ଭାରତ ବନାମ ଇଂଲଣ୍ଡ : ରିକି ପଣ୍ଟିଂଙ୍କ ରେକର୍ଡ଼କୁ ଭାଙ୍ଗିବାକୁ ଆଉ କିଛି ପାଦ ଦୂରରେ ବିରାଟ କୋହଲି । ଜାଣନ୍ତୁ ପଣ୍ଟିଂଙ୍କ କେଉଁ ରେକର୍ଡକୁ ଭାଙ୍ଗିବାକୁ ଯାଉଛନ୍ତି ବିରାଟ ?

ଭାରତ ଓ ଇଂଲଣ୍ଡ ବିପକ୍ଷରେ ଫେବୃଆରୀ 5 ତାରିଖରେ ଆରମ୍ଭ ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ରେକର୍ଡ଼ ବନାଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଯଦି ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବିରାଟ ଶତକ ହାସଲ କରୁଛନ୍ତି ତାହେଲେ ସେ ଅଷ୍ଟ୍ରେଲିଆର ପୂର୍ବ ଖେଳାଳି ରିକି ପଣ୍ଟିଂଙ୍କ ରେକର୍ଡ଼ ଭାଙ୍ଗିଦେବେ ।

ଯେବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଅଧିନାୟକ ବ୍ୟାଟିଂ ପାଇଁ ଆସିବେ ସେତେବେଳେ ତାଙ୍କ ମନରେ ଗୋଟିଏ ଲକ୍ଷ୍ୟ ଥିବ କେମିତି ସେ ରିକି ପଣ୍ଟିଂଙ୍କ ରେକର୍ଡ଼ ଭାଙ୍ଗିବେ । ଯଦି ବିରାଟ ଶତକ ମାରିଦେଉଛନ୍ତି ତାହେଲେ ଅଧିନାୟକ ଭାବରେ ସେ ସର୍ବାଧିକ ଶତକ ମାରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହେବେ । ବର୍ତ୍ତମାନ ଉଭୟ 41-41 ରେ ସ୍ଥିର ରହିଛନ୍ତି ।

Google

ଏହାପରେ ବିରାଟ କୋହଲି ଅଧିନାୟକ ଭାବରେ ସର୍ବାଧିକ ଶତକ 42 ରେ ପହଞ୍ଚିଯିବେ । ଅଧିନାୟକ ଭାବରେ ଅଧିକ ଶତକ ହାସଲ କରିବାରେ କୋହଲି ଓ ପଣ୍ଟିଂଙ୍କ ପରେ ସାଉଥ ଆଫ୍ରିକା ପୂର୍ବ ଅଧିନାୟକ ଗ୍ରେମ ସ୍ମିଥ 33 ତୃତୀୟ ସ୍ଥାନରେ ଥିବାବେଳେ, ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ଷ୍ଟିଭ ସ୍ମିଥ 20ଟି ସହିତ ଚତୁର୍ଥରେ ରହିଛନ୍ତି ।

ସେହିପରି ଯଦି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଶତକ ଦେଖିବା, କୋହଲି ମୋଟ 70 ଶତକ କରିଛନ୍ତି । ଯଦି ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରୁଛନ୍ତି ତାହେଲେ ସେ ଟେଷ୍ଟରେ 28 ଶତକ ସହିତ ମୋଟ 71 ଶତକ ସହିତ ରିକି ପଣ୍ଟିଙ୍କ ବରାବରି କରିବେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *