IND vs ENG : ଟେଷ୍ଟ ସିରିଜରେ ଏହି ପାଞ୍ଚଟି ବଡ ରେକର୍ଡ଼ ସୃଷ୍ଟି ହେବାକୁ ଯାଉଛି, ବିରାଟ-ଅଶ୍ଵିନ-ରୁଟଙ୍କ ପାଖରେ ରହିଛି ଏହି ସବୁ ରେକର୍ଡ଼ ସୃଷ୍ଟି କରିବାର ମୌକା,ଜାଣନ୍ତୁ ସମସ୍ତ ରେକର୍ଡ ବିଷୟରେ

ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସୀରିଜ୍ ଜିତିବା ପରେ ଭାରତୀୟ ଘରୋଇ ଦଳ ଏବେ ଇଂଲଣ୍ଡକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ । ଦୁଇ ଦେଶର ଖେଳାଳି ମାନେ ପ୍ରଥମେ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ଚେନ୍ନାଇରେ ପହଞ୍ଚିସାରିଲେଣି ଏବଂ ତାଙ୍କୁ ୬ ଦିନର Quarantine ଯୋଗୁଁ ସେମାନଙ୍କୁ ୩ ଦିନ ହିଁ ଅଭ୍ୟାସ କରିବାକୁ ମିଳିବ । ଯଦିଓ ଉଭୟ ଦଳ ପୂର୍ବ ସୀରିଜ୍ ଜିତିବା ପରେ ଜୋଶରେ ଅଛନ୍ତି ଓ ୪ ମ୍ୟାଚ୍ ଟେଷ୍ଟ ଶୃଙ୍ଖଳା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏମିତି ରେ ବି ୫ ଫେବୃଆରୀ ଠାରୁ ଟେଷ୍ଟ ସୀରିଜ୍ ଆରମ୍ଭ ହେବାକୁ ଯାଉଛି , ଏବଂ ପୁରା ରୋମଞ୍ଚକ ହେବ ବୋଲି ଅନୁମାନ କରାଯାଉଛି । ସେଠାରେ ଏହି ସୀରିଜ୍ ରେ ଉଭୟ ଦଳର ବହୁତ ଖେଳାଳିଙ୍କ ନଜର ରେକର୍ଡ଼ ସୃଷ୍ଟି କରିବା ଉପରେ ମଧ୍ୟ ରହିଛି ।

କୋହଲି ଘରୋଇ ପଡିଆରେ ମଧ୍ୟ ହୋଇ ପାରନ୍ତି ସବୁଠୁ ସଫଳ ଭାରତୀୟ କ୍ୟାପଟେନ :

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଭାରତରେ ଏବେ ପର୍ଯ୍ୟନ୍ତ ୨୦ଟି ଟେଷ୍ଟ ମ୍ୟାଚ୍ ଜିତିଛି , ଯେତେବେଳେ କି ଧୋନିଙ୍କ ନେତୃତ୍ୱରେ ଟିମ୍ ସର୍ବାଧିକ ୨୧ ଟି ମ୍ୟାଚ୍ ଜିତିଛି । ଏମିତି ରେ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତିଲେ ହିଁ ବିରାଟ କୋହଲି ଭାରତର ମାଟିରେ ସବୁଠୁ ସଫଳ କ୍ୟାପଟେନ ହୋଇଯିବେ ।

Google

ଇଶାନ୍ତ ଶର୍ମାଙ୍କ ପାଖରେ ଭାରତର ଦ୍ଵିତୀୟ ସଫଳ ବୋଲୋର୍ ହେବାର ସୁଯୋଗ ରହିଛି :

ଭାରତର ଦ୍ରୁତ ବୋଲୋର ଇଶାନ୍ତ ଶର୍ମାଙ୍କର ଆଘାତ ଯୋଗୁଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପାରି ନଥିଲେ ,କିନ୍ତୁ ସେ ଏବେ ଇଂଲଣ୍ଡ ବିପକ୍ଷରେ ଖେଳିବା ପାଇଁ ପ୍ରସ୍ତୁତ । ଇଶାନ୍ତ ଶର୍ମା ଏବେ ପର୍ଯ୍ୟନ୍ତ ସମୁଦାୟ ୨୯୭ ଟେଷ୍ଟ ୱିକେଟ୍ ନେଇସାରିଛନ୍ତି ଓ ସେ ଏବେ ଭାରତ ତରଫରୁ ସର୍ବାଧିକ ୱିକେଟ୍ ନେବାରେ ଷଷ୍ଠ ବୋଲର ଅଟନ୍ତି । ସିରିଜରେ ଇଶାନ୍ତ ଶର୍ମାଙ୍କ ପାଖରେ ଜାହିର ଖାଁ(୩୧୧) କୁ ପଛରେ ପକାଇବା ପାଇଁ ସୁଯୋଗ ରହିଛି । ଯଦି ସେ ଏହି ସୀରିଜ୍ ରେ ୧୫ଟି ୱିକେଟ ହାସଲ କରନ୍ତି ତେବେ ସେ ଭାରତର ଦ୍ଵିତୀୟ ସଫଳ ଦ୍ରୁତ ଵୋଲୋର ହୋଇଯିବେ । ବର୍ତ୍ତମାନ ପାଇଁ ଏହି ମାମଲାରେ ଶୀର୍ଷରେ ଆଜି ମଧ୍ୟ କପିଲ ଦେବ(୪୩୪) ଅଛନ୍ତି । କେବଳ ଏତିକି ନୁହେଁ ଇଶାନ୍ତ ଶର୍ମା ୩ ୦୦ ଟେଷ୍ଟ ୱିକେଟ୍ ନେଇ ଷଷ୍ଠ ଭାରତୀୟ ଦ୍ରୁତ ବୋଲୋର ହୋଇପାରିବେ ।

ଜୋ ରୁଟ୍ ହୋଇପାରନ୍ତି ଇଂଲଣ୍ଡ ପକ୍ଷରୁ ସର୍ବାଧିକ ରନ୍ କରିଥିବା ତୃତୀୟ ଖେଳାଳୀ

ଇଂଲଣ୍ଡ ର କ୍ୟାପଟେନ ଜୋ ରୁଟ୍ , ଶ୍ରୀଲଂକା ବିପକ୍ଷରେ ବହୁତ୍ ଭଲ ପ୍ରଦର୍ଶନ କରିଥିଲେ । ସେ ଗୋଟିଏ ଶତକ ଏବଂ ଗୋଟିଏ ଦିଶତକ ସ୍କୋର କରିଥିଲେ । ସେ ଭାରତ ବିପକ୍ଷରେ ମଧ୍ୟ ଏମିତି ସ୍କୋର କରିବେ ବୋଲି ଆଶା ରଖିଛନ୍ତି । ଏମିତିରେ ରୁଟ୍ ଟେଷ୍ଟ ସିରିଜରେ ୮୨୪୯ ରନ୍ କରିଛନ୍ତି ଏବଂ ଇଂଲଣ୍ଡ ତରଫରୁରୁ ସର୍ବାଧିକ ରନ୍ କରିଥିବା ଚତୁର୍ଥ ଖେଳାଳି ଅଟନ୍ତି ସେ ଯଦି ଏହି ସିରିଜରେ ୨୫୧ ରନ କରି ପାରନ୍ତି, ତେବେ ସେ ଟେଷ୍ଟ କ୍ରିକେଟରେ ୮୫୦୦ ରନ୍ ପୁରା କରି ନେବେ ଏବଂ ଏଲେକ୍ ସ୍ଟିବୋର୍ଟ (୮୪୬୩) ଙ୍କୁ ପଛରେ ପକାଇ ଇଂଲଣ୍ଡ ତରଫରୁ ସର୍ବାଧିକ ରନ୍ କରି ତୃତୀୟ ଖେଳାଳି ହୋଇଯିବେ, ଏହି ମାମଲାରେ ଇଂଲଣ୍ଡର କୁକ(୧୨୪୭୨) ଶୀର୍ଷରେ ଅଛନ୍ତି ।

ଅଶ୍ଵିନଙ୍କ ପାଖରେ ସବୁଠୁ ଦ୍ରୁତ ୪୦୦ ଟେଷ୍ଟ ୱିକେଟ୍ ନେବାର ସୁଯୋଗ ରହିଛି :

ଭାରତର ଅନୁଭବି ସ୍ପିନର ରବିଚନ୍ଦ୍ରନ ଆଶ୍ଵିନ ଅଷ୍ଟ୍ରେଲିଆ ବିପକ୍ଷରେ ବହୁତ୍ ଭଲ ପ୍ରଦର୍ଶନ କରିଥିଲେ ଏବଂ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ମଧ୍ୟ ଏମିତି ଭଲ ପ୍ରଦର୍ଶନ ଜାରି ରଖିବେ ବୋଲି ଟିମ୍ ଆଶା ରଖିଛି । ୩୪ ବର୍ଷୀୟ ଆଶ୍ଵିନ ୭୪ ଟେଷ୍ଟ ଖେଳି ୩୭୭ ୱିକେଟ୍ ନେଇଛନ୍ତି । ତାଙ୍କୁ ୪୦୦ ୱିକେଟ୍ ପୁରା କରିବା ପାଇଁ ୨୩ ଟି ୱିକେଟ ଦରକାର ଅଛି । ସେ ଯଦି ସିରିଜରେ ଏହି ୱିକେଟ୍ ନିଅନ୍ତି ତେବେ ସେ ଭାରତ ତରଫରୁ ସବୁଠାରୁ ଦ୍ରୁତ ୪୦୦ ୱିକେଟ୍ ନେଇ ସଫଳ ବୋଲୋଇ ହୋଇପାରିବେ । ବର୍ତ୍ତମାନ ଅନିଲ କୁମ୍ବେଲ୍ (୮୫) ଙ୍କ ସହିତ ଶୀର୍ଷରେ ଜବିକ୍ ସିଂହ(୯୭ ଟେଷ୍ଟ) ଏବଂ କପିଲ ଦେବ(୧୧୫ ଟେଷ୍ଟ) କ୍ରମଶଃ : ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ।

Google

ବିରାଟଙ୍କ ପାଖରେ ଇଂଲଣ୍ଡ ବିପକ୍ଷରେ ୨୦୦୦ ରନ ପୂର୍ଣ୍ଣ କରିବା ପାଇଁ ରହିଛି ସୁଯୋଗ :

ଭାରତୀୟ କ୍ୟାପଟେନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ୧୯ଟି ଟେଷ୍ଟ ଖେଳି ୧୫୭୦ ରନ୍କରିଛନ୍ତି । ତାଙ୍କୁ ନିଜର ୨୦୦୦ ରନ୍ ପୂରଣ କରିବା ପାଇଁ କେବଳ ୪୩୦ ରନ୍ ର ଜରୁରୀ ଅଛି । କେବଳ ଏତିକି ନୁହେଁ ଏହା କଲା ପରେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ୨୦୦୦ ରନ୍ ସଂଗ୍ରହ କରିଥିବା ଭାରତର ତୃତୀୟ ଖେଳାଳି ହୋଇଯିବେ । ବର୍ତମାନ ଏହି ଉପଲବ୍ଧି ସଚିନ ତେନ୍ଦୁଲକର (୨୫୩୫) ଓ ସୁନିଲ ଗାଭାସ୍କର (୨୪୮୩) ଙ୍କ ପାଖରେ ହିଁ ଅଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *