ୟୁନିଭର୍ସ ବସ କ୍ରିସ୍ ଗେଲଙ୍କର ଆଉ ଏକ ବିଶ୍ଵ ରେକର୍ଡ, ପ୍ରଥମ ଖେଳାଳୀ ଭାବରେ ସେ ଏହି କିର୍ତ୍ତୀମାନ ସୃଷ୍ଟି କଲେ,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ୟୁନିଭର୍ସ ବୋସ୍ କ୍ରିସ୍ ଗେଲଙ୍କ ଆଉ ଏକ କିର୍ତ୍ତୀମାନ। କ୍ରିସ ଗେଲ ୧୨ଟି ବଲରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ପୁଣି ଚର୍ଚ୍ଚାରେ ଆସିଛନ୍ତି। ଆବୁଧାବୀରେ ଟି-୧୦ ଲଗିରେ ଏଭଳି ଏକ ଜବରଦସ୍ତ ଇନିଂସ ଖେଳିଛନ୍ତି କ୍ରିସ ଗେଲ। ସବୁଠୁ ବଡ଼ କଥା ହେଉଛି କ୍ରିସ ଗେଲ ୫୦ ରନ କରିବା ପାଇଁ ଗୋଟାଏ ବି ମଧ୍ୟ ସିଙ୍ଗଲ ରନ ନେଇ ନାହାନ୍ତି। ଗେଲଙ୍କର ପ୍ରଥମ ଦୁଇଟି ବଲ ଡଟ୍‌ ହୋଇଥିବା ବେଳେ ପରବର୍ତ୍ତୀ ୧୦ଟି ବଲରେ ୫୦ ରନ୍‌ କରିଥିଲେ। ଏଥିସହିତ ୧୨ଟି ବଲରେ ୨ଥର ପାଇଁ ୫୦ ରନ୍‌ କରିବାରେ ବିଶ୍ବ କ୍ରିକେଟରେ ପ୍ରଥମ ଖେଳାଳି ହେଉଛନ୍ତି କ୍ରିସ ଗେଲ।

Google

ବୁଧବାର ଦିନ ଆବୁଧାବୀ ଟି-୧୦ ୨୦୨୧ର ୨୦ତମ ମ୍ୟାଚ ମରାଠା ଆରାବିଆନ୍ସ ଓ ଟିମ ଆବୁଧାବୀ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ମରାଠା ଆରାବିଆନ୍ସ ଦଳ ୧୦ ଓଭରରେ ୯୭ ରନ୍‌ କରିଥିଲା। ଟିମ ଆବୁଧାବୀ ସମ୍ମୁଖରେ ୯୮ ରନର ବିଜୟ ଲକ୍ଷ୍ୟ ଥିଲା। ଏହି ବିଜୟ ଲକ୍ଷ୍ୟକୁ ଟିମ ଆବୁଧାବୀ କେବଳ ୫ ଓଭର ୩ଟି ବଲରେ ଏହି ଲକ୍ଷ୍ୟକୁ ହାସଲ କରି ବିଜୟ ହୋଇଥିଲା। ଟିମ ଆବୁଧାବୀ ମାତ୍ର ୧ ଓ୍ବିକେଟ ବିନିମୟରେ ଏହି ମ୍ୟାଚରେ ବିଜୟୀ ହୋଇଥିଲା। ଗେଲ ୨୨ ଟି ବଲ ଖେଳି ୮୪ ରନ୍‌ କରି ନଟ ଆଉଟ ଥିଲେ। ସେ ଏକା ଏହି ମ୍ୟାଚର ମୋଡ଼ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେଇଥିଲେ ଓ ଟିମକୁ ବିଜୟୀ କରାଇଥିଲେ। ଏହି ଜବରଦସ୍ତ ଇନିଂସରେ ଗେଲ ସମୁଦାୟ ୯ଟି ଛକା ଓ ୬ଟି ଚୌକା ଲଗାଇଥିଲେ।

ଏହାପୂର୍ବରୁ ଥରେ ଗେଲ ୧୨ଟି ବଲରେ ୫୦ ରନ୍‌ କରିଥିଲେ। ସେହିପରି ଭାରତୀୟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ୧୨ଟି ବଲରେ ୫୦ ରନ୍‌ କରିଥିଲେ। ଏହା ସହିତ ହଜରତୁଲ୍ହାଙ୍କ ନାମ ମଧ୍ୟ ଏହି କ୍ଲବରେ ସାମିଲ ଅଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *