ଭୁବନେଶ୍ୱର ଯିବା ପୂର୍ବରୁ ସାଙ୍ଗକୁ କଣ କହିଥିଲେ ଝରାଫୁଲ

ଝରାଫୁଲକୁ ଝୁରୁଛି ତାର ଭିଟାମାଟି। ବାପା, ମା ଭାଇବନ୍ଧୁ ଏବଂ ସାଙ୍ଗସାଥୀ ସମସ୍ତେ ଝରାଫୁଲଙ୍କ ପାଇଁ ଦୁଃଖରେ ଭାଙ୍ଗିପଡିଛନ୍ତି। ମୃତ୍ୟୁର ୭ ଦିନ ପରେ ମଧ୍ୟ ଝରାଫୁଲଙ୍କ ମୃ-ତ୍ୟୁ-ର ର-ହ-ସ୍ୟ-ର ଗୁମର ଫିଟିପାରୁ ନାହିଁ। ଝରାଫୁଲଙ୍କ ଆତ୍ମୀୟସଜନ ତାଙ୍କୁ ଭୁଲିପାରୁ ନାହାନ୍ତି। ଗାଁରେ ଝରାଫୁଲ ଜଣେ ଭଲ ଝିଅ ଥିବାରୁ ସାହି-ପଡ଼ିଶା ଓ ବନ୍ଧୁ-ବାନ୍ଧବ ତାଙ୍କୁ ଖୁବ ଝୁରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପୋଷି ଗାଁରେ ଝରାଫୁଳଙ୍କ ସାଙ୍ଗ ଫୁଲମଣି ନାୟକ କହିଛନ୍ତିଯେ, ସେ ଛୋଟବେଳୁ ମୋ ସହ ସାଙ୍ଗ ହେଉଥିଲେ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆମେ ଦୁହେଁ ସାଙ୍ଗ ହୋଇ ପଢ଼ୁଥିଲୁ। ତାପରେ ମୁଁ ବାହାରେ ପଢିଲି ଓ ସେ ମଧ୍ୟ ବାହାରେ ପଢ଼ିଲା। ସେ ଭଲ ଝିଅ ଥିଲା। ଗତ ୨୪ ତାରିଖ ଭୁବନେଶ୍ୱର ଯିବା ପୂର୍ବରୁ ସେ ମୋ ସହ କଥା ମଧ୍ୟ ହୋଇଥିଲା ଓ ଗାଁକୁ ଫେରିବ ବୋଲି କହିଥିଲା। ସେ ପୁଣି ଭୁବନେଶ୍ୱରରେ ପହଞ୍ଚିବା ପରେ ମୋତେ ଫୋନ କରିଥିଲା। ତାପରେ ଆଉ ଆମେ ବିଶେଷ କିଛି କଥା ହେଇ ନାହୁଁ ବୋଲି ସେ କହିଛନ୍ତି। ଫୁଲମଣି କହିଛନ୍ତିକି ସେ ଭଲପାଇବା ବିଷୟରେ ମୋତେ କିଛି କହିନଥିଲେ।

ଅନ୍ୟପକ୍ଷେ ଛାତ୍ରୀ ଝରାଫୁଲଙ୍କ ମୃ-ତ୍ୟୁ ଘଟଣା ସମ୍ପର୍କରେ ପୋ-ଲି-ସ-କୁ ଏକ ସଫଳତା ମିଳିଛି। ଝରାଫୁଲଙ୍କ ମୃ-ତ-ଦେ-ହ-କୁ ଯେଉଁ ସ୍କୁଟିରେ ବୋହି ଅଭି-ଯୁକ୍ତମାନେ ନେଇଥିଲେ, ପୋଲିସ ତାହାକୁ ଯାଜପୁରରେ ଜ-ବ-ତ କରିଛି। ଏହି ସ୍କୁଟି ରାକେଶ ସ୍ୱାଇଁଙ୍କର ଅଟେ। ଏଥିରେ ଝରାଫୁଲ ମଧ୍ୟ ତାଙ୍କ ସହିତ ବୁଲାବୁଲି କରିଥିଲେ।

ଗତକାଲି ଭୁବନେଶ୍ୱରରେ ସିନ ରିକ୍ରିଏସନ ବେଳେ ରାକେଶ ସ୍ୱାଇଁ ଏହି ସ୍କୁଟର ବିଷୟରେ ସୂଚନା ଦେଇଥିଲେ। ପୋଲିସ ତାପରେ ଏହାକୁ ଜ-ବ-ତ କରିଛି। ଭୁବନେଶ୍ୱରର ସୁନ୍ଦରପଦା ନିକଟରେ ଏକ ବୁଦା ମୂଳରୁ ଏହି ସ୍କୁଟରଟିକୁ ଜବତ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ରାକେଶଙ୍କ ସହଯୋଗୀ ପୋଲିସ ହାତରେ ପଡ଼ି ନାହାନ୍ତି। ଝରାଫୁଲଙ୍କ ମୃ-ତ-ଦେ-ହ-କୁ ସ୍କୁଟି ସାହାଯ୍ୟରେ ବୋହି ନେଇ ବାଟରେ ଫିଙ୍ଗିବାରେ ସେ ରାକେଶଙ୍କୁ ସହଯୋଗ କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ସ୍ୱାଇଁକୁ ପୋ-ଲି-ସ ତିନି ଦିନ ପାଇଁ ରିମାଣ୍ଡରେ ଆଣିଥିବା ବେଳେ ଆଜି ହେଉଛି ରିମାଣ୍ଡର ଶେଷ ଦିନ। ତେବେ ଏପର୍ଯ୍ୟନ୍ତ ଝରାଫୁଲଙ୍କ ମୃ-ତ୍ୟୁ-ର କାରଣ ସଠିକ ଭାବରେ ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ରାକେଶ ମଧ୍ୟ କିଛି ଏ ବିଷୟରେ କିଛି ଜାଣି ନାହାନ୍ତି। ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ଭୁବନେଶ୍ୱରରେ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘର ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଯାଇଥିଲେ। ଗତ ୨୫ ତାରିଖ ଦିନ ଚକ୍ରଧରଙ୍କ ଝିଅର ଜନ୍ମଦିନ ଥିବାରୁ ଝରାଫୁଲ ଗାଁରୁ ଭୁବନେଶ୍ୱରକୁ ଆସିଥିଲେ।

ଜାନୁଆରୀ ୨୬ ତାରିଖ ଦିନ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସରେ ଚକ୍ରଧର ବସାଇଥିଲେ। କିନ୍ତୁ ଅସୁସ୍ଥ ଲାଗୁଛି ବୋଲି କହି ଝରାଫୁଲ ବାଣୀବିହାର ଷ୍ଟପେଜରେ ଓହ୍ଲାଇ ପଡିଥିଲେ। ଝରାଫୁଲ ବସରେ ବସିବାର କିଛି ସମୟ ପରେ ଝରାଫୁଲଙ୍କ ବାପା ରମାକାନ୍ତ ଫୋନ କରିଥିଲେ। ଝରାଫୁଲ ଫୋନ ରିସିଭ କରି ଦେହ ଅସୁସ୍ଥ ଲାଗୁନାହିଁ ବୋଲି କହିଥିଲେ ଓ ସାଙ୍ଗ ସୋନାଲିଙ୍କ ଘରେ ଅଛନ୍ତି ବୋଲି କହିଥିଲେ। ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ କରିଥିଲେ। କିନ୍ତୁ ସେ ଫୋନ ଉଠାଇନଥିଲେ। ସେ ଫୋନ ନ ଉଠାଇବାରୁ ହ୍ୱାଟସଆପରେ ମେସେଜ କରିଥିଲେ। ରାକେଶ, ସୋନାଲୀଙ୍କ ବଦଳରେ ମୋବାଇଲରେ ଚାଟିଂ କରିଥିଲେ।

୨୬ ତାରିଖରେ ଝରାଫୁଲ ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇଥିଲେ ଓ ଚାଲି ଚାଲି ରୂପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଉଭୟ ସ୍କୁଟିରରେ ଭୁବନେଶ୍ୱରରେ ବୁଲାବୁଲି କରିଥିଲେ ଓ ପରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବିରିୟାନୀ ଖାଇବାକୁ ଯାଇଥିଲେ। ସେଠାରେ ରାକେଶ ବିରିୟାନୀ ଖାଇଥିଲେ, କିନ୍ତୁ ଝରାଫୁଲ ପେଟ କାଟୁଥିବା କହି ବିରିୟାନୀ ଖାଇ ନଥିଲେ। ସନ୍ଧ୍ୟାରେ ଉଭୟ ଧର୍ମ ବିହାରରେ ଥିବା ଏକ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଉଭୟ ରାତିରେ ରହିଥିଲେ। ତେଣୁ ଯାହାବି କିଛି ଘଟିଛି, ତାହା ରାତିରେ ଘଟିଛି ବୋଲି କୁହାଯାଉଛି।

ସୂଚନା ଅନୁସାରେ, ୨୭ ତାରିଖ ଦିନ ସକାଳୁ ଝରାଫୁଲ ସଜ୍ଞା ହରାଇ ତଳେ ପଡ଼ିଯାଇଥିଲେ ଓ ରାକେଶ ଭ-ୟ-ଭୀ-ତ ହୋଇଯାଇଥିଲେ। ରାକେଶ ତାଙ୍କ ସାଙ୍ଗ ଶେଖରକୁ ଫୋନ୍‌ କରି ଡାକିଥିଲେ। ଏହା ପରେ ଶେଖର ଓ ରାକେଶ ସ୍କୁଟିରେ ବସାଇ ଝରାଫୁଲଙ୍କୁ କଟକ ମେଡିକାଲ ନେଉଥିଲେ। ମେଡିକାଲ ନେଉଥିବା ରାସ୍ତାରେ ଝରାଫୁଲଙ୍କ ମୃ-ତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *