ଝରାଫୁଲଙ୍କ ଶ-ବ ବୋହିଥିବା ଶେଖର ଗଲେ କୁଆଡେ ?

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ଶ-ବକୁ ସ୍କୁଟିରେ ବୋହିଥିବା ରାକେଶ ସ୍ୱାଇଁଙ୍କ ସାଙ୍ଗ ଶେଖର ଗଲା କୁଆଡ଼େ? ପୋ-ଲି-ସ ତାଙ୍କ ଠିକଣା ପାଇଥିଲେ ମଧ୍ୟ ତାଙ୍କୁ କାହିଁକି ଗି-ର-ଫ କରିପାରୁ ନାହିଁ? ଏତେ ବିବାଦ ପରେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ କାହିଁକି ମୁହଁ ଖୋଲୁନାହିଁ ? ଝରାଫୁଲଙ୍କ ଶ-ବ ମିଳିବା ପରେ ଏମିତି ଅନେକ ଅସମାଧାନ ପ୍ରଶ୍ନ ପୋ-ଲି-ସ ମନରେ ଉଙ୍କି ମାରୁଛି। ପୋ-ଲି-ସ ଏହି ପ୍ରଶ୍ନର ବୁଢ଼ିଆଣି ଜାଲରୁ ବାହାରି ପାରୁନାହିଁ। ଯାଜପୁର ପୋ-ଲି-ସ ଶେଖରଙ୍କୁ ଧରିପାରୁ ନାହିଁ କି ଶ-ବକୁ ବୁହା ଯାଇଥିବା ସ୍କୁଟିକୁ ଖୋଜି ପାଉନି।

ଝରାଫୁଲ ନାୟକଙ୍କ ର ଧରମବାପା ଚକ୍ରଧର ବେହେରାଙ୍କ ଘରେ ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ସେ ଝରାଫୁଲ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରାଫୁଲ ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ଚକ୍ରଧର ବସାଇଥିଲେ। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ତାଙ୍କର ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ କରି ଦେହ ଅସୁସ୍ଥ ହେ କାରଣରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କରିଥିଲେ। ରାକେଶ, ସୋନାଲୀଙ୍କ ନାମରେ ମୋବାଇଲ୍‌ରେ ଚାଟିଂ କରିଥିଲେ।

୨୬ ତାରିଖରେ ଝରାଫୁଲ ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇ ପଡ଼ିଥିଲେ। ସେଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ସେଠାରୁ ଉଭୟ ସ୍କୁଟିରେ ଭୁବନେଶ୍ୱରରେ ବୁଲାବୁଲି କରିଥିଲେ। ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବିରିଆନି ମଧ୍ୟ ଖାଇଥିଲେ। ସନ୍ଧ୍ୟାରେ ଉଭୟ ଧର୍ମ ବିହାରରେ ଥିବା ଏକ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଉଭୟ ରାତିରେ ରହିଥିଲେ। କିନ୍ତୁ ରାତିରେ ଝରାଫୁଲ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଆଲୋଚନା ହେଉଛି।

ଅଭିଯୋଗକ୍ରମେ, ୨୭ ତାରିଖ ସକାଳେ ଝରାଫୁଲ ଚେତା ହରାଇ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ ରାକେଶ ଭୟଭୀତ ହୋଇଯାଇଥିଲେ। ରାକେଶ ପରେ ତାଙ୍କ ସାଙ୍ଗ ଶେଖରକୁ ଫୋନ୍‌ କରି ଡାକିଥିଲେ। ଏହା ପରେ ଶେଖର ଓ ରାକେଶ ସ୍କୁଟିରେ ଝରାଫୁଲକୁ ବସାଇ କଟକର ବଡ଼ ମେଡିକାଲକୁ ନେଉଥିଲେ । ରାସ୍ତାରେ ଝରାଫୁଲଙ୍କ ମୃ-ତ୍ୟୁ ହୋଇଥିବା ଆଲୋଚନା ହେଉଛି। ଏହା ପରେ ଉଭୟ ଝରଫୁଲଙ୍କ ମୃତଦେହକୁ ମୟୂରଭଞ୍ଜ ଜିଲ୍ଲାରେ ଫିଙ୍ଗି ଦେବେ ବୋଲି ଯୋଜନା କରିଥିଲେ। ଜାତୀୟ ରାଜପଥରେ ଝରାଫୁଲଙ୍କ ପାଦ ରାସ୍ତାରେ ଘୁଷୁରୁଥିବା ଦେଖି କେତେକ ଲୋକ ସେମାନଙ୍କୁ କହିଥିଲେ। ଏହା ପରେ ଶେଖର ଓ ରାକେଶ ମୃ-ତ ଦେହକୁ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକର ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲା। ଯାହାକି ସିସିଟିଭିରେ କଏଦ ହୋଇ ଯାଇଥିଲା।

ଏହା ପରେ ପୋଲିସ ମାମଲା ରୁଜ୍ଜୁ କରି ଝରାଫୁଲଙ୍କ ପ୍ରେମିକ ରାକେଶଙ୍କୁ ଗି-ର-ଫ କରିଥିଲା। ଶ-ବ ବୋହିଥିବା ସ୍କୁଟି ଚାଳକ ଶେଖରକୁ ଚିହ୍ନଟ କରିଥିଲା ପୋ-ଲି-ସ। ଶେଖର ହେଉଛନ୍ତି ରାକେଶଙ୍କର ସାଙ୍ଗ। ରାକେଶଙ୍କ ଘର ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ। ଆଜି ପର୍ଯ୍ୟନ୍ତ ପୋ-ଲି-ସ ଶେଖରଙ୍କୁ ଗି-ର-ଫ କରିନାହିଁ। ଏପରିକି ଶବ ବୋହାଯାଇଥିବା ସ୍କୁଟିକୁ ମଧ୍ୟ ପୋଲିସ ଜବତ କରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *