ଭବିଷ୍ୟତରେ ଏହି ଅ-ସ୍ତ୍ର ହେବ ମୁଖ୍ୟ ଯୋ-ଦ୍ଧା, ଯିଏକି ଭାରତକୁ ଦେବ ଆକାଶରେ ହେଉଥିବା ଯୁ-ଦ୍ଧ-ର ଫୋଟୋ,ଜାଣନ୍ତୁ ଏହି ଡ୍ରୋନ ବିଷୟରେ

ବେଙ୍ଗାଲୁରୁରେ ଚାଲୁଥିବା ଏୟାର ଶୋ ଏୟାର ଇଣ୍ଡିଆରେ ଦେଶୀ ଓ ବିଦେଶୀ କମ୍ପାନୀ ଗୁଡ଼ିକ ନିଜ ବିମାନ ପ୍ରଦର୍ଶନ କରୁଛନ୍ତି । ଏମାନଙ୍କର ମୁଖ୍ୟ ଉଦ୍ଧେଶ୍ୟ ଭାରତୀୟ ବାୟୁସେନାଙ୍କୁ ଆକୃଷ୍ଟ କରାଇବା ଯାହାଦ୍ୱାରା ଭାରତୀୟ ବାୟୁସେନା ଏହାକୁ କିଣିବ । କିନ୍ତୁ ଏହି ଶୋରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଭାରତର ଷ୍ଟିଲଥ ଡ୍ରୋନ୍ ଯିଏକି ଭବିଷ୍ୟତରେ ହେବାକୁ ଥିବା ଆକାଶର ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ବର୍ତ୍ତମାନ ଏହାକୁ ବିକଶିତ କରିବା ଦିଗରେ କାମ ଚାଲିଛି ।

ଏହି ସେମି ଷ୍ଟିଲଥ ଡ୍ରୋନର ନାମ ୱାରିଅର ରଖାଯାଇଛି । ଯିଏକି ଏକ ସ୍ବଦେଶୀ ହତିଆର ନିର୍ମାଣର ଅଂଶ ଅଟେ । ଏହାକୁ CATS ଟିମିଙ୍ଗ ସିଷ୍ଟମ କୁହାଯାଏ । ଏହାର ଖାଆସ କଥା ଏହାକି ଯେ, ଏହାକୁ ପାଇଲଟ ଦ୍ୱାରା ଅପରେଟ କରାଯାଇପାରିବ । ଏହାକୁ ଫାଇଟର ବିମାନ ତେଜସ ସହିତ ଯୁଦ୍ଧ ମୈଦାନକୁ ଯିବାକୁ ପ୍ରସ୍ତୁତ କରାଯାଉଛି ।

Google

ଏହାର ଖାସିୟତ ଏହା ହେଉଛି କି, ଏହା ଫାଇଟର ତେଜସ ସହିତ ମିଶି ଶତ୍ରୁର ସୀମା କ୍ଷେତ୍ରରେ କୌଣସି ମିଶନକୁ ସମାପ୍ତ କରିପାରିବ । ଏହା ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ ଓ ରକ୍ଷା କରିବା ଉଭୟ ଦିଗରେ ନିଜର ଦାୟିତ୍ୱ ସମ୍ପାଦନ କରିବ ।

ଏହା ଆଗାମୀ 5 ବର୍ଷ ମଧ୍ୟରେ ଉଡ଼ିବାର ଆଶା କରାଯାଉଛି । ଏହାର ଖର୍ଚ୍ଚ ହିନ୍ଦୁସ୍ତାନ ଏରୋନଟିକ କମ୍ପାନୀ ଉଠାଉଛି । ଏହାକୁ ବନାଉଥିବା ବିଶେଷଜ୍ଞଙ୍କ କହିବା କଥା ହେଲା ଏହାକୁ ଫାଇଟର ଜେଟର ପାଇଲଟ ସମ୍ପୂର୍ଣ୍ଣ ଭାବରେ କମାଣ୍ଡ ଦେଇପାରିବେ । ସେ କହିଛନ୍ତି, ଏହି ବିମାନ ଯୁଦ୍ଧ କ୍ଷେତ୍ରରେ ପ୍ରଭାବଶାଳୀ ହେବା ଓ ବାୟୁସେନା ପାଇଲଟଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ।

ବିଶେଷଜ୍ଞଙ୍କ ମୁତାବିକ ଏହି ବିମାନ ଯେଉଁସମୟରେ ପାଇଲଟଙ୍କ ରକ୍ଷକ ହେବ ସେସମୟର ଶତ୍ରୁର ଭକ୍ଷକ ମଧ୍ୟ ହେବ । ଏହି ବିମାନରୁ ଆକାଶରୁ ଆକାଶ ଓ ଆକାଶରୁ ଭୂମି ଆଡ଼କୁ ମାରିବାର ମିସାଇଲ ଖଞ୍ଜା ଯାଇଛି । ଏହାର ବ୍ୟବହାର କୌଣସି ଶତ୍ରୁ ପକ୍ଷ ଆଡ଼କୁ ଆକ୍ରମଣ କରିବାପାଇଁ କରାଯିବ ।

ଏହାକୁ ଶତ୍ରୁ ପକ୍ଷ ନିଜ ରାଡ଼ାରରେ ଚିହ୍ନଟ କରିପାରିବେନାହିଁ ଓ ଏହା ଶତ୍ରୁ ପକ୍ଷ ପାଇଁ ସର୍ବଦା ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *