୩୬ ବର୍ଷ ବୟସରେ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଲେ ଅଶୋକ ଡିଣ୍ଡା,ଜାଣନ୍ତୁ କେମିତି ଥିଲା ତାଙ୍କର ଯାତ୍ରା

ଟିମ ଇଣ୍ଡିଆର ଦ୍ରୁତ ବୋଲର ଅଶୋକ ଦିଣ୍ଡା କ୍ରିକେଟକୁ ମଙ୍ଗଳବାର ଦିନ ଅଲବିଦା କହିଛନ୍ତି । ଭାରତ ପାଇଁ ସେ 13 ଟି ଦିନିକିଆ ଓ 9ଟି t-20 ମ୍ୟାଚ ଖେଳିସାରିଛନ୍ତି । ବର୍ତ୍ତମାନ ସେ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିସାରିଛନ୍ତି ।

ସନ୍ୟାସ ଘୋଷଣା କରିବାସମୟରେ ଦିଣ୍ଡା କହିଥିଲେ, ଆଜି ମୁଁ କ୍ରିକେଟର ସମସ୍ତ ପ୍ରରୁପ ରୁ ସନ୍ୟାସ ନେଉଛି । ମୋ ମାତା- ପିତା ସହିତ ଏମିତି କିଛି ଲୋକ ଥିଲେ ଯିଏକି, ମୋ କ୍ୟାରିଅରରେ ମୋତେ ସାହାର୍ଯ୍ୟ କରିଥିଲେ ଓ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୋ ଅନ ଫିଲଡ଼ ଅଭିଭାବକ ସୌରଭ ଗାଙ୍ଗୁଲିଙ୍କ ଖାଆସ କରି ଧନ୍ୟବାଦ । ମୋ କ୍ରିକେଟ କ୍ୟାରିଅର ପାଇଁ ତାଙ୍କ ଭୂମିକା ମଧ୍ୟ ରହିଛି । ସେ ଏହାପରେ କହିଥିଲେ, ମୁଁ ବିସିସିଆଇ ଓ ଗୋଆ କ୍ରିକେଟ ବୋର୍ଡକୁ ଏହା ସମ୍ବନ୍ଧରେ ଇ-ମେଲ ପଠାଇଦେଇଛି ।

Google

ଜିମ୍ବାୱେ ବିପକ୍ଷରେ ମେ 2010ରେ ଦିଣ୍ଡା ଡେବ୍ୟୁ କରିଥିଲେ । ସେ ମୋଟ 13 ଟି ଦିନିକିଆ ମ୍ୟାଚରେ 12 ଟି ଉଇକେଟ ନିଜ ନାମରେ କରିଥିଲେ । ସେହିପରି t-20 ମ୍ୟାଚରେ ତାଙ୍କ ନାମରେ 17ଟି ଉଇକେଟ ରହିଛି । ସେ ନିଜର ଶେଷ ଦିନିକିଆ ମ୍ୟାଚ 2013 ମସିହାରେ ଖେଳିଥିଲେ ଓ ନିଜର ଶେଷ t-20 ମ୍ୟାଚ 2012 ମସିହାରେ ଖେଳିଥିଲେ ।

ଦିଣ୍ଡା 2005 ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ 116 ମ୍ୟାଚ ରୁ 420 ଟି ଉଇକେଟ ନେଇଛନ୍ତି । ଏଥିରେ 26 ଥର ସେ ପଞ୍ଜା ମାରିଛନ୍ତି । ଏହି ବୋଲର ଆଇପିଏଲରେ 78 ଟି ମ୍ୟାଚରେ 68 ଉଇକେଟ ନେଇଥିଲେ । ଦିଣ୍ଡା 2021 ମସିହାରେ ଗୋଆ ତରଫରୁ ପ୍ରତିନିଧିତ୍ୱ କରିଥିବାର ଦେଖାଯାଇଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *