ବଜେଟ ଆସିବା ପରେ ବଢିଲା ରୋଷେଇ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ମୂଲ୍ୟ,ଜାଣନ୍ତୁ ସମସ୍ତ ଦର !

କିଛି ଦିନର ସ୍ଥିରତା ପରେ ଗୁରୁବାର ଦିନ ପୁଣି ପେଟ୍ରୋଲ, ଡିଜେଲ ଓ ଏଲପିଜି ସିଲିଣ୍ଡର ଗ୍ଯାସର ଦର ବୃଦ୍ଧି ହୋଇଛି। ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ବଢିଛି। ସେହିପରି ପ୍ରତି ଏଲପିଜି ସିଲିଣ୍ଡର ଗ୍ଯାସ ପିଛା ୩୫ ଟଙ୍କା ବୃଦ୍ଧି ପାଇଛି।

ସୂଚନା ଅନୁସାରେ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲାଗୁ ହୋଇଛି। କିନ୍ତୁ ସରକାର କହିଛନ୍ତିକି ଏହା ଉପଭୋକ୍ତାଙ୍କ ଉପରେ କୌଣସି ପ୍ରକାର ବୋଝ ହେବ ନାହିଁ।

Google

ଇଣ୍ଡିଆନ ଅଏଲ ଦେଇଥିବା ସୂଚନା ଅନୁସାରେ ଉପଭୋକ୍ତାଙ୍କୁ ୧୪ କିଲୋଗ୍ରାମ ଅଣ-ସବସିଡି ଘରୋଇ ଗ୍ୟାସ ସିଲିଣ୍ଡର ପାଇଁ ୨୫ ଟଙ୍କା ଅଧିକ ଦେବାକୁ ପଡିବ। ଏହି ଦର ଧାର୍ଯ୍ୟ ହେବା ପରେ ସିଲିଣ୍ଡର ପିଛା ଦିଲ୍ଲୀରେ ୭୧୯ ଟଙ୍କା, କୋଲକତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଓ ଚେନ୍ନାଇରେ ୭୩୫ ଟଙ୍କା ହୋଇଛି। ଅନ୍ୟପଟେ ଦେଖିବାକୁ ଗଲେ ଆନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳ ମୂଲ୍ୟ ଲଗାତର ବୃଦ୍ଧି ପାଉଛି। ତେଣୁ ଦେଶରେ ତୈଳଦର ଆହୁରି ବୃଦ୍ଧି ପାଇବ ବୋଲି ସମ୍ଭାବନା କରାଯାଉଛି ବୋଲି ଇଣ୍ଡିଆନ ଅଏଲ କହିଛି।

ଯଦି ଦେଶର ପ୍ରମୁଖ ସହର ମାନଙ୍କରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ଦେଖାଯିବ ତାହେଲେ ଗୁରୁବାର ଦିନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୮୬.୬୫ ଟଙ୍କା, ଡିଜେଲର ମୂଲ୍ୟ ୭୬.୮୩ ଟଙ୍କାରେ ହୋଇଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ୯୩.୨୦ ଟଙ୍କା, ଓ ଡିଜେଲ ୮୩.୬୭ ଟଙ୍କାରେ ହୋଇଛି। ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ୮୯.୧୩ ଟଙ୍କା ଓ ଡିଜେଲର ମୂଲ୍ୟ ୮୨.୦୪ ଟଙ୍କା ରହିଛି। କୋଲକତାରେ ପେଟ୍ରୋଲର ମୂଲ୍ୟ ୮୮.୦୧ ଟଙ୍କା ଓ ଡିଜେଲର ମୂଲ୍ୟ ୮୦.୪୧ ଟଙ୍କା ରହିଛି।

ଆଜି ତୈଳଦର ବୃଦ୍ଧିହେବା ପରେ ଚଳିତ ବର୍ଷରେ ଏହା ସର୍ବାଧିକ ସ୍ତରରେ ପହଞ୍ଚିଛି। ଫଳରେ ଦେଶର ସମଗ୍ର ଖାଉଟି ମାନଙ୍କ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି। ୨୦୨୧-୨୨ବର୍ଷ ବଜେଟରେ ପେଟ୍ରୋଲ ଲିଟର ପିଛା ୨.୫୦ଟଙ୍କା ଓ ଡିଜେଲ ଲିଟର ପିଛା ୪ ଟଙ୍କା କୃଷି ସେସ୍ ଲଗାଇବାକୁ ସରକାର ନିସ୍ପତ୍ତି ନେଇଛନ୍ତି। କିନ୍ତୁ ଏହି କୃଷି ସେସ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନିର୍ମଳା ସୀତାରମଣ କହିଛନ୍ତିକି କୃଷି ସେସ୍ ବୃଦ୍ଧି ସହ ବାଣିଜ୍ୟ ଏକ୍ସସାଇଜ୍ ଡ୍ୟୁଟି ଓ ଆଡିସିନାଲ ଏକ୍ସସାଇଜ ଡ୍ୟୁଟିର ମୂଲ୍ୟ କମ କରି ଦିଆଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ 

Leave a Reply

Your email address will not be published. Required fields are marked *