ବାଂଲାଦେଶ ଓପନର Tamim Iqbal ସୃଷ୍ଟି କଲେ ୱାର୍ଲଡ଼ ରେକର୍ଡ଼,ଏମିତି କରିବାରେ ସେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚଟଗାଓଁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଏହି ମ୍ୟାଚରେ ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ବାଂଲାଦେଶ ତରଫରୁ ଓପନିଂ କରିବାକୁ ଆସିଥିବା ତାମିମ ଇକବାଲ ମାତ୍ର 9 ରନ କରି ଆଉଟ ହୋଇଯିବାପରେ ମଧ୍ୟ ଟେଷ୍ଟରେ ବାଂଲାଦେଶ ପାଇଁ ସବୁଠାରୁ ଅତ୍ୟଧିକ ରନ ସ୍କୋରର ହୋଇଯାଇଥିଲେ । ଏହାସହ ସେ କ୍ରିକେଟର ତିନି ଫର୍ମାଟରେ ନିଜ ଦେଶ ପାଇଁ ଅଧିକ ରନ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଗଲେ ।

Google

ନିଜର 61 ଟେଷ୍ଟ ମ୍ୟାଚରେ ତାମିମ ଦେଶ ପାଇଁ 4414 ରନ କରିସାରିଛନ୍ତି । ଯେଉଁଥିରେ 9ଟି ଶତକ ଓ 8ଟି ଅର୍ଧଶତକ ସାମିଲ ରହିଛି । ଏହାବ୍ୟତୀତ ତାଙ୍କ ବ୍ୟାଟରୁ ଏକ ଦ୍ଵିଶତକ ମଧ୍ୟ ବାହାରିଛି । ସେ ବାଂଲାଦେଶ ପାଇଁ ଟେଷ୍ଟରେ ସବୁଠାରୁ ଅଧିନ ରନ ବନାଇଛନ୍ତି ଯାହାଦ୍ୱାରା ସେ ଉଇକେଟ କିପର ବ୍ୟାଟ୍ସମ୍ୟାନ ମୁସଫିକର ରହିମଙ୍କୁ ପଛରେ ପକାଇ ଦେଇଛନ୍ତି। ଯିଏକି 70 ମ୍ୟାଚରୁ 4413 ରନ କରିଥିଲେ ।

ଜଣାଇଦେଉଛୁ କି, ମୁସଫିକର ରହିମ ମଧ୍ୟ ଏହି ମ୍ୟାଚରେ ଖେଳୁଛନ୍ତି । କିନ୍ତୁ ଏବେପର୍ଯ୍ୟନ୍ତ ତାଙ୍କର ବ୍ୟାଟିଂ ଆସିନାହିଁ । ଟେଷ୍ଟ ମ୍ୟାଚ ବ୍ୟତୀତ ତାମିମ ଇକବାଲ ଦିନିକିଆ କ୍ରିକେଟରେ 210 ମ୍ୟାଚରୁ 7360 ରନ କରିସାରିଛନ୍ତି, ଯେଉଁଥିରେ 13 ଶତକ ଓ 49 ଅର୍ଧଶତକ ସାମିଲ ରହିଛି । ଏହାସହ t-20ରେ ସେ 74ଟି ମ୍ୟାଚରୁ 1701 ରନ ମଧ୍ୟ କରିଛନ୍ତି, ଯେଉଁଥିରେ 1 ଶତକ ଓ 7 ଅର୍ଧଶତକ ସାମିଲ ରହିଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *