୟରେ ସେ ଆଉ ତାଙ୍କ ଟିମ ସୂଚନା ଦେଇଥିଲେ ଯେ, ଏହି ଭାଇରସ ଚିନ ଦେଶର ଦକ୍ଷିଣ ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳର ଗୁମ୍ଫାରେ ରହୁଥିବା ବାଦୁଡ଼ି ମାନଙ୍କଠାରୁ ସମସ୍ତ ଦେଶକୁ ବ୍ୟାପିଥିଲା।

Google

ପିଟର ଆହୁରି ମଧ୍ୟ କହିଛନ୍ତି ଯେ, ଚିନ ଦେଶ ବାଦୁଡ଼ି ରହୁଥିବା ଗୁମ୍ଫାର ସାମ୍ପୂଲ୍ ସଂଗ୍ରହ କରୁଛି କି ନାହିଁ। କିନ୍ତୁ, କରୋନା ଭାଇରସ ଓ ସାର୍ସ ଭାଇରସ ପରସ୍ପର ମଧ୍ୟରେ ଖୁବ ମିଶିଥାଏ। ପିଟରଙ୍କୁ ଏହି ଭାଇରସ କିଭଳି ଭାବରେ ମହାମାରୀରେ ପରିବର୍ତ୍ତନ ହୋଇଛି ସେ ଜାଣିଛନ୍ତି। କିନ୍ତୁ, ଏହି ବିଷୟରେ କୌଣସି ସୂଚନା ଦେବା ପାଇଁ ମନା କରିଦେଇଛନ୍ତି। ବିଶ୍ଵସ୍ବାସ୍ଥ୍ୟ ସଂଗଠନ ଟିମ ରିସର୍ଚ୍ଚ ସମୟରେ ଜାଣିବାକୁ ପାଇଥିଲା ଯେ, କରୋନା ଭାଇରସ ବହୁ ପୂର୍ବରୁ ଚିନରେ ଥିଲା। କିନ୍ତୁ, ତାହା ସର୍କୁଲେଟ ମଧ୍ୟ ହୋଇଥିଲା, ସେତେବେଳେ କେହି ଏହି ବିଷୟରେ ଜାଣିନଥିଲେ। ଚୀନ ସରକାର ଓ ସ୍ଥାନୀୟ ପ୍ରଶାସନ ଗୁମ୍ଫା ଭିତରକୁ ଯାଇ ବିଶ୍ଵସ୍ବାସ୍ଥ୍ୟ ସଂଗଠନ ଟିମକୁ ଯାଞ୍ଚ କରିବାରେ ସାହାର୍ଯ୍ୟ କରୁଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *