ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି କି ? ତା ହେଲେ ଲେଖି ନିଅନ୍ତୁ ନମ୍ବର ଏବଂ ଠିକଣା ସବୁ କିଛି

ଏହି କିଛିଦିନ ମଧ୍ୟରେ ଲୋକସଭାରେ ହୋଇଥିବା ପ୍ରଶ୍ନୋତ୍ତର ସମୟରେ ସାଂସଦମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ୨୪/୭ ହେଲ୍ପଲାଇନ ଆରମ୍ଭ କରାଯାଉଛି, କିନ୍ତୁ ଏହି ହେଲ୍ପଲାଇନକୁ ସାଂସଦମାନଙ୍କ ଠାରୁ କମ ବରଂ ସାଧାରଣ ଜନତାଙ୍କ ଠାରୁ ଅଧିକ ଫୋନ କଲ ଆସୁଛି | ହେଲ୍ପଲାଇନକୁ ଫୋନ କରୁଥିବା ଅଧିକାଂଶ ଲୋକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନମ୍ବର ମାଗୁଛନ୍ତି | କିଏ କହୁଛି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ତ ଆଉ କିଏ କହୁଛି ପ୍ରଧାନମନ୍ତ୍ରୀଙ୍କୁ କିଛି ପ୍ରସ୍ତାବ ଦେବା ପାଇଁ | ଯଦି ଆପଣ ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯିଏକି ପ୍ରଧାନମନ୍ତ୍ରୀଙ୍କ ଫୋନ ନମ୍ୱର, ଇମେଲ ଆଇଡି କିମ୍ବା କିଛି ଅନ୍ୟ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ | ଆଜି ଆମେ ପିଏମ ମୋଦୀଙ୍କ ପାଖକୁ ପହଞ୍ଚିବାର ୫ଟି ଉପାୟ ବିଷୟରେ ଆପଣଙ୍କୁ କହିବୁ |

Google

ପିଏମ ମୋଦୀଙ୍କ ପର୍ଯ୍ୟନ୍ତ ନିଜ କଥାକୁ ପହଞ୍ଚାଇବାର ସବୁଠାରୁ ସହଜ ଉପାୟ ସୋସିଆଲ ମିଡ଼ିଆ ଅଟେ | ଏମିତିରେ ଆପଣ ମୋଦୀଙ୍କ ଭେରିଫାଏଡ଼ ଆକାଉଣ୍ଟ ମାଧ୍ୟମରେ ତାଙ୍କ ପର୍ଯ୍ୟନ୍ତ ନିଜ କଥାକୁ ପହଞ୍ଚାଇ ପାରିବେ | ପିଏମ ମୋଦୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଗୁଡ଼ିକ ହେଲା :-

www.facebook.com/narendramodi

twitter.com/narendramodi\

https://plus.google.com/+NarendraModi,

https://www.youtube.com/user/narendramodi

https://www.instagram.com/narendramodi

https://www.mygov.in/home/61/discuss/ ଏଠାରେ ଅଭିଯୋଗ, ଅଭିବାଦନ ଏବଂ ପ୍ରସ୍ତାବ ଦେବା ପାଇଁ ସନ୍ଦେଶ ପଠାଇ ପାରିବେ | ଏଠାରେ ଆପଣ ଡୀଭେଟରେ ଭାଗ ମଧ୍ୟ ନେଇ ପାରିବେ | ଏହା ବ୍ୟତୀତ ଆପଣ ନରେନ୍ଦ୍ର ମୋଦୀ ଆପ (ନମୋ ଆପ) ସହିତ ମଧ୍ୟ ସମ୍ପର୍କ ଯୋଡି ପାରିବେ |

ଆପଣ ଇମେଲ ମାଧ୍ୟମରେ ମଧ୍ୟ ପିଏମଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବେ | ସେଥି ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଆପଣ [email protected] ରେ ମେଲ କରିପାରିବେ କିମ୍ବା [email protected] ରେ ଇମେଲ ପଠାଇ ନିଜ କଥା କହିପାରିବେ |

Google

ଯଦି ଆପଣ ଉପରୋକ୍ତ ଉପାୟ ଗୁଡ଼ିକ ମାଧ୍ୟମରେ ପିଏମ ମୋଦୀଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ଅସମର୍ଥ, ତେବେ ଆପଣ ଏହି ଠିକଣାରେ ମଧ୍ୟ ଚିଠି ଲେଖି ପାରିବେ | ୱେବ୍ ଇନଫର୍ମେଶନ ମ୍ୟାନେଜର, ସାଉଥ ବ୍ଲକ, ରାୟସୀନା ହିଲସ, ନୂଆ ଦିଲ୍ଲୀ, ପିନ ୧୧୦୦୧୧ |

ଯଦି ଆପଣ ପିଏମଙ୍କ ସହିତ ଫୋନ କିମ୍ବା ଫ୍ୟାକ୍ସ ମାଧ୍ୟମରେ ଯୋଡି ହେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ୦୧୧-୨୩୦୧୫୬୦୩, ୧୧-୨୩୦୧୮୯୩୯, ୦୧୧-୨୩୦୧୮୬୬୮ ରେ ଫୋନ କରିପାରିବେ କିମ୍ବା +୯୧-୧୧-୨୩୦୧୯୫୪୫ କିମ୍ବା ୨୩୦୧୬୮୫୭ ରେ ଫ୍ୟାକ୍ସ କରିପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *