ବର୍ତ୍ତମାନ RTO ରେ ଆଉ ଲାଗିବନି ଧାଡ଼ି : ଏହି ୮ଟି ଆରଟିଓରେ ଟୋକନ ବ୍ୟବସ୍ଥା ଆରମ୍ଭ,ଜାଣନ୍ତୁ କଣ ରହିବ ସମ୍ପୂର୍ଣ ପ୍ରକ୍ରିୟା

ଡ୍ରାଇଭିଂ ଲାଇସେନ୍ସ ହେଉ ଅବା ଗାଡ଼ି ରେଜିଷ୍ଟ୍ରେସନ୍‌ କିମ୍ବା ଯାନବାହନ ସଂପର୍କିତ ଅନ୍ୟ କୌଣସି କାଗଜପତ୍ର ଏହିଗୁଡିକ ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଘଣ୍ଟାଘଣ୍ଟା ଧରି ଠିଆ ହେବାକୁ ପଡ଼ିବ ନାହିଁ। ଆର୍‌ଟିଓରେ କୌଣସି କାର୍ଯ୍ୟ ପାଇଁ ପହଞ୍ଚିବା ମାତ୍ରେ ମିଳିଯିବ ଟୋକନ୍‌। ଏହି ଟୋକନ୍‌ ପାଇବା ପରେ ଆବେଦନକାରୀଙ୍କ କାମ କେତେବେଳେ ଆରମ୍ଭ ହେବ ସେହି ବିଷୟରେ ମୋବାଇଲ୍‌କୁ ମେସେଜ୍‌ ଯିବ। ସେହିପରି ଆବେଦନକାରୀ ପ୍ରତୀକ୍ଷା ଗୃହରେ ଅପେକ୍ଷା କରିଥିଲା ବେଳେ, ସେଠାରେ ଥିବା କମ୍ପ୍ୟୁଟର ଡିସ୍‌ପ୍ଲେ ବୋର୍ଡରେ ମଧ୍ୟ ଏହି ବିଷୟରେ ସୂଚନା ଦିଆଯିବ। ଯାହାଫଳରେ ଆବେଦନକାରୀଙ୍କ କ୍ରମିକ ନମ୍ବର କେତେବେଳେ ଆସିବ ତାହା ଜଣା ପଡିଯିବ। ରାଜ୍ୟର କଟକ ସମେତ ଆଉ ୮ଟି ଆରଟିଓରେ ଏହି ଟୋକନ୍‌ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଏହାପାଇଁ ୨କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଯୋଜନା କରାଯାଇଛି। ଏଭଳି ବ୍ୟବସ୍ଥା କରିବା ଦ୍ୱାରା ଆର୍‌ଟିଓରେ ଅଯଥା ଗହଳି କମିବ ଏବଂ ଲୋକେ ସୁବିଧାରେ ସେବା ମଧ୍ୟ ପାଇପାରିବେ।

Google

ଏହି ନୂଆ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ଆଜି ରାଜ୍ୟ ପରିବହନ କମିସନର (ଏସ୍‌ଟିଏ) ଏବଂ ନ୍ୟାସନାଲ ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ (ଏନ୍‌ଏସ୍‌ଆଇସି) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର (ଏମ୍‌ଓୟୁ) ହୋଇଛି। ଏସ୍‌ଟିଏ କମିସନର ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଏସ୍‌ଟିଏ ଅତିରିକ୍ତ କମିସନର (ଟେକ୍ନିକାଲ) ମନୋରଂଜନ ଲୋଧା, ଏନ୍‌ଏସ୍‌ଆଇସିର ବରିଷ୍ଠ ଶାଖା ପରିଚାଳକ ଡ. ଅନୁପମ ଗାଏନ୍‌, ନୀତି ଶେଖର (ଏନ୍‌ଫୋର୍ସମେଣ୍ଟ), ଶ୍ରୀନିବାସ ବେହେରା (ପ୍ରଶାସନ) ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ପ୍ରତ୍ୟେକ ଆର୍‌ଟିଓରେ କିପରି ସାଧାରଣ ଲୋକେ ତୁରନ୍ତ ବିଭିନ୍ନ ସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ୫ଟି ନୀତି ଆଧାରରେ ଏସ୍‌ଟିଏ ପକ୍ଷରୁ ଏହି ଯୋଜନା କରାଯାଇଛି। ଏହି ଯୋଜନାର ନାମ ରହିଛି ‘ସ୍ମାର୍ଟ କ୍ୟୁ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ’। ଅନ୍‌ଲାଇନ୍‌ ଜରିଆରେ ଜଣେ ବ୍ୟକ୍ତି ସ୍ଲଟ୍‌ ବୁକିଂ କରିପାରିବେ। ଆର୍‌ଟିଓକୁ ଆସି ମଧ୍ୟ ଜଣେ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ। ଯେତେବେଳେ ଜଣେ ବ୍ୟକ୍ତି ଆର୍‌ଟିଓକୁ ଆସିବେ ସେତେବେଳେ ତାଙ୍କୁ ଏକ ଟୋକନ୍‌ ଦିଆଯିବ। ଏହାପାଇଁ କାହାରିକୁ ଧାଡ଼ିରେ ଠିଆହେବାକୁ ପଡ଼ିବ ନାହିଁ। ସେମାନଙ୍କର ପାଳି ଆସିବା ଯାଏଁ ଅଫିସ୍‌ରେ ଅପେକ୍ଷା କରିପାରିବେ।

Google

ଏହାପାଇଁ ପ୍ରତ୍ୟେକ କାଉଣ୍ଟରରେ ଡିସ୍‌ପ୍ଲେ ବୋର୍ଡ଼ ମଧ୍ୟ ଲାଗିବ। ଏଥିରୁ ଜଣେ ହିତାଧିକାରୀଙ୍କ ନମ୍ୱର କେତେବେଳେ ଆସିବ ଏବଂ ତାଙ୍କୁ ଆଉ କେତେ ସମୟ ଅପେକ୍ଷା କରିବାକୁ ହେବ ସେହି ବିଷୟରେ ସବିଶେଷ ସୂଚନା ମିଳିବ। କିଛି ସମୟ ପରେ ହିତାଧିକାରୀଙ୍କ ପାଖକୁ ମେସେଜ୍‌ ପଠାଯିବ। ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାଟି ସମସ୍ତ ଆର୍‌ଟିଓ ଅଫିସରେ ଲାଗୁ କରାଯିବ। ତେବେ କେବେଠାରୁ ଏହି ବ୍ୟବସ୍ଥାଟି ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇପାରିନାହିଁ।

ସୂଚନା ଅଛିକି, ବିଭିନ୍ନ ଆର୍‌ଟିଓରେ ସଂଶୋଧିତ ମୋଟର ଭେଇକିଲ୍‌ ଆଇନ ଲାଗୁ ପରେ ନାହିଁନଥିବା ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଛି। ଯାହାପାଇଁ ଘଣ୍ଟାଘଣ୍ଟା ଧରି ହିତାଧିକାରୀମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡୁଛି। ଏସ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଆର୍‌ଟିଓରେ ଆଉ ଏଭଳି ଧାଡ଼ି କରି ଛିଡ଼ା ହେବାକୁ ପଡ଼ିବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *