ବଜେଟ ୨୦୨୧ : ଅର୍ଥମନ୍ତ୍ରୀ କାହାକୁ ଦେଲେ ଝଟକା ଓ କାହାକୁ ମିଳିଲା ଉପହାର ? ଚାଲନ୍ତୁ ଜାଣିବା ୧୦ଟି ବଡ଼ କଥା

ଗତକାଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ କେନ୍ଦ୍ରୀୟ ବଜେଟ ୨୦୨୧-୨୨ ଘୋଷଣା କରିଛନ୍ତି । ସାଧାରଣ ଲୋକଠୁ ନେଇକି ସ୍ୱାସ୍ଥ୍ୟ ଏବଂ ଅଟୋ ସେକ୍ଟର ପର୍ଯ୍ୟନ୍ତ, ସମସ୍ତଙ୍କୁ ଏହି ବଜେଟ ରୁ ବହୁତ୍ ଆଶା ଥିଲା। ଆସନ୍ତୁ ଜାଣିବା ଅର୍ଥ ମନ୍ତ୍ରୀ ଙ୍କ ବାକ୍ସ ରେ କାହାକୁ କେତେ ମିଳିଲା

ବରିଷ୍ଠ ନାଗରିକ :

ଅର୍ଥ ମନ୍ତ୍ରୀ ବରିଷ୍ଠ ନାଗରିକ ମାନଙ୍କୁ ଏକ ବଡ଼ ରିଲିଫ୍ ଦେଇଛନ୍ତି । ଏବେ ୭୫ ବର୍ଷ ରୁ ଅଧିକ ନାଗରିକ ମାନଙ୍କୁ ଆଇଟିଆର ଭାରିବର ଆବଶ୍ୟକ ନାହିଁ ।ମାନେ ୭୫ ବର୍ଷ ରୁ ଅଧିକ ପେନସନ ଧା ରୀ ମାନଙ୍କୁ ଆଉ ଟାସ୍କ ଦବାକୁ ପଡି଼ବନାହିଁ । ଆମ ଆୟକରଦାତା ମାନଙ୍କୁ ବଜେଟ ୨୦୧୧ ରେ କିଛି ରିଲିଫ୍ ମିଳି ନାହିଁ । ଏଇପରିକା ଲୋକମାନଙ୍କୁ କେବଳ ଆଇଟିଆର ଭରିବାକୁ ପଡ଼ିବନି । ପୂର୍ବପରି ଏମାନଙ୍କର ବି ବ୍ୟାଙ୍କ୍ ରେ ହିଁ ଟିଯିଏସ କଟି ଯିବ । ଯଦି ଆୟର ମଧ୍ୟମ କିଛି ଅଲଗା ଥାଏ , ଯଥା ବ୍ୟବସାୟ ଆଦି ଅଛି ତ ଆଇଟିଆର ମଧ୍ୟ ଫାଇଲ କରିବାକୁ ପଡ଼ିବ ।

ନୂଆ ସ୍ୱାସ୍ଥ୍ୟ ୟୋଜନା ରେ ଖର୍ଚ୍ଚ ହେବ ୬୪୧୮୦ କୋଟି ଟଙ୍କା :

ଅର୍ଥ ମନ୍ତ୍ରୀ ନିର୍ମଳା ସୀତରମନ କହିଛନ୍ତି ଯେ କୋଭିଡି-୧୯ ମହାମାରୀ ସହିତ ଲଢ଼ିବା ପାଇଁ ସରକାର ୨୭.୧ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ ରୁ ସରଞ୍ଚାତ୍ମକ ସୁଧାର କରିବା ପାଇଁ ଉତ୍ସାହ ଦେଇଛନ୍ତି । ସୀତାରମନ ୬୪୧୮୦ କୋଟି ଟଙ୍କା ବ୍ୟୟ ସହିତ ଆତ୍ମନିର୍ଭର ସ୍ୱାସ୍ଥ୍ୟ କାର୍ଯକ୍ରମ ପ୍ରାରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ରାଷ୍ଟ୍ର ସ୍ୱାସ୍ଥ୍ୟ ମିଶନ ରେ ଅତିରିକ୍ତ ହେବ । ଅର୍ଥ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଦୁଇଟି କୋଭିଡ୍-୧୯ ର ଟିକା ଅଛି ଏବଂ ଖୁବ୍ ଶୀଘ୍ର ଆଉ ଦୁଇଟି ଟିକା ମଧ୍ୟ ଦିଆ ଯିବ । ସେ କହିଛନ୍ତି ଯେ ସବୁଠୁ ଗରିବ ଶ୍ରେଣୀ ର ଲୋକମାନଙ୍କ ପାଇଁ ସରକାର ଏହାର ସମ୍ବଳ ବୃଦ୍ଧି କରିଛନ୍ତି ।

ଶିକ୍ଷା କ୍ଷେତ୍ର କୁ ମଧ୍ୟ ଦିଆ ଯାଇଛି ଉପହାର :

ଲେହେରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏହା ସହିତ ମଧ୍ୟ ଦେଶ ରେ ୧୦୦ ଟି ନୂଆ ସୈନିକ ସ୍କୁଲ ମଧ୍ୟ ଖୋଲା ଯିବ । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ , ବଜେଟ ରେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି ଯେ ସାରା ଦେଶ ରେ ୧୫୦୦୦ ମଡେଲ ସ୍କୁଲ ନିର୍ମାଣ ହେବ । ସୀତରମାନ ଘୋଷଣା କରିଛନ୍ତି ଯେ ୭୫୮ ସ୍କୁଲ ଆଦିବାସୀ କ୍ଷେତ୍ର ରେ ଖୋଲା ଯିବ । ଯେଉଁଥିରେ କି ଆଦିବାସି କ୍ଷେତ୍ର ର ଛୁଆ ମାନଙ୍କୁ ବୁନିୟାଦୀ ସୁବିଧା ର ବ୍ୟବସ୍ଥା କରା ଯାଇ ପାରିବ । ଏହି ସ୍କୁଲ ଗୁଡ଼ିକ ଏକଲବ୍ୟ ସ୍କୁଲ ହେବେ ଏଥିରେ ଆଦିବାସୀ ଛାତ୍ର ମାନଙ୍କୁ ବହୁତ୍ ସୁବିଧା ମିଳି ପାରିବ । ବଜେଟ ଭାଷଣ ରେ କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷା କୁ ଉତ୍ସାହ କରିବା ପାଇଁ ଏବଂ ପ୍ରଭାବୀ ଗୁଣବତ୍ତା କୁ ଦୃଷ୍ଟିଗୋଚର କରି ୧୫୦୦୦ ସରକାରୀ ସ୍କୁଲ ର ସ୍ଥର ବାଧା ଯିବ । ନୂଆ ରାଷ୍ଟ୍ର ଶିକ୍ଷା ନୀତି ୨୦୨୦ ଅନୁସାରେ ଉଚ୍ଚଶିକ୍ଷା ଆୟୋଜନ ଗଠନ କରା ଯାଇଛି । ଏହି ଦେଶ ରେ ଉଚ୍ଚ ଶିକ୍ଷ୍ୟା ର ଏକମାତ୍ର ନିୟାମକ ହେବ । ୨୦୧୯ ର ବଜେଟ ରେ ନେସନାଲ ରିସର୍ଚ୍ଚ ଫାଉଣ୍ଡେସନ ଖୋଲିବା ର ଘୋଷଣା କରା ଯାଇଥିଲା ଏବେ ୨୦୨୧-୨୨ ର ବଜେଟ ର ଏହା ପିଆଜନ ଆସନ୍ତା 5 ବର୍ଷ ପାଇଁ ୫୦ ହଜାର କୋଟି ବ୍ୟବସ୍ଥା କରାଯାଉଛି ଯାହା ଦ୍ଵାରା ସମଗ୍ର ଦେଶ ରେ ଅନୁସନ୍ଧାନ କୁ ଉତ୍ସାହ ଦିଆ ଯିବ ।

କୃଷି କ୍ଷେତ୍ର :

ବଜେଟ ର ଚାଷୀ ଓ କୃଷି କ୍ଷେତ୍ର ସହ ଯୋଡିତ ଲୋକ ମାନଙ୍କୁ ମଧ୍ୟ ଏକ ଉପହାର ମିଳିଛି । ସରକାର ର ଦାବି ଅଛି ଆସନ୍ତା ବର୍ଷ ପର୍ଯ୍ୟନ୍ତ ଦେଶ ର ଚାଷୀ ମାନଙ୍କର ଆୟ ଦୁଇ ଗୁଣା ହେବ । ଅର୍ଥ ମନ୍ତ୍ରୀ ନିଜ ଭାଷଣ ରେ ଚାଷୀ ମାନଙ୍କୁ ତାଙ୍କ ମୂଲ୍ୟ ର ଦେଢ଼ ଦୁନା ଅଧିକ ଦବା ପାଇଁ ଚେଷ୍ଟା କରିବାର ଘୋଷଣା କରିଛନ୍ତି । ଦେଶ ରେ ଗହମ ଚାଷ କରୁଥିବା ଚାଷୀ ମାନଙ୍କର ସଂଖ୍ୟା ଦୁଇ ଗୁଣା ବୃଦ୍ଧି ହୋଇଛି । ଗହମ ର ମିସ୍ପ() ଦେଢ଼ ଗୁଣା କରିଦିଆଯାଇଛି ଏବଂ ଗତ ୭ ବର୍ଷ ରେ ଚାଷୀ ମାନଙ୍କ ଠାରୁ ଦୁଇ ଗୁଣା ଅଧିକ ଧାନ ବ୍ୟୟ କରା ଯାଇଛି । ତାଙ୍କଠୁ ସରକାରୀ ବ୍ୟୟ ର ପ୍ରୟୋଜନା କରାଯାଉଛି ଏବଂ ତାଙ୍କ ଦ୍ୟୟ ରେ ବୃଦ୍ଧି ଆସିଛି । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଭାରତର ସବୁ କ୍ଷେତ୍ର ର ଚାଷୀ ମାନଙ୍କୁ ମୋଦି ସରକାର ଙ୍କ ତରଫ ରୁ ସାହାଯ୍ୟ ମିଲୁ ଅଛି । ୟୁପିଏ ସରକାର ଠୁ ପ୍ରାୟ ତିନି ଗୁଣା ରାଶି ମୋଦି ସରକାର ଚାଷୀ ମାନଙ୍କର ଖାତ ରେ ପହଞ୍ଚାୟୀ ଛନ୍ତି । ଡାଲି , ଗହମ ଓ ଧାନ ସମେତ ଅନ୍ୟ ଫସଲ ମାନଙ୍କର MSP ବଢ଼ା ଯାଇଛି । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ କିଣାବିକା ରେ ୨୦୧୩-୧୪ ରେ ୬୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା , ଯାହା ବୃଦ୍ଧି ହୋଇ ୪୫ ହଜାର କୋଟି ଟଙ୍କା ହୋଇ ଯାଇଛି । ଏହି ବର୍ଷ ଏହି ଅକଡା ୧ ଲକ୍ଷ ୭୨ ହଜାର ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ହେବ ।

ରେଳ ବଜେଟ ରେ ଖର୍ଚ୍ଚ ହେବ ୧.୧୦ ଲକ୍ଷ କୋଟି ଟଙ୍କା :

ଅର୍ଥ ମନ୍ତ୍ରୀ ରେଳ ବିଭାଗ କୁ ବଡ଼ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ ବର୍ଷ ୨୦୩୦ ସୁଦ୍ଧା ନୂଆ ଯୋଜନା ର ଘୋଷଣା କରିଛନ୍ତି । ତାଙ୍କର ଭାଷଣ ରେ ସେ ଘୋଷଣା କରିଛନ୍ତି ଚଳିତ ବର୍ଷ ରେ ରେଳ ବିଭାଗ ରେ ୧.୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥି ମଧ୍ୟରୁ ପୁଞ୍ଜି ବ୍ୟୟରେ ୧.୦୭ କୋଟି ଟଙ୍କା ଦିଆ ଯାଇଛି । ସେ ଘୋଷଣା କରିଛନ୍ତି ଯେ ୨୦୧୩ ସୁଦ୍ଧା ଦେଶର ୧୦୦ ପ୍ରତିଶତ ରେଳ ବିଦ୍ୟୁତ୍ ଚଳାଚଳ ଆରମ୍ଭ କରିବେ । ସହରରେ ମେଟ୍ରୋ ଟ୍ରେନ ଓ ସିଟି ବସ୍ ବୃଦ୍ଧି ପାଇଁ ମଧ୍ୟ ଚେଷ୍ଟା ଚାଲିଛି । ସେଇଠି ରେଳ ବାଇ ର ପ୍ରାଥମିକତା ଉପରେ ଭାଷଣ ଦେବା ବେଳେ ଅର୍ଥ ମନ୍ତ୍ରୀ ପୂର୍ବାଞ୍ଚଳ ଏବଂ ପାଶ୍ଚାତ DFC ( ଉତ୍ସାହିଗୃତ ମାଲ୍ ପରିବହନ କରିଡର) ର ବିସ୍ତାର ର କଥା କୁହା ଯାଇଛି ।

ବ୍ୟାଙ୍କରେ ୨୦,୦୦୦ ହଜାର କୋଟି ଟଙ୍କା ର ପଞ୍ଜିକରଣ କରିବା ସରକାର :

ସରକାର ଆସନ୍ତା ଆର୍ଥିକ ବର୍ଷ ରେ ସର୍ବଜାନିକ କ୍ଷେତ୍ର ର ବ୍ୟାଙ୍କ୍ ଗୁଡ଼ିକ ରେ ୨୦ ହଜାର କୋଟି ର ପୁଞ୍ଜି ଦେବ । ପୁଞ୍ଜି ମିଳନ ଯୋଗୁଁ ଏହି ବ୍ୟାଙ୍କ୍ ଗୁଡ଼ିକ ରେ ପୁଞ୍ଜି ସମ୍ବନ୍ଧି ନିୟାମକ ସର୍ତ୍ତ କୁ ପୂମୁରା କରିବା ପାଇଁ ସହଜ ହୋଇ ପାରିବ । ଚଳିତ ଆର୍ଥିକ ବର୍ଷ ରେ ପୁନଃ ପଞ୍ଜିକରଣ ପାଇଁ ୨୦ କୋଟି ଟଙ୍କା ର ପ୍ରାବଧାନ କରିଥିଲେ ଗତ ବର୍ଷ ୨୦୧୯-୨୦ ରେ ସରକାର ସାର୍ବଜାନିକ କ୍ଷେତ୍ର ର ବ୍ୟାଙ୍କ୍ ଗୁଡ଼ିକ ରେ ୭୦ କୋଟି ଟଙ୍କା ର ପଞ୍ଜିକରଣ କରିବା ର ପ୍ରସ୍ତାବ କରାଯାଇଥିଲା ।

8,500 କିମି ର ରାଜପଥ ପ୍ରୟୋଜନା :

ଦେଶ ର ବୁନିୟାଦୀ ଢାଞ୍ଚା କୁ କୁ ଉନ୍ନତି କରିବା ପାଇଁ ଜୋର ଦେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ କହିଛନ୍ତି ଯେ ୨୦୨୨ ର ମାର୍ଚ୍ଚ ପର୍ଯ୍ୟନ୍ତ ଦେଶ ରେ ୮ କିମି ର ରାଜପଥ ନିର୍ମାଣ ର ପ୍ରୟୋଜନା କରା ଯାଇଛି । ପଶ୍ଚିମ ବେଙ୍ଗଲ କୁ ୨୫ କୋଟି ଟଙ୍କା ପ୍ରୟୋଜନା ଦିଆ ଯିବ । କେରଳ କୁ ୬୫ କୋଟି , ଆସାମ କୁ 3,400 କୋଟି ଟଙ୍କା ର ପ୍ରୟୋଜନା ଘୋଷଣା କରିଛନ୍ତି । ସହର କ୍ଷେତ୍ର ରେ ସାର୍ବାଜାନିକ ପରିବହନ ପାଇଁ ୧୮ ୦୦୦ କୋଟି ଟଙ୍କା ର ଯୋଜନା ମଦ୍ଧ୍ୟ କରା ଯାଇଛି ।

ଡିଜିଟାଲ ଦେୟ କୁ ଉତ୍ସାହ ଦେବା ପାଇଁ ୧୫୦୦ କୋଟି ଟଙ୍କା ର ଯୋଜନା :

କେନ୍ଦ୍ର ସରକାର ଦେଶରେ ଡିଜିଟାଲ ଦେୟକୁ ଉତ୍ସାହ ଦେବା ପାଇଁ ୧୫୦୦ କୋଟି ଟଙ୍କା ର ଯୋଜନା ଏ ର ପ୍ରସ୍ତାବ ରଖିଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ କହିଛନ୍ତି ଯେ ଗତ କିଛି ସମୟରେ ଡିଜିଟାଲ ଦେୟ ରେ କିଛି ଗୁଣା ବୃଦ୍ଧି ଦେଖା ଯାଇଛି । ସେ ୨୦୨0 ର ବଜେଟ ଘୋଷଣା କଲା ବେଳେ କହିଲେ ,” ଡିଜିଟାଲ ଦେୟ ନେବା ଆଣିବା ପାଇଁ ମୁଁ ୧୫୦୦ କୋଟି ଟଙ୍କାର ପ୍ରସ୍ତାବ ଦଉଛି । ଯାହାକୁ ଡିଜିଟାଲ ଦେୟ କୁ ଉତ୍ସାହ ଦେବା ପାଇଁ ଆର୍ଥିକ ପ୍ରଶ୍ଚାହନ ଦିଆଯିବ ” । ସୀତାରମନ ୨୦୧୯ ର ବଜେଟ ଭାଷଣ ରେ ରାଷ୍ଟ୍ରୀୟ ଅନୁସନ୍ଧାନ ଫାଉଣ୍ଡେସନ ର ଘୋଷଣା କରିଥିଲେ । ଏଥିରେ ଆନୁଷ୍ଠାନିକ ଭାବରେ NRF ଉପରେ ଆସନ୍ତା ୫ ବର୍ଷ ମଧ୍ୟରେ ପରିବେୟ ୫୦ ହଜାର କୋଟି ଟଙ୍କା ହେବା ।

ସ୍ବେଚ୍ଛାକୃତ ବାହାନ କବାଡ଼ିନିତି ଘୋଷଣା :

ଅର୍ଥମନ୍ତ୍ର ନିର୍ମଳା ସୀତାରମନ ପୁରୁଣା ବାହାନ ତଥା ପ୍ରଦୂଷଣ କରୁଥିବା ବହଂଗୁଡିକୁ ହଟାଇବା ପାଇଁ ବହୁ ପ୍ରତିକ୍ଷିତ ସ୍ବେଛାକୃତ ବାହାନ କବାଡିନିତି ର ଘୋଷଣା କରିଛନ୍ତି । ବ୍ୟକ୍ତିଗତ ଯାନବାହାନ ଗୁଡ଼ିକୁ କୋଡ଼ିଏ ବର୍ଷ ହେଲା ପରେ ତଥା ବାଣିଜ୍ୟିକ ଯାନବାହାନ ଗୁଡ଼ିକୁ ୧୫ ବର୍ଷ ପର୍ଯ୍ୟନ୍ତ ଫିଟନେସ ଯାଞ୍ଚ୍ କରିବାକୁ ପଡ଼ିବ । ଏହି ନୀତି ଦେଶ ର ଆମଦାନୀ ମୂଲ୍ୟକୁ କମ୍ କରିବା ସହିତ ପରିବେଶ ସହ ଅନୁକୂଳ ତଥା ଇନ୍ଧନ ର ଦ୍ୟାବହାର କୁ କମ୍ କରୁଥିବା ବାହାନ ଗୁଡ଼ିକ ପ୍ରଶ୍ଚାହିତ କରିବ । ଏହା ପୂର୍ବରୁ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ଗତା ସପ୍ତାହରେ କହିଥିଲେ ଯେ ସରକାରୀ ବିଭାଗ ତଥା ସାମାଜିକ ଉପକ୍ରମ ପାଖରେ ଥିବା ୧୫ ବର୍ଷ ପୁରୁଣା ଯାନବାହାନ ଗୁଡ଼ିକୁ ଏହି କବାଡ଼ି ନୀତି ଅନୁସାରେ ବହୁତ୍ ଶୀଘ୍ର ଅଧିଶୁଚିତ କରାଯିବ ଏବଂ ୨୦୨୨ ଏପ୍ରିଲ୍ ଠାରୁ ଲାଗୁ କରା ଯିବ । ଏହି ନୀତି କୁ ସରକାର ମଞ୍ଜୁରୀ ଦେଇ ସାରିଲେଣି ।

ଲଘୁ ଉଦ୍ୟୋଗର ପରିଭାଷା :

ସରକାର ସୋମବାର କହିଥିଲେ ଯେ ଲଘୁ ଉଦ୍ୟୋଗ ର ପରିଭାଷା ରେ ସଂଶୋଧନ କରାଯିବ ଏବଂ ୫୦ ଲକ୍ଷ ଟଙ୍କା ର ପୁଞ୍ଜିନିବେଶକୁ ବଢାଇ ୨ କୋଟି କରା ଯିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ ୨୦୨୧-୨୨ ର ସାଧାରଣ ବଜେଟ ରେ ଆର୍ଥିକ ଉତ୍ପାଦ ଗୁଡ଼ିକ ପାଇଁ ନିବେଶକ ଚାଟର ଆରମ୍ଭ କରିବା ର ପ୍ରସ୍ତାବ ରଖିଛନ୍ତି ସେ କହିଛନ୍ତି ଯେ ବ୍ୟାଙ୍କ୍ ରେ ଫାଶୀ ରହି ଥିବା କରଜ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଏକ ପରିଶମ୍ପତି ପୁନଃନିର୍ମାଣ ଏବଂ ପ୍ରବନ୍ଧନ କମ୍ପାନୀ ସ୍ଥାପନ କରାଯିବ । ସେହି ଜାତୀୟ କମ୍ପାନୀ ଲା ଟ୍ରିବ୍ୟୁନଲ (NCLT) ର ରୁପେରେଖ ଗୁଡ଼ିକୁ ମଜବୁତ କରାଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *