ଝିଅର ନାମ “ଭମିକା” ରଖିଲେ ବିରାଟ ଓ ଅନୁଷ୍କା, ଜାଣନ୍ତୁ ଏହି ନାମର ଅର୍ଥ କଣ ?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ମାସରେ ପିତା ହୋଇଥିଲେ। ସେ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି। କୋହଲି ଏହି ସୂଚନା ତାଙ୍କ ପ୍ରଶଂସକମାନଙ୍କ ସହ ସେୟାର କରିଥିଲେ। କୋହଲି ଏବଂ ଅନୁଷ୍କା ନିଜର ଝିଅର ନାମ ରଖିସାରିଛନ୍ତି। ଏହି ସୂଚନା ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ପ୍ରଶଂସକଙ୍କୁ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଅନୁଷ୍କା ଏବଂ ସ୍ୱାମୀ ବିରାଟ ଝିଅର ଏକ ଫଟୋ ସେୟାର କରି ନୂଆ ନାମ ବିଷୟରେ ଖୁଲାସା କରିଛନ୍ତି।

ଗତ ମାସରେ ପ୍ରଥମ ଥର ପାଇଁ ପିତା ହେବାର ଆନନ୍ଦକୁ ଭାରତୀୟ ଅଧିନାୟକ ତାଙ୍କର ପ୍ରଶଂସକ ମାନଙ୍କ ସହ ବାଣ୍ଟିଥିଲେ। ବର୍ତ୍ତମାନ ପତ୍ନୀ ଅନୁଷ୍କା ଶର୍ମା ସହ ଏକ ଫଟୋ ଉଠାଇ ଝିଅର ଝଲକ ପ୍ରଥମ ଥର ପାଇଁ ତାଙ୍କର ପ୍ରଶଂସକଙ୍କୁ ଦେଇଛନ୍ତି। ଅନୁଷ୍କା ସୋମବାର ଦିନ ବିରାଟ ଏବଂ ତାଙ୍କ ଝିଅର ଏକ ଫଟୋ ସେୟାର କରିଥିଲେ।

ବିରାଟ ଏବଂ ଅନୁଷ୍କା ନିଜର ଝିଅର ଫଟୋ ସେୟାର କରି ଲେଖିଛନ୍ତିକି, ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଯେମିତି ଭାବରେ ଭଲପାଇବା ସହିତ ସମୟ ବିତାଇଛୁ ତାହାକୁ ଝିଅ ‘ଭମିକା’ ଏକ ଭିନ୍ନ ସ୍ତରକୁ ନେଇଯାଇଛନ୍ତି। ଗୋଟିଏ  ମୁହୂର୍ତ୍ତରେ ଆମେ ଲୁହ, ହସ, ଚିନ୍ତା ଏବଂ ଆଶୀର୍ବାଦ ଅନୁଭବ କରିଥିଲୁ …।

ବିରାଟ ଏବଂ ଅନୁଷ୍କା ସେମାନଙ୍କ ଝିଅର ନାମ ‘ଭମିକା’ ରଖିଛନ୍ତି। ଭମିକା ଦେବୀ ଦୁର୍ଗାଙ୍କର ଅନ୍ୟ ଏକ ରୂପର ନାମ ଅଟେ।  ଦେବୀ ଦୁର୍ଗାଙ୍କ ନାମ ହେଉଛି ଏହାର ଏକ ବିଶେଷଣ । ଏହି ନାମଟି ବହୁତ ପ୍ରଭାବଶାଳୀ ମନାଯାଏ । ଝିଅ ଭମିକାର ନାମ ପିତାଙ୍କ ନାମର ପ୍ରଥମ ଅକ୍ଷରରୁ ଆରମ୍ଭ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *