ରିୟଲ ହିରୋ : କୋଳରେ ପିଲାକୁ ଧରି କଲେଜରେ ପଢ଼ାଉଛନ୍ତି ଏହି ଶିକ୍ଷକ, ଏହା ପଛର କାହାଣୀ ଶୁଣିଲେ, ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ,ଜାଣନ୍ତୁ କଣ ରହିଛି କାହାଣୀ ?

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫୋଟ ଭାଇରାଲ ହେବାରେ ଲାଗିଛି | ଜଣେ ବାପା ନିଜ ପିଲାକୁ ନେଇ କଲେଜରେ ସ୍ଟୁଡେଣ୍ଟଙ୍କୁ ପଢ଼ାଉଛନ୍ତି | ଏହା ପଛରେ ଥିବା କାହାଣୀ ଶୁଣି ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ | କଷ୍ଟକର ସମୟରେ ମଧ୍ୟ କିପରି ବଞ୍ଚିବାକୁ ହୁଏ, ଏହି କାହାଣୀକୁ ପଢି ଆପଣ ବୁଝିଯିବେ | ଆଇଏଏସ ଅଫିସର ଅବନିଶ ଶରଣ ଏହି ଫଟୋକୁ ସେୟାର କରିଛନ୍ତି ଏବଂ ସେହି ଶିକ୍ଷକଙ୍କୁ ରିୟଲ ଲାଇଫର ହିରୋ କହିଛନ୍ତି |

ପିଲାଟିକୁ ଜନ୍ମ ଦେବା ପରେ ହିଁ ମାର ମୃତ୍ୟୁ ହୋଇଯାଇଥିଲା | ସମ୍ପୂର୍ଣ୍ଣ ଦାୟିତ୍ୱ ବାପାଙ୍କ ଉପରକୁ ଆସିଯାଇଥିଲା | ବାପା କଲେଜରେ ଜଣେ ଶିକ୍ଷକ ଅଛନ୍ତି, ଏପରି ପରିସ୍ଥିତିରେ ସେ ପଢ଼ାଇବା ସହିତ ପିଲାଟିର ଯତ୍ନ ନେବାର ଦାୟିତ୍ୱ ମଧ୍ୟ ଆସିଗଲା | ସେ ହାରିନଥିଲେ ଏବଂ ପିଲାଟିକୁ କୋଳରେ ନେଇ କଲେଜରେ ପହଞ୍ଚିଥିଲେ |

ଫଟୋରେ ଦେଖାଯାଉଛି ଯେ ପିଲାଟି ବାପାଙ୍କ କୋଳରେ ଅଛି ଏବଂ ସେ କଲେଜରେ ସ୍ଟୁଡେଣ୍ଟସ ମାନଙ୍କୁ ପଢ଼ାଉଛନ୍ତି |

ଆଇଏଏସ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ତାଙ୍କ ସ୍ତ୍ରୀ ପିଲାଟିକୁ ଜନ୍ମ ଦେବା ପରେ ହିଁ ମୃତ୍ୟୁବରଣ କରିଥିଲେ | କିନ୍ତୁ ସେ ପିଲା ଏବଂ କଲେଜ କ୍ଲାସକୁ ଏକାବେଳେ ନେବାର ଦାୟିତ୍ୱ ନେଇଛନ୍ତି | ଏକ ରିୟଲ ଲାଇଫ ହିରୋ… ‘

ଏହି ପୋଷ୍ଟକୁ ଅବନିଶ ଶରଣ ଫେବୃଆରୀ ୩ ତାରିଖରେ ସେୟାର କରିଥିଲେ, ଯାହାର ଏପର୍ଯ୍ୟନ୍ତ ହଜାରରୁ ଅଧିକ ଲାଇକ ଏବଂ ୧୦୦ରୁ ଅଧିକ ରି-ଟ୍ୱିଟ କରାଯାଇଛି | ଲୋକମାନଙ୍କୁ ଏହି ଟ୍ୱିଟ ବହୁତ ଭାବପ୍ରବଣ କରୁଛି | କମେଣ୍ଟ ସେକ୍ସନରେ ଲୋକମାନେ ଏହିପରି ରିଆକ୍ସନ ଦେଇଛନ୍ତି…

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *